ରାୟଗଡାରେ ସମଲେଶ୍ୱରୀ ଏକ୍ସପ୍ରେସରେ ନିଆଁ

ରାୟଗଡା ୨୫/୬: ହାୱଡା ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ଲାଇନଚ୍ଯୁତ ହୋଇଯାଇଛି । ଲାଇନଚ୍ଯୁତ ହେବା ପରେ ଟ୍ରେନଟିରେ ନିଆଁ ଲାଗି ଯାଇଛି । ଟ୍ରେନଟିରୁ ଇଞ୍ଜିନ୍ ସହିତ ଗୋଟିଏ ବଗି ଲାଇନଚ୍ଯୁତ ହେବା ପରେ ଏଥିରେ ନିଆଁ ଲାଗିଯାଇଛି ।

ସିଙ୍ଗାପୁର ରୋଡ ଓ କେଉଟଗୁଡା ରେଳ ଷ୍ଟେସନ ମଧ୍ୟରେ ଆଜି ପ୍ରାୟ ୪ଟା ୫୦ ମିନିଟ୍ ସମୟରେ ଟ୍ରେନଟି ଲାଇନଚ୍ଯୁତ୍ ହୋଇଥିଲା । ପରେ ଏଥିରେ ନିଆଁ ଲାଗିଯାଇଥିଲା । ତେବେ ଏଥିରେ କେହି ଆହତ ହୋଇନାହାଁନ୍ତି । ସର୍ଟସର୍କିଟ୍ ଯୋଗୁଁ ଟ୍ରେନରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ବଗିରେ ଥିବା ଯାତ୍ରୀଙ୍କ ମଧ୍ଯରୁ କିଛି ଯୁବକମାନେ ଅନ୍ଯ ବୟସ୍କ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ନେଇ ଆସିଛନ୍ତି । ନିଆଁ ଲାଗିବା ପୂର୍ବରୁ ଯାତ୍ରୀମାନେ ବାହାରକୁ ପଳାଇଆସିବା ଫଳରେ ସମସ୍ତେ ସୁରକ୍ଷିତ ଅଛନ୍ତି । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇଥିବା ସ୍ପଷ୍ଟ ଭାବେ ସୂଚନା ମିଳିନି ।

ପ୍ରାୟ ୫ଟା ୪୫ ସୁଦ୍ଧା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାରେ ଲାଗିଛନ୍ତି । ଆଖପାଖରେ କୌଣସି ଜନବସତି ନଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ତେବେ ଏଥିରେ କୌଣସି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିନି । ଅନ୍ଯପଟେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ସୂଚନା ଦେଇଛି ଇଷ୍ଟକୋଷ୍ଟ ରେଲୱେ । ତେବେ କିଛି ଯାତ୍ରୀ ସାମାନ୍ଯ ଆହତ ହୋଇଥିବା ଘଟଣାସ୍ଥଳରୁ ସୂଚନା ମିଳିଛି ।

ଅଧିକ ପଢନ୍ତୁ ସମଲେଶ୍ୱରୀ ଏକ୍ସପ୍ରେସ ଲାଇନଚ୍ଯୁତ ଏବଂ ନିଆଁ ଲାଗିବା ଘଟଣା: ୨ ଷ୍ଟେସନ ମାଷ୍ଟର ସସପେଣ୍ଡ

ଅଧିକ ପଢନ୍ତୁ ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ଯୁ

   ସମ୍ବନ୍ଧିତ ଖବର


ଫାଶ ଝୁଲାଇଛି ବିଜୁଳି ବିଭାଗ: ବିପଦକୁ ଡାକୁଛି ୧୧ କେଭି ଖୁଣ୍ଟ, ତଥାପି ସୁଧୁରୁନି ବ୍ୟବସ୍ଥା

ନବୀନ ପଟ୍ଟନାୟକ ପୁଣି ହେଲେ ବିଜୁ ଜନତା ଦଳର ସଭାପତି

୬୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ବ୍ରହ୍ମଗିରି ଆର୍‌ଆଇ, ପିଅନ

କଳ୍ପନା-ବବ୍‌ଲି ଡବଲ ମର୍ଡର ମାମଲା: ଦିନକ ପାଇଁ ରିମାଣ୍ଡରେ ଗଲେ ଅନୁପ, ନାର୍କୋ ଟେଷ୍ଟ ପାଇଁ ଶୁଣାଣି ଆଜି