PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ପେଟ୍ରୋଲ ପମ୍ପ୍‌ ମାଲିକଙ୍କୁ ଗୁଳି, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

348941.jpg

ସାକ୍ଷୀଗୋପାଳ ୩୦/୧୨: ରବିବାର ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୁଣା ସୋମେଶ୍ୱରପୁର ଚଣ୍ଡୀଛକଠାରେ ଥିବା ପେଟ୍ରୋଲ ପମ୍ପ୍‌ ମାଲିକ ଶ୍ରୀକାନ୍ତ ରଥ(ଟୁଲୁ-୫୩)ଙ୍କୁ ପେଟ୍ରୋଲ ପମ୍ପ୍‌ କାର୍ଯ୍ୟାଳୟ ପରିସରରେ ଗୁଳିମାଡ଼ ହୋଇଛି । ଗୋଟିଏ ରାଉଣ୍ଡ୍‌ ଗୁଳି ତାଙ୍କ ପେଟରେ ବାଜିଛି। ଚିକିତ୍ସା ନିମନ୍ତେ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସମ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଘଟଣାରୁ ପ୍ରକାଶ, ରାତି ପ୍ରାୟ ୧୦ଟା ସମୟରେ ଏକ ନାଲି ରଙ୍ଗର ବାଇକ୍‌ରେ ତିନି ଜଣ ଦୁର୍ବୃତ୍ତ ଆସିଥିଲେ । ସେମାନେ ପେଟ୍ରୋଲ ପମ୍ପ୍‌ କାର୍ଯ୍ୟାଳୟ ପରିସରକୁ ଯାଇ ଟଙ୍କା ମାଗିଥିଲେ । ଶ୍ରୀ ରଥ ସେମାନଙ୍କ ମଧ୍ୟରୁ ଜଣକୁ ଧରି ନେଇଥିଲେ । ଏହି ସମୟରେ ଆଉ ଜଣେ ଦୁର୍ବୃତ୍ତ ତାଙ୍କୁ ହଠାତ୍‌ ଗୁଳି କରିଥିଲା । ଗୁଳି ମାଡ଼ ପରେ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ । ସତ୍ୟବାଦୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ସବିଶେଷ ତଥ୍ୟ ମିଳି ପାରି ନାହିଁ ।