ପ୍ରମୁଖ ଖବର
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ହୁ ହୁ ହୋଇ ଜଳିଗଲା ଓମ୍ଫେଡ଼ ପାର୍ଲର, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ

ଭୁବନେଶ୍ବର ୨୫।୧୦ : ନିଆଁ ଲାଗି ଜଳିଗଲା ଓମଫେଡ ପାର୍ଲର। ୟୁନିଟ ୬ ସ୍ଥିତ କ୍ୟାପିଟାଲ ହସ୍ପିଟାଲ ପଛ ପାର୍ଶ୍ବରେ ଥିବା ଏକ ଓମ୍ଫେଡ଼ ପାର୍ଲରରେ ନିଆଁ ଲାଗିଛି। ବିଳମ୍ବିତ ରାତିରେ ହଠାତ ନିଆଁ ଲାଗି ଯାଇଥିଲା। ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିଲେ ।

{"id":328827,"width":771,"height":424,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ ୟୁନିଟ ୬ ସ୍ଥିତ କ୍ୟାପିଟାଲ ହସ୍ପିଟାଲ ପଛ ପାର୍ଶ୍ବରେ ଥିବା ଏକ ଓମ୍ଫେଡ଼ ପାର୍ଲରରେ ନିଆଁ ଲାଗିଛି । ନିଆ ଲାଗିଯିବା ପରେ ସେଠାକାର ଲୋକେ ପହଂଚି ତୁରନ୍ତ ଦମକଳ ବହିନୀଙ୍କୁ  ଖବର ଦେଇଥିଲେ । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିଲେ।ହେଲେ ସେତେବେଳେ ଓମ୍ଫେଡ଼ ପାର୍ଲର ସମସ୍ତ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଥିଲା ।

{"id":328828,"width":765,"height":421,"sizeSlug":"full","linkDestination":"none"}

ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି । ଗତ ଦୁଇଦିନ ପୂର୍ବରୁ ସେହି ଦୋକାନ ସମ୍ମୁଖରେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିଲା । ସେହି ଘଟଣା ପରେ କିଛି ଦୁର୍ବୁତ୍ତ ଏହି ଓମ୍ଫେଡ଼ରେ ନିଆଁ ଲଗାଇଦେଇଥିବା କିଛି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଏନେଇ ଓମ୍ଫେଡ଼ ପାର୍ଲର ମାଲିକ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.