PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋକସରା: ପଛୁଆ ବର୍ଗ ପକ୍ଷରୁ କୋକସରାରେ ସଂରକ୍ଷଣ ଦାବିରେ ରାସ୍ତା ଅବରୋଧ, ଯାତାୟତ ଠପ୍
  • ||
  • କଳାହାଣ୍ଡି: ଅଙ୍ଗନୱାଡି କର୍ମୀ ଚୟନ ପାଇଁ ରାମପୁର ଆଇସିଡିଏସ୍ ସିଡିପିଓ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍
  • ||
  • କଟକ: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାମଲା, ପିଟିସନ୍ ଖାରଜ; ସାନି ପିଟିସନ୍ ଦାଖଲ ଲାଗି ହାଇକୋର୍ଟଙ୍କ ନିର୍ଦେଶ
  • ||
  • ଭୁବନେଶ୍ୱର: କାର୍‌ଗିଲ୍‌ ବସ୍ତିରୁ ୨୫୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ
  • ||
  • ନୀଳଗିରି: ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଯୁବକଙ୍କୁ ପଡିଲା ମହଙ୍ଗା, ଧରାପଡି ନିର୍ଧୁମ ମାଡ଼ ଖାଇଲେ
  • ||
  • ସୀମାନ୍ତରେ ମାଓବାଦୀ ଯବାନ ଗୁଳିବିନିମୟ ୩ ମାଓବାଦୀ ନିହତ, ବନ୍ଧୁକ ଗୋଳାବାରୁଦ ଜବତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୧୨କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ଆଠଗଡ଼: ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର, ଖାଁ ଖାଁ ଧବଳେଶ୍ଵରଙ୍କ ପୀଠ
  • ||
  • ମୟୂରଭଞ୍ଜ: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ, ୧୬ ଦଫା ଦାବିରେ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||
  • ଭୁବନେଶ୍ୱର: ରାଜ୍ୟରେ ୫ ଦିନ ଯାଏ ବଢ଼ିବନି ଶୀତ, ୨୮ରୁ ୩୦ ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଅଷ୍ଟମ ଶ୍ରେଣୀ କ୍ଲାସ୍ ରୁମ୍ ପାଠପଢ଼ା, ପ୍ରଥମ ଦୁଇଦିନ ହସଖୁସି ପିଲାଙ୍କ ଶିକ୍ଷଣସ୍ତର ମପାଯିବ
  • ||
  • ରାୟଗଡ଼ା: ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ। ରାସ୍ତା ଅବରୋଧ ଆରମ୍ଭ ହେବାର ମାତ୍ର ୧ ଘଣ୍ଟା ପରେ ସମସ୍ତଙ୍କୁ ଉଠେଇ ନେଲା ପୁଲିସ।
  • ||
  • ଜଗତସିଂହପୁର: ୩୦୦ ଗ୍ରାମ ବ୍ରାଉନସୁଗର ସହ ନଗଦ ଟଙ୍କା ଜବତ କଲା ଜଗତସିଂହପୁର ପୋଲିସ, ଜଣେ ମହିଳା ଅଟକ
  • ||

୨୫ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ୧୯ ବର୍ଷୀୟା ଯୁବତୀ ଗିରଫ

ନୁଆଦିଲ୍ଲୀ ୬/୨: ୨୫ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଗିରଫ କରାଯାଇଛି । ଆଜ୍ଞା ହଁ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ । ଦିଲ୍ଲୀରେ ଦୁଷ୍କର୍ମ ମାମଲାରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଗିରଫ କରାଯାଇଛି । ବୋଧୁହୁଏ ଏହା ଦେଶର ପ୍ରଥମ ଘଟଣା ଯେଉଁଠି ଜଣେ ଯୁବତୀଙ୍କୁ ଧାରା ୩୭୭ ଅନୁସାରେ ଗିରଫ କରାଯାଇଛି । ଗିରଫ ପରେ ତାକୁ ତିହାର ଜେଲ୍ ପଠାଯାଇଛି ।

ସମ୍ପୂର୍ଣ୍ଣ ଘଟଣା
ଗତ ବର୍ଷ ସେପ୍ଟେମ୍ବରରେ ଦିଲ୍ଲୀର ନର୍ଥ ଇଷ୍ଟରେ ଜଣେ ୨୫ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିଲା । ଯୁବତୀ ଜଣଙ୍କ ୪ ଜଣଙ୍କ ଉପରେ ଅଭିଯୋଗ ଲଗାଇଥିଲେ ଯେଉଁଥିରେ ଜଣେ ୧୯ ବର୍ଷୀୟ ଯୁବତୀ ମଧ୍ୟ ସାମିଲ ଥିଲେ । ପୋଲିସ ୩ ଜଣଙ୍କୁ ଗିରଫ କରିଦେଲା କିନ୍ତୁ ଅଭିଯୁକ୍ତ ଯୁବତୀଙ୍କୁ ଗିରଫ କରାଗଲାନି । ଯୁବତୀ ଜଣକ ତର୍କ ବାଢିଲେ ଯେ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ନୁହେଁ ବୋଲି ନିୟମ ଶୁଣାଇଛନ୍ତି ।

ପରେ ପୀଡିତାଙ୍କ ବୟାନ ରେଜିଷ୍ଟର ହେଲା । ଦିଲ୍ଲୀର କଡକଡୁଡୁମା କୋର୍ଟରେ ପୀଡିତା ଜଜଙ୍କ ସାମ୍ନାରେ କହିଲେ ଯେ ଯୁବତୀ ଜଣଖ ତାଙ୍କ ସହିତ ଅପ୍ରାକୃତିକ ଉପାୟରେ ଯୌନ ସମ୍ପର୍କ ରଖିଥିଲେ । ସେ ଜବରଦସ୍ତ ସେକ୍ସ ଟୟ ବ୍ୟବହାର କରି ତାଙ୍କ ସହିତ ସମ୍ପର୍କ ରଖିଥିଲେ । ଏହା ପରେ ପୋଲିସ ସେହି ଯୁବତୀଙ୍କୁ ଗିରଫ କଲା ଏବଂ ତାଙ୍କୁ ଜୁଡିସିଆଲ କଷ୍ଟଡିରେ ତିହାର ଜେଲ୍ ପଠାଇ ଦିଆଯାଇଛି ।

୨୫ ବର୍ଷୀୟ ଯୁବତୀ ଜଣଙ୍କ ନର୍ଥ ଇଷ୍ଟର ଅଟନ୍ତି । ସେ ନିଜ ଅନଲାଇନ୍ ବିଜନେସ୍ କରିବା ପାଇଁ ବହୁ ଦିନରୁ ଚେଷ୍ଟା କରିଆସୁଥିଲେ । କିନ୍ତୁ ସଫଳ ହୋଇପାରୁନଥିଲେ । ଦିନେ ତାଙ୍କୁ ରୋହିତ ସହିତ ଜଣେ ଯୁବକଙ୍କ ସହିତ ଦେଖା ହେଲା । ରୋହିତ ତାଙ୍କୁ ଜଣାଇଲା ଯେ ସେ ଏଚସିଏଲରେ କାମ କରେ ଏବଂ ତାଙ୍କୁ ବିଜନେସରେ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଲା । ଏହା ପରେ ଲଗାତାର ସେମାନେ ଦେଖା ହେଲେ । ଦିନେ ରୋହିତ ତାଙ୍କୁ ଦିଲଶାହ କଲୋନୀର ଆପାର୍ଟମେଣ୍ଟ ନେଇଗଲା । ସେହି ଆପାର୍ଟମେଣ୍ଟରେ ରୋହିତ ନିଜ ସାଙ୍ଗ ରାହୁଲ ସହିତ ମିଶି ତାଙ୍କୁ ଦୁଷ୍କର୍ମ କଲା । ସେ ଦୁଷ୍କର୍ମ ସମୟର ଭିଡିଓ ମଧ୍ୟ ଉତ୍ତୋଳନ କଲା । ତାଙ୍କ ସାଙ୍ଗରେ ଆଉ ଜଣେ ତୃତୀୟ ବ୍ୟକ୍ତି ମଧ୍ୟ ସାମିଲ ଥିଲା ।

ତେବେ ଏହି ସମୟରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କ ଏଣ୍ଟ୍ରି ହେଲା । ସେ ତାଙ୍କ ସହିତ ଜବରଦସ୍ତ ସେକ୍ସ କଲା ଓ ଅନେକ ଥର ସେକ୍ସ ଟୟ ମଧ୍ୟ ବ୍ୟବହାର କରି ତାଙ୍କ ସହିତ ଦୁଷ୍କର୍ମ କଲା ।  

ତେବେ ପୋଲିସର କହିବା ଅନୁସାରେ ପୂର୍ବରୁ ୧୯ ବର୍ଷୀୟା ଯୁବତୀଙ୍କ ନାଁରେ କୌଣସି ମୋକଦ୍ଦମା ରୁଜୁ ହୋଇନଥିଲା । କିନ୍ତୁ ପରେ ଧାରା ୧୬୪ ଅନୁସାରେ ମାଜିଷ୍ଟ୍ରଟଙ୍କ ସାମ୍ନାରେ ତାଙ୍କ ବୟାନ ରେକର୍ଡ ହେଲା । ଯାହା ପରେ ପୋଲିସ ଅଭିଯୁକ୍ତ ଯୁବତୀଙ୍କ ଉପରେ ଧାରା ୩୭୭ ଅନୁସାରେ ମାମଲା ରୁଜୁ କଲା । ତାକୁ ଗିରଫ କରି ତିହାର ଜେଲ୍ ପଠାଗଲା ।