ସମଲେଶ୍ୱରୀ ଏକ୍ସପ୍ରେସ ଲାଇନଚ୍ଯୁତ ଏବଂ ନିଆଁ ଲାଗିବା ଘଟଣା: ୨ ଷ୍ଟେସନ ମାଷ୍ଟର ସସପେଣ୍ଡ

ରାୟଗଡା ୨୫/୬: ରାୟଗଡା ସମଲେଶ୍ୱରୀ ଏକ୍ସପ୍ରେସ ଲାଇନଚ୍ଯୁତ ହେବା ଏବଂ ବଗିରେ ନିଆଁ ଲାଗିବା ଘଟଣାରେ ୨ ଷ୍ଟେସନ ମାଷ୍ଟର ସସପେଣ୍ଡ ।  କର୍ତ୍ତବ୍ଯରେ ଅବହେଳା ପାଇଁ  କେଉଟଗୁଡା ଏବଂ ସିଙ୍ଗାପୁର ରୋଡ ଷ୍ଟେସନ ମାଷ୍ଟରଙ୍କୁ ସସପେଣ୍ଡ କରାଯାଇଛି । ଉଭୟଙ୍କୁ ସସପେଣ୍ଡ କରାଯାଇଥିବାନେଇ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ୨ ଷ୍ଟେସନ ମାଷ୍ଟରଙ୍କ ମଧ୍ଯରେ ଯୋଗାଯୋଗରେ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଆଜି ଅପରାହ୍ନ ୪ଟା ୫୦ ମିନିଟ ସମୟରେ ସମଲେଶ୍ୱରୀ ଏକ୍ସପ୍ରେସଟି ଲାଇନଚ୍ଯୁତ ହୋଇଯାଇଥିଲା ।  ସିଙ୍ଗାପୁର ରୋଡ ଓ କେଉଟଗୁଡା ରେଳ ଷ୍ଟେସନ ମଧ୍ୟରେ ଟ୍ରେନଟି ଲାଇନଚ୍ଯୁତ ହେବା ପରେ ସର୍ଟସର୍କିଟ୍ ଯୋଗୁଁ ବଗିରେ ନିଆଁ ଲାଗିଯାଇଥିଲା । ଟ୍ରେନଟିରୁ ଇଞ୍ଜିନ୍ ସହିତ ଗୋଟିଏ ବଗି ଲାଇନଚ୍ଯୁତ ହେବା ପରେ ଏଥିରେ ନିଆଁ ଲାଗିଯାଇଥିଲା ।

ଏହି ଦୁର୍ଘଟଣା ଘଟିବା ସ୍ଥାନରେ କୌଣସି ଜନବସତି ଅଞ୍ଚଳ ନଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଦେଖାଦେଇଥିଲା । ବଗିରେ ନିଆଁ ଲାଗିବା ପୂର୍ବରୁ ଯାତ୍ରୀମାନେ ବାହାରକୁ ଚାଲିଆସିଥିଲେ । ପ୍ରାୟ ୫ଟା ୪୫ ସୁଦ୍ଧା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାରେ ଲାଗିଥିଲେ । ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ଦେଇଥିଲା ଇଷ୍ଟକୋଷ୍ଟ ରେଲୱେ ।

ତେବେ କିଛି ଯାତ୍ରୀ ସାମାନ୍ଯ ଆହତ ହୋଇଥିବା ଘଟଣାସ୍ଥଳରୁ ସୂଚନା ମିଳିଛି । ଅନ୍ଯପଟେ ଜଣେ ପ୍ରତ୍ଯକ୍ଷଦର୍ଶୀଙ୍କ କହିବାନୁସାରେ ଦୁର୍ଘଟଣାରେ ୨ ଜଣ ମୃତ୍ଯୁବରଣ କରିଛନ୍ତି । ମୃତକ ୨ ଜଣ ମେଣ୍ଟନାନ୍ସ ଇଞ୍ଜିନର କର୍ମଚାରୀ ବୋଲି ସେ କହିଛନ୍ତି । କିନ୍ତୁ ଏଥିରେ କିଛି ସ୍ପଷ୍ଟ ହୋଇନି । ତେବେ ଲାଇନଚ୍ଯୁତ ପୂର୍ବରୁ ମେଣ୍ଟେନାନ୍ସ ଇଞ୍ଜିନର ଡ୍ରାଇଭର ଡେଇଁ ପଡିଛନ୍ତି ଏବଂ ଗୁରୁତର ଭାବେ ଆହତ ହୋଇଛନ୍ତି । ଅନ୍ୟଜଣେ କର୍ମଚାରୀ ଗୁରୁତର ଭାବେ ଉଦ୍ଧାର ହୋଇଛନ୍ତି । ତେବେ ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡି ଯାଇଥିବା ସୂଚନା ମିଳିଛି ।  

ଅଧିକ ପଢନ୍ତୁ ରାୟଗଡାରେ ସମଲେଶ୍ୱରୀ ଏକ୍ସପ୍ରେସରେ ନିଆଁ

ଅଧିକ ପଢନ୍ତୁ ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ଯୁ

   ସମ୍ବନ୍ଧିତ ଖବର


ସରକାର ଗଠନ ନେଇ ଶିବସେନା-କଂଗ୍ରେସ ଓ ଏନସିପି ମଧ୍ୟରେ ସହମତି,ଏବେ ମନ୍ତ୍ରଣାଳୟ ବଣ୍ଟନ ନେଇ ହେବ ଆଲୋଚନା

ଦେଶର ବହୁଚର୍ଚ୍ଚିତ ଓ ବଡ ‘ ଭ୍ୟାପମ ଦୁର୍ନୀତି’ ମାମଲାରେ ୩୧ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୨୫ରେ ପ୍ରକାଶ ପାଇବ ଦଣ୍ଡାଦେଶ

ଇତିହାସ ରଚିଲେ ମୟଙ୍କ ପ୍ରତାପ ସିଂ, ହେଲେ ଦେଶର ସବୁଠାରୁ କମ୍ ବୟସ୍କ ବିଚାରପତି

ପ୍ରତି ଘଣ୍ଟାରେ ‘ସଡ଼କ ଦୁର୍ଘଟଣା’ରେ ଯାଉଛି ୧୭ ଜୀବନ: ଦ୍ରୁତ ଗାଡ଼ି ଚଲାଇବା ମୁଖ୍ୟ କାରଣ, ଶୀର୍ଷରେ ରହିଛି ତାମିଲନାଡୁ