କରୋନାରେ ଦୋକାନୀଙ୍କ ମୃତ୍ୟୁ, ଜିନିଷ କିଣିବାକୁ ଆସୁଥିଲେ ମରକଜର ଜମାତି, ଏବେ ବିପଦରେ ବସ୍ତି ଲୋକଙ୍କ ଜୀବନ

ନୂଆଦିଳ୍ଲୀ,୩।୪: ଦିଲ୍ଲୀର ନିଜାମୁଦ୍ଧିନ୍ ସ୍ଥିତ ମରକଜରେ ଲଗାତର କରୋନା ପଜିଟିଭ ମାମଲା ବଢିବାରେ ଲାଗିଛି। ଏହା ଭିତରେ ସୋମବାର ମକକଜ ପାଖ ଗଳିରେ ୭୪ ବର୍ଷୀୟ ଜଣେ ବୟସ୍କ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହି ଘଟଣା ପରେ ନିମାଜୁଦ୍ଧିନ୍ ବସ୍ତିରେ କରୋନା ବିପଦ ବଢିଯାଇଛି।

କାରଣ ଏହି ବୟସ୍କ ବ୍ୟକ୍ତି ଜଣକଙ୍କର ମରକଜ ପାଖରେ ହିଁ ଦୋକାନ ଥିଲା। ଆଉ ଦୋକାନରୁ ବସ୍ତି ଶତାଧିକ  ଲୋକ ଜିନିଷ କିଣିବାକୁ ଯାଉଥିଲେ। ଏହି ଘଟଣା ପରେ ବସ୍ତିରେ ଲୋକଙ୍କୁ ସଂକ୍ରମଣ ହୋଇଛି କି ନାହିଁ ତା’ର ଯାଞ୍ଚ ହେବ। ମୃତ ବ୍ୟକ୍ତିଜଣଙ୍କର ଘର ମରକଜଠାରୁ ମାତ୍ର ୫୦ ମିଟର ଦୂରରେ ଥିଲା। ବହୁ ସମୟରେ ମୃତକ ମଧ୍ୟ ବହୁବାର ମରକଜ ଭିତରକୁ ଜିନିଷ ଦେବାକୁ ନିଜେ ଯାଉଥିଲେ। ଏବେ ଏହି ଘଟଣା ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ନିଦ ହଜାଇ ଦେଇଛି।

   ସମ୍ବନ୍ଧିତ ଖବର


ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଟ୍ରମ୍ପଙ୍କ ଭିଡିଓକୁ ବ୍ଲକ୍‌ କଲା ଟ୍ୱିଟର

ଆସନ୍ତା ୮ ତାରିଖରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ ଅମିତ ଶାହ

ଜୁଲାଇ ୧୫ ସୁଦ୍ଧା ସବୁ ସ୍କୁଲରେ ପିଲାଙ୍କ ନାମଲେଖା ସରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ

ଆଟ୍‌ଲାସ୍‌ ସାଇକେଲ୍ସ ସଟର ଡାଉନ୍‌, ୪୩୧ କର୍ମଚାରୀ ହେଲେ ଛଟେଇ

ଭାରତ ସୀମା ପାଇଁ ଚୀନ୍‌ର ନୂଆ କମାଣ୍ଡର