PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ବାଇକ୍ ଚୋରି ରାକେଟ୍‌ରେ ସାମିଲ ଥିଲେ ପୋଲିସ ଓ ସାମ୍ବାଦିକ, ଏସଏସ୍‌ପି କହିଲେ- ଏହା ଖୁବ୍ ଲଜ୍ଜାଜନକ କଥା

https://www.aajtak.in

ଫିରୋଜାବାଦ,୧୯।୯: ଉତ୍ତର ପ୍ରଦେଶର ଫିରୋଜାବାଦ  ଜିଲ୍ଲା ଥାନା ଅନ୍ତର୍ଗତ ପଚୋଖରା ପୋଲିସ ବାଇକ୍ ଚୋରଙ୍କ ଏକ ଗ୍ୟାଙ୍ଗକୁ ଧରିଛି। ପୋଲିସ ଏହି ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି। ପୋଲିସ ଯେଉଁ ଚାରି ଜଣଙ୍କୁ ଗିରଫ କରିଛି ସେମାନେ ହେଲେ ଗୌତମ , ସନ୍ତୋଷ କୁମାର, ରାହୁଲ କୁମାର ଓ ରଜତ କୁମାର।   

ଏମାନଙ୍କୁ ଟାର୍ଗେଟ କରି ଦେବଖେଡା ରୋଡ୍‌ରେ ଥିବା ଏକ ଘର ଭିତରୁ ୭ଟି ବାଇକ୍ ଓ ଅନ୍ୟ ସ୍ଥାନରୁ ୪ଟି ଦୁଇ ଚକିଆ ବାହାନ ପୋଲିସ ଜବତ କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ବାଇକ୍‌ ଚୋରି ଘଟଣାରେ ପଚୋଖରା ଥାନାରେ ମୁତୟନ ତିନି ପୋଲିସ  କର୍ମଚାରୀ ଓ ଦୁଇଜଣ ସାମ୍ବାଦିକ ସମ୍ପୃକ୍ତ ଥିଲେ। ସେମାନେ ଚୋରି ବାଇକ୍‌କୁ କିଣୁଥିଲେ।

ଏସଏସପି ଅଶୋକ କୁମାର ଶୁକ୍ଲା କହିଛନ୍ତି, ଚୋରି ବାଇକ୍ ମାମଲାରେ ଅପରାଧୀଙ୍କୁ ପଚୋଖରା ଥାନାରେ ୩ ଜଣ କନଷ୍ଟେବଳ ସାହାଯ୍ୟ କରିଛନ୍ତି। ସେମାନେ ହେଲ ଦଲବୀର, ସୁରେନ୍ଦ୍ର ସିଂ ଓ ପ୍ରବୀଣ କୁମାର। ଏହି ୩ ଜଣ ଚୋରି ବାଇକ୍ କିଣିବା ସହ ବିକ୍ରି କରିବାରେ ସାହାଯ୍ୟ କରୁଥିଲେ। ଆଉ ଏହି ଚୋରି ବାଇକ୍ କିଣିବାରେ ମଧ୍ୟ ଦୁଇଜଣ ସାମ୍ବାଦିକଙ୍କର ସମ୍ପୃକ୍ତି ରହିଛି। ଏସଏସପି କହିଛନ୍ତି ଯେ, ଏହା ଖୁବ୍ ଲଜ୍ୟାଜନକ କଥା ଯେ, ଚୋରି ଘଟଣାରେ ପୋଲିସ ଏକ ସାମ୍ବାଦିକ ସାମିଲ ଅଛନ୍ତି।