ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ଥର କିଣାଗଲା ଜମି,ଜାଣନ୍ତୁ କିଏ କିଣିଲେ

ନୂଆଦିଲ୍ଲୀ,୩।୯: କେନ୍ଦ୍ର ସରକାରଙ୍କ ଦ୍ବାରା ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଓ ଅନୁଚ୍ଛେଦ ୩୫ଏ ସମାପ୍ତ ହେବାପରେ ଅନ୍ୟ ରାଜ୍ୟର ଲୋକେ ଜମି କିଣିବାର ବାଟ ଖୋଲିଯାଇଥିଲା। ଏବେ ଜମ୍ମୁ-କଶ୍ମୀରେ ଜମି କିଣିବାର କାମ ପ୍ରଥମ ଥର ପାଇଁ ମହାରାଷ୍ଟ୍ର ସରକାର ଆରମ୍ଭ କରିଛନ୍ତି। ମହାରାଷ୍ଟ୍ର ସରକାର ଜମ୍ମୁ-କଶ୍ମୀରର ଲଦାଖରେ ଜମି କିଣିବାର ଘୋଷଣା କରିଦେଇଥିବା ବେଳେ ଏବେ ସେଠାରେ ଦୁଇଟି ରିସୋର୍ଟ ତିଆରି କରିବେ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, ତାଙ୍କ ସରକାର ଜମ୍ମୁ-କଶ୍ମୀରରେ ଜମି କିଣି ଦୁଇଟି ରିସୋର୍ଟ ତିଆର କରିବେ। କ୍ୟାବିନେଟରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଯାଇଇ। ମହାରାଷ୍ଟ୍ର ଟୁରିଜିମ୍ କର୍ପୋରେସନ୍ ଆଗାମୀ ୧୫ ଦିନରେ ଜମିର ସର୍ଭେ କରିବ। ଏହି ଟିମ୍ ଦୁଇଟି ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳରେ ପର୍ଯ୍ୟଟନର ଉନ୍ନତି ପାଇଁ ଯୋଜନାକୁ ଅନ୍ତିମ ରୂପ ଦେବ।

ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଜୟକୁମାର ରାଓ୍ବଲ କହିଛନ୍ତି ତାଙ୍କ ପାଖରେ ଲକ୍ଷାଦ୍ବୀପରେ ରିସୋର୍ଟ କାମ କରିବାର ପ୍ରସ୍ତାବ ରହିଛି, କିନ୍ତୁ ତାଙ୍କର ପ୍ରଥମ ପ୍ରାଥମିକତା କଶ୍ମୀର ଓ ଲଦାଖରେ ରିସୋର୍ଟ ତିଆରି କରିବ। ଯେଉଁଠି ସାଧାରର ଦରରେ ଦେଶୀ,ବିଦେଶୀ ଓ ରାଜ୍ୟର ପର୍ଯ୍ୟଟକ ରହିପାରିବେ। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ରିସୋର୍ଟ ତିଆରି କରୁଥିବା ମହାରାଷ୍ଟ୍ର ପ୍ରଥମ ରାଜ୍ୟ ହୋଇଯିବ। କୁହାଯାଉଛି ଯେ, ଏହାଦ୍ବାରା ଅମରନାଥ ଓ ବୈଷ୍ଣୋଦେବୀ ଯାଉଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଫାଇଦା ହେବ।

ଉଲ୍ଲେଖନୀୟ ଯେ, ମୋଦି ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ଭାରତରେ ରହୁଥିବା କୌଣସି ନାଗରିକ ଜମ୍ମୁ-କଶ୍ମୀରେ ଘର, ଫ୍ଲାଟ,ଜମି ଓ ଦୋକାନ ଆଦି କିଣି ପାରିବେ। ପୂର୍ବରୁ କେବଳ ରାଜ୍ୟର ଲୋକ ହିଁ କିଣିବାର ଅଧିକାର ରହିଥିଲା ଓ ଅନ୍ୟରାଜ୍ୟର ଲୋକେ କୌଣସି ସମ୍ପତ୍ତି କିଣିପାରୁନଥିଲେ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now