ପ୍ରମୁଖ ଖବର
  • ଦିଲ୍ଲୀ ଏନସିଆରର ୫୦ରୁ ଉର୍ଦ୍ଧ୍ଵ ସ୍କୁଲରେ ଖଞ୍ଜା ହୋଇଛି ବମ୍ ! ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ
  • ||
  • ଶ୍ରମିକ ଦିବସ; ଦୁର୍ଦ୍ଦିନରେ ଘରୋଇ ସହାୟିକା, ସରକାରୀ ସହାୟତାରୁ ହେଉଛନ୍ତି ବଞ୍ଚିତ
  • ||
  • ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତଙ୍କ ନାଁରେ ୮ କୋଟିର ଅସ୍ଥାବର ସମ୍ପତ୍ତି; ସ୍ତ୍ରୀଙ୍କ ନାଁରେ ୧୬ କୋଟିର ସମ୍ପତ୍ତି, ୧୫୦ ଗ୍ରାମ ସୁନା
  • ||
  • ବିଳମ୍ୱ ହେବ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ, ଧିମେଇଛି ଡିଜିଟାଲ ସାର୍ଟିଫିକେଟ୍ ପ୍ରସ୍ତୁତି କାମ
  • ||
  • ବଡ଼ବିଲ : କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ସାଲେପୁର : ଟ୍ରାକ୍ଟର ତଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ସମେତ ୪ ଆହତ
  • ||
  • ଅଗ୍ନିକୁଣ୍ଡ ପାଲଟିଲା ସାରା ରାଜ୍ୟ, ୬ରୁ ଆଶ୍ୱସ୍ତି... ୭ରେ ବର୍ଷା
  • ||
  • ୧୧୪ ଡିଗ୍ରୀ ଫାରେନହାଇଟ୍‌ରେ କଲବଲ, ଅଂଶୁଘାତର ଶିକାର ହୋଇ ୩୦ଜଣ ହସ୍ପିଟାଲ ଗଲେ
  • ||

ଜାଣନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଏହି ‘ଫାୟାରୱାଲ୍’ ଭିଡିଓର ପ୍ରକୃତ ସତ୍ୟ

ନୁଆଦିଲ୍ଲୀ ୨୧/୧: ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି ଭିଡିଓ ଭାଇରାଲ ହୋଇଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଆମେରିକାର, ଯେଉଁଠି ପାହାଡରୁ ନିଆଁ ଭଳି କୌଣସି ଜିନିଷ ତଳକୁ ଖସୁଥିବା ନଜର ଆସୁଛି । ଏହି ଭିଡିଓ ରବିବାର ଟ୍ୱିଟରରେ ସେୟାର କରାଯାଇଛି । ଆଜି ଦ୍ୱିତୀୟ ଦିନରେ ୪୦ ଲକ୍ଷରୁ ଅଧିକ ଥର ଏହାକୁ ଦେଖି ସାରିଲେଣି ଭିୟୋର୍ସ ।

ଏବେ ଆପଣ ଭାବୁଥିବେ କଣ ସତରେ ପଥରରୁ ନିଆଁ ବାହାରୁଛି ? ତେବେ ପ୍ରକୃତରେ ଏହା କାର୍ଲିଫର୍ଣ୍ଣିଆର ୟୋସୋମିଟି ନ୍ୟାସନାଲ୍ ପାର୍କ ସ୍ଥିତ ‘ହର୍ସଟେଲ୍ ଫଲ୍’ ଏବଂ ଭିଡିଓରେ ଖସୁଥିବା ଜିନିଷ ନିଆଁ ନୁହେଁ ବରଂ ପାଣି । ପ୍ରକୃତରେ ସୂର୍ଯ୍ୟ କିରଣ ଯେତେବେଳେ ସିଧା ୱାଟରଫଲରେ ପଡିଥାଏ ସେତେବେଳେ ଏହା ଚମକିଥାଏ ଏବଂ ଏମିତି ଲାଗିଥାଏ ଯେମିତି କୌଣସି ଜ୍ୱାଳାମୁଖୀରୁ ଲାଭା ପାହାଡ ତଳକୁ ଖସୁଛି ।

wp:html /wp:html

ମିଡିଆ ରିପୋର୍ଟ୍ସ ଅନୁସାରେ ପ୍ରତି ବର୍ଷ ଫେବୃୟାରୀରେ ଏହି ୱାଟରଫଲ ନାଲି ଓ କମଳା ରଙ୍ଗରେ ଚମକିଥାଏ ଏବଂ ଏମିତି ମାତ୍ର ୨ ଥର ପାଇଁ ହୋଇଥାଏ । ଏହାକୁ ‘ୟୋସେମିଟି ଫାୟରୱାଲ୍’ ମଧ୍ୟ କୁହାଯାଏ । ଏହି ୱାଟରଫଲ୍ ୨୦୦୦ ଫୁଟ ତଳକୁ ଖସିଥାଏ । ଏହି ଝରଣା ବହୁତ ସୁନ୍ଦର ଏବଂ ଏହାକୁ ଦେଖିବା ପାଇଁ ଦୂର-ଦୂରାନ୍ତରୁ ଲୋକେ ଆସିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.