PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଫ୍ରେଟ୍ କରିଡରରେ ସୁପର ଫାଷ୍ଟ ଟ୍ରେନ୍ ଭଳି ଦୌଡିଲା ମାଲ୍‌ଗାଡି, ଏଣିକି ବଦଳିଯିବ ଭାରତୀୟ ରେଲୱେ ଚିତ୍ର

ନୁଆଦିଲ୍ଲୀ ୨୬/୧୨: ଭାରତୀୟ ରେଲୱେ ନିଜ ଡ୍ରିମ୍ ପ୍ରୋଜେକ୍ଟ ଡେଡିକେଟେଡ୍ ଫ୍ରେଟ୍ କରିଡର(Dedicated Freight Corridor) ରେ ଗୁରୁବାର ଗୁଡ୍ସ ଟ୍ରେନର ପ୍ରଥମ ସଫଳ ଟ୍ରାୟଲ କରିଛି । ଟ୍ରାୟଲ ସମୟରେ ମାଲଗାଡୀ ୧୦୦ କିମି ପ୍ରତି ଘଣ୍ଟା ସ୍ପିଡରେ ଦୌଡିଛି । ଆଜି ପ୍ରଥମ ଟ୍ରାୟଲ ସରିଛି । କାଲି ରେଲୱେ ଡବଲ ଡେକର ଗୁଡ୍ସ ଟ୍ରେନର ଟ୍ରାୟଲ କରିବ । ୮୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ଡିଏଫସିକୁ ୨ କରିଡରରେ ପ୍ରଥମ ପର୍ଯ୍ୟାୟରେ ପ୍ରସ୍ତୁତ ହେଉଛି । ଆଜି ୱେଷ୍ଟର୍ଣ୍ଣ କରିଡରରେ ରାଜସ୍ଥାନର ନ୍ୟୁ ମାଧୋପୁରରେ ପ୍ରଥମ ଟ୍ରାୟଲ କରାଯାଇଛି । ଅନେକ ଦିଗରୁ ଦେଖିବାକୁ ଗଲେ ଏହି ଟ୍ରାୟଲ ପରେ ଭାରତୀୟ ରେଲୱେର ଚିତ୍ର ବଦଳିବାକୁ ଯାଉଛି ।

ୱେଷ୍ଟର୍ଣ୍ଣ କରିଡରର ୩୫୦ କିଲୋମିଟରର ଭାଗ ରେଲୱେ ପ୍ରସ୍ତୁତ କରିଦେଇଛି ଏବଂ ଏହି ଟ୍ରାୟଲ ପରେ ୱେଷ୍ଟର୍ଣ୍ଣ କରିଡରର ଭାଗରେ ମାଲ ବହନ ଆରମ୍ଭ ହୋଇଯିବ । ୱେଷ୍ଟର୍ଣ୍ଣ କରିଡର ନୋଏଡାର ଦାଦରୀରୁ ଆରମ୍ଭ ହୋଇ ମୁମ୍ବାଇର ଜବାହରଲାଲ୍ ନେହେରୁ ପୋର୍ଟ ଟ୍ରଷ୍ଟ ପର୍ଯ୍ୟନ୍ତ ନିର୍ମାଣ ହେଉଛି । ଦ୍ୱିତୀୟ ପର୍ଯ୍ୟାୟରେ ୬ ନୂଆ କରିଡର ନିର୍ମାଣ ହେବ । ଅର୍ଥାତ୍ ଦେଶର ୪ ଭାଗରେ ଡେଡିକେଟେଡ୍ ଫ୍ରେଟ୍ କରିଡର ସହିତ ଯୋଡିହେବ ।

ରେଲୱେ ପାଇଁ ଏହା ଏକ ବଡ ଖୁସିର କଥା କାରଣ ଏହାର ପ୍ରଭାବ ଭାରତୀୟ ରେଲୱେ ଉପରେ ପଡିବ । ଏପର୍ଯ୍ୟନ୍ତ ରେଲୱେର ଗୁଡ୍ସ ଟ୍ରେନ୍ ପ୍ରାୟ ୨୫ କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ଯାଉଥିଲା ଅର୍ଥାତ୍ ପାସେଞ୍ଜର ଗାଡିକୁ ଆଗକୁ ଯିବାକୁ ହେଲେ ଗୁଡ୍ସ ଗାଡିକୁ ଅଟକାଇ ଦିଆଯାଉଥିଲା । ଫଳରେ ବ୍ୟାପାରିକ ମାଲ୍ ସଠିକ୍ ସମୟ ମଧ୍ୟରେ ପହଞ୍ଚି ପାରୁନଥିଲା । ଏହି କାରଣରୁ ରେଲୱେର ପୁରା ଫୋକସ୍ ସାରା ଦେଶରେ ଡେଡିକେଟେଡ୍ ଫ୍ରେଟ୍ କରିଡର ନିର୍ମାଣ ଉପରେ ଲଗାଇଥିଲା । ଏହା ଉପରେ ରେଲୱେ ଜୋରସୋରରେ କାମ କରୁଛି । ଏହି କରିଡରରେ କେବଳ ମାଲ୍ ଗାଡି ଚାଲିବ ।

ରେଲୱେ କରିଡରର ଫାଇଦା
ଏହାର ବଡ ଫାଇଦା ଏହା ହେବ ଯେ ଗୁଡ୍ସ ଗାଡି ୧୦୦ କିଲୋମିଟର ପ୍ରତି ଘଣ୍ଟାରେ ଚାଲିବ ଏବଂ ମାଲ୍ ମଧ୍ଯ ଶୀଘ୍ର ପହଞ୍ଚିଯିବ । ସଠିକ୍ ସମୟରେ ମାଲ୍‌ର ଡେଲିଭରୀ ହୋଇପାରିବ ।  ତୃତୀୟ ବଡ ଫାଇଦା ଏହା ହେବ ଯେ ନର୍ମଲ ଟ୍ରେକରେ ଏବେ ବହୁତ ଲୋଡ୍ ରହୁଛି । ଗୁଡ୍ସ ଟ୍ରେନ୍ ହଟିବା ଫଳରେ ନର୍ମଲ ଟ୍ରେକରେ ଲୋଡ କମ୍ ହେବ ଏବଂ ସେଥିରେ ପାସେଞ୍ଜର ଗାଡି ସମୟ ପୂର୍ବରୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବ ।