PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୨୮ ପଜିଟିଭ୍ ଚିହ୍ନଟ
  • ||
  • ନୂଆଦିଲ୍ଲୀ : ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୧୮ରୁ ପୁଣି ବଢ଼ିବ ବର୍ଷା, ଉତ୍ତର ଓଡିଶାରେ ପ୍ରବଳ ଛେଚିବ
  • ||
  • ସମ୍ବଲପୁର : ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତିି
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ସୁନିଆଁ ପର୍ବ ପାଳନ, ଜଗା ଦର୍ଶନ ବନ୍ଦ
  • ||
  • ଭୁବନେଶ୍ୱର : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ
  • ||
  • ନୀଳଗିରି : ଡାକବଙ୍ଗଳା ରାସ୍ତାରେ ବୁଲୁଛି ଭାଲୁ
  • ||
  • ସାନଖେମୁଣ୍ଡି : ଗାଧୋଇ ଯିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ମହିଳା ମୃତ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ୧୨ ଘଣ୍ଟିଆ ବନ୍ଦ, ୪ ଦଫା ଦାବି ନେଇ ବନ୍ଦ ଡ଼କରା ଦେଇଛି ଟ୍ରକ୍ ମାଲିକ ସଙ୍ଘ
  • ||
  • ଜଳେଶ୍ଵର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଜଳମଗ୍ନ ୫ଟି ପଞ୍ଚାୟତ
  • ||
  • ପାଟଣା : ଦାଉ ସାଧିଲା ଲଗାଣ ବର୍ଷା, ବନ୍ଧ ଭାଙ୍ଗି ବାଲି ଚରିଗଲା ଏକର ଏକର ଚାଷ ଜମି
  • ||

ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ

ଜଗତସିଂହପୁର ୨୨|୮:ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ପ୍ରସୂତୀ ବିଭାଗରେ ନିଆଁ ଲାଗିଥିଲା। ସଟ୍ ସର୍କିଟ ଯୋଗୁଁ ଏକ ବିଦ୍ୟୁତ୍ ବୋର୍ଡରୁ ନିଆଁ ବାହରିଥିଲା ବୋଲି ସନ୍ଦେହ କରାଯାଉଛି । ନିଆଁ ଲାଗିଥିବାରୁ ଚାରିଆଡେ ଧୂଆଁମୟ ହୋଇ ଯାଇଥିଲା ।

ଫଳରେ ବିଭିନ୍ନ ବେଡରେ ଥିବା ଶତାଧିକ ରୋଗୀ ଜୀବନ ବିକଳରେ ବାହାରକୁ ବାହାରି ଆସିବା ସହ ସାରା ରାତି ଖୋଲା ଆକାଶ ତଳେ ବସି ରହିଥିଲେ । ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।

ବିଶେଷ କରି ସିଜରିଂ ହୋଇଥିବା ପ୍ରସୂତୀ ଓ ନବଜାତ ଶିଶୁମାନଙ୍କୁ ତଳକୁ ଆଣିବା ପାଇଁ ନାକେଦମ ହୋଇଥିଲେ ସେମାନଙ୍କ ସଂପର୍କୀୟ ମାନେ । ଆସି ପାରି ନଥିବା ଅନ୍ୟ ରୋଗୀମାନଙ୍କୁ ପରେ ଲୋକଙ୍କ ମାଧ୍ୟମରେ ଉଦ୍ଧାର କରାଯାଇଥିଲା । ଭୟ ଓ ଅନ୍ଧକାର ଯୋଗୁଁ ରୋଗୀମାନେ ସାରା ରାତି ସ୍ବାସ୍ଥ୍ୟ କେନ୍ଦ୍ର ବାହାରେ ଖୋଲା ଆକାଶ ତଳେ ପଡି ରହିଥିଲେ ମଧ୍ୟ ସ୍ବାସ୍ଥ୍ୟ କେନ୍ଦ୍ର କର୍ତ୍ତୃପକ୍ଷ କାହାରିବି ଦେଖା ଦର୍ଶନ ମିଳିନଥିବା ଅଭିଯୋଗ ହୋଇଛି ।

ଡିୟୁଟିରେ ଥତ୍ବା ସିକ୍ୟୁରିଟି କର୍ମଚରୀ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡ ନେଇ ରାତି ଡ୍ୟୁଟିରେ ଥିବା ଡାକ୍ତର ମାନେ କହିଛନ୍ତି ଯେ, ରୋଗୀମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି । ଅଧିକ ଚିକିତ୍ସା ପାଇଁ ବିଭାଗୀୟ ଅନ୍ୟାନ୍ୟ ଡାକ୍ତର ଓ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ଖବର ଦିଆ ଯାଇଛି ।

ସକାଳ ପର୍ଯ୍ୟନ୍ତ ଶତାଧିକ ରୋଗୀ ଭୟର ବାତାବରଣ ଭିତରେ ରହି ଖୋଲା ଆକାଶ ତଳେ ପଡିଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କ ଦେଖା ଦର୍ଶନ ନମିଳିଥିଲା। ଫଳରେ ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।