PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ପତ୍ନୀଙ୍କ ସହ ଅବୈଧ ସମ୍ୱନ୍ଧକୁ ନେଇ ସନ୍ଦେହ , ଜୁଏଲାରୀ ବ୍ୟବସାୟୀଙ୍କୁ ଜୀଅନ୍ତା ଜଳାଇବାକୁ ଉଦ୍ୟମ

navbharattimes.indiatimes.com

ଫିରୋଜାବାଦ , ୧୯ ଅଗଷ୍ଟ – ୟୁପି ଫିରୋଜାବାଦ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଜୁଏଲାରୀ ବ୍ୟବସାୟୀଙ୍କୁ ତାଙ୍କର ପଡ଼ୋଶୀ ଦୋକାନୀ  ଜୀଅନ୍ତା  ଜଳାଇାର ପ୍ରୟାସ କରିଛନ୍ତି । ସଂପୃକ୍ତ ବ୍ୟକ୍ତିଙ୍କ ଶରୀରର ପାଖାପାଖି ୮୦ ପ୍ରତିଶତ ପୋଡ଼ିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ  ଆଗ୍ରା  ରେଫର  କରାଯାଇଛି । ସମାଜବାଦୀ ପାର୍ଟୀର ଅଧ୍ୟକ୍ଷ  ଅଖିଳେଶ ଯାଦବ ଓ ପ୍ରଦେଶ କଂଗ୍ରେସ  ଅଧ୍ୟକ୍ଷ  ଅଜୟ କୁମାର ଲଲ୍ଲୁ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ।

ଫିରୋଜାବାଦର ବରିଷ୍ଠ  ପୁଲିସ୍‌ ଅଧିକାରୀ  ସଚିନ୍ଦ୍ର ପଟେଲ୍‌ କହିଛନ୍ତି କି ,ରାକେଶ (୪୦) ନାମକ ଜୁଏଲାରୀ ବ୍ୟବସାୟୀ  ଦକ୍ଷିଣ ଥାନା କ୍ଷେତ୍ର ସ୍ଥିତ  ବସ୍‌ ଷ୍ଟାଣ୍ଡ ପଛରେ ନିଜର  ଦୋକାନରେ ବସିଥିଲେ , ସେତେବେଳେ ପଡ଼ୋଶୀ ଦୋକାନୀ ରବିନ୍‌ ତାଙ୍କ ପାଖକୁ ଆସିଲେ ଏବଂ କଥାବାର୍ତ୍ତା କରିବାକୁ ଲାଗିଲେ ।  ଏହି ସମୟରେ  କିଛି ବିବାଦ ହେବା ପରେ  ରବିନ୍‌ଙ୍କ ଉପରେ ବୋତଲରେ କିଛି ଜ୍ୱଳନଶୀଳ ଜିନିଷ ଆଣି ତାଙ୍କ  ଉପରେ ପକାଇ ଦିଆସିଲ୍‌ରେ ନିଆଁ ଲଗାଇ ଦେଇଥିଲେ ଏବଂ ସେଠାରୁ ପଳାଇଥିଲେ ।

ପୁଲିସ୍‌ର ସୂଚନା ଆଧାରରେ  ଶରୀରର ପାଖାପାଖି  ୮୦ ଭାଗ ପୋଡ଼ି  ଯାଇଥିବା  ରାକେଶଙ୍କୁ ଜିଲ୍ଲା  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗୁରୁତର ଅବସ୍ଥାରେ  ତାଙ୍କୁ ଆଗ୍ରା  ସ୍ଥାନାନ୍ତର କରାଯାଇଛି । ଜୁଏଲାରୀ  ବଜାରରେ  ଲାଗିଥିବା  ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତକୁ  ଶୀଘ୍ର ଧରିବା ପାଇଁ ଚେଷ୍ଟା ଚାଲିଛି ।  ପୁଲିସ୍‌ର ୪ଟି ଟିମ୍‌ ସହ ଏସ୍‌ଓଜି ଓ ସର୍ଭିଲାନ୍ସ ଟିମ୍‌ ମଧ୍ୟ ଏହି ମାମଲାରେ ଲାଗିଛନ୍ତି ।

ପୁଲିସ୍ ଅଧିକ୍ଷକ କହିଛନ୍ତି ,  ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି କି ରବିନ୍‌ଙ୍କ ବିବାହ ରାକେଶଙ୍କ ପିତା କରାଇଥିଲେ ଏବଂ ତାଙ୍କର ପତ୍ନୀ ପୂଜା ଗତ ୧୨ ଅଗଷ୍ଟ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ରବିନ୍‌ଙ୍କୁ ସନ୍ଦେହ ଥିଲା କି ପୂଜା ଓ ରାକେଶଙ୍କର ଅବୈଧ  ସଂପର୍କ ଥିଲା , ଯେଉଁଥି ପାଇଁ ସେ ଚିନ୍ତାରେ ପଡ଼ି ଆତ୍ମହତ୍ୟା କରିଥିଲେ । ଏହାର ପ୍ରତିଶୋଧ ନେବାକୁ ଯାଇ ଏମିତି କାଣ୍ଡ ରବିନ୍‌ କରିଛନ୍ତି ବୋଲି କୁହାଯାଉଛି ।  



ସମ୍ବନ୍ଧିତ ଖବର