ସୋନପୁର ସୁବଲୟାରେ ଗୁଳିକାଣ୍ଡରେ ଜଣେ ମୃତ, ଅଭିଯୁକ୍ତ ଅଟକ…

https://www.patrika.com/
ବୀରମହାରାଜପୁର: ସୁବର୍ଣ୍ଣପୁର ଜିୁଲ୍ଲା ବୀରମହାରାଜପୁର ନିକଟସ୍ଥ ସୁବଲୟାର ଟିକରାପଡା ଠାରେ ପୁର୍ବଶତ୍ରୁତାକୁ ନେଇ ଗୁଳିକାଣ୍ଡ । ଜଣକଙ୍କ ମୃତ ହୋଇଥିବା ବେଳେ ଅଭିଯୁକ୍ତକୁ ପୁଲିସ ଅଟକ ରଖିଥିବା ଜଣାଯାଇଛି । ଘଟଣା ଅନୁଯାୟୀ ପୁର୍ବରୁ ଉଭୟ ପଡୋଶୀଙ୍କ ମଧ୍ୟରେ ପାରିବାରିକ ଶତ୍ରୁତା ଥିଲା । ଏନେଇ ମୃତକଙ୍କ ପରିବାର ତରଫରୁ ପୁର୍ବରୁ ମାମଲା ହୋଇଥିଲା । ମାମଲା ନେଇ ଅଭିଯୁକ୍ତଙ୍କ ପାଖକୁ ନୋଟିସ ଆସିବା ପରେ ମୋ ନା ରେ କେସ୍ କରିଛ ବୋଲି ମୃତକ ପରିବାର ସହିତ ଝଗଡା ହୋଇଥିଲା । ଝଗଡା ଉଗ୍ର ରୂପ ନେବାପରେ ଅଭିଯୁକ୍ତ ନିଜ ପାଖରେ ରଖିଥିବା ବନ୍ଧୁକରୁ ବାବୁଳୁ ମେହେର ଉପରକୁ ଗୁଳି ଚଳାଇଥିଲା । ବାବୁଲୁର ଗୋଡ (ଜଘଂ) ଗୁଳି ବାଜିଥିଲା । ଘଟଣା ସ୍ଥଳରୁ ଆହତଙ୍କୁ ପରିବାର ଲୋକେ ବୀରମହାରାଜପୁର ଡାକ୍ତରଖାନାକୁ ଆଣିଥିଲେ । କିନ୍ତୁ ଡାକ୍ତରଖାନାକୁ ପହଞ୍ଚିଲା ବେଳକୁ ବାବୁଲୁର ମୃତ୍ଯୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ଅଭିଯୁକ୍ତକୁ ସୁବଲୟା ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଛି ।