PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର:ହାତୀଦାନ୍ତ ରାକେଟକୁ ମାଡିବସିଲା ଏସ୍ ଟି ଏଫ୍ ଟିମ୍, ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି, ବଲାଙ୍ଗୀର ରେଞ୍ଜ ଦେଓଗାଁ ଅଞ୍ଚଳରୁ ରାକେଟ ଧରାପଡ଼ିଥିବା ସୂଚନା
  • ||
  • ଭୁବନେଶ୍ୱର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲା , ଦ୍ୱିତୀୟ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡରେ ଯିବେ ୨ କିଲର( ସମ୍ପଦ ସାହୁ , ପ୍ରଶାନତ ଦାସ), ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ସମ୍ବଲପୁର ସହରର ଟାଂଗରପାଲିରେ ଟ୍ରକ ଧକ୍କାରେ ଗୋଟିଏ ପରିବାରର ୪ ଗୁରୁତର
  • ||
  • ଆସନ୍ତାକାଲି ସକାଳ ୧୦.୩୦ ଯାଏ ବିଧାନସଭା ମୁଲତବୀ , ସର୍ବଦଳୀୟ ବୈଠକରେ ବାହାରିଲାନି କୌଣସି ନିଷ୍କର୍ଷ ବୋଲି କହିଲେ ବାଚସ୍ପତି
  • ||
  • ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
  • ||
  • ୧୦ ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ନାକଟିଦେଉଳ: ବାରହା ମାଂସ ଜବତ, ଜନ୍ତୁ ଶିକାର ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ ।
  • ||
  • ଭବାନୀପାଟଣା: ବସ୍‌କୁ ସଜାଡୁଥିଲେ ଡ୍ରାଇଭର, ଅଚାନକ ଗାଡ଼ି ଜେକ ଖସି ଯିବାରୁ ଚକା ତଳେ ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ପୁରୀ: ପୁରୀ ଅଜମେର ଟ୍ରେନରେ ଧୂଆଁ, ଗୋଟିଏ ଘଣ୍ଟା ବିଳମ୍ବ
  • ||
  • ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଧରାପଡିଲେ ଖୋର୍ଦ୍ଧା ସହକାରୀ ଯନ୍ତ୍ରୀ, ଜଣେ ଠିକାଦରଙ୍କଠୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ
  • ||
  • ଭୁବନେଶ୍ଵର : ଷଷ୍ଠ ଦିନରେ ବିଧାନସଭା ଅଚଳ, ବିରୋଧୀଙ୍କ ଘଣ୍ଟ ମାଡ଼ରେ କମ୍ପିଲା ଗୃହ, ଗଙ୍ଗା ଜଳ ଛିଞ୍ଚିଲା ବିଜେଡି
  • ||
  • ତେଲକୋଇ : ତେଲକୋଇ ଫରେଷ୍ଟ ବିଟ୍‌ରେ ହାତୀ ଉପଦ୍ରବ, ନଷ୍ଟକଲେ ଏକର ଏକର ଧାନ ଫସଲ
  • ||
  • ବାଲିକୁଦା : ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୁଟ୍ କରିବା ବେଳେ ଧରାପଡ଼ିଲେ ୩ ଚୋର, ଖୋର୍ଦ୍ଧାରେ ବିକ୍ରି କରୁଥିଲେ ଚୋରି ଯନ୍ତ୍ରାଂଶ
  • ||
  • କଟକ : ଭିଜିଲାନ୍ସ ଜାଲରେ OSAP ସିପାହୀ, ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଜବତ
  • ||
  • କଳାହାଣ୍ଡି : ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ
  • ||
  • ଭୁବନେଶ୍ଵର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ, ଆଉ ଜଣଙ୍କ ଜୀବନ ନେଲା କୋଭିଡ୍
  • ||
  • ଗଜପତି: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାଙ୍କୁ ଗୋଡାଇ ଗୋଡାଇ କାବୁ କଲା ପୋଲିସ
  • ||
  • ଚାନ୍ଦବାଲି: ସ୍ଥାୟୀ ଘରଡିହ ପଟା ପାଇଁ ଦାବି କରିବାରୁ ବାସହରା ହେଲେ ୧୧ ପରିବାର, ରାଜରାସ୍ତାରେ ଶୀତ କାକରରେ କଟୁଛି ଜୀବନ
  • ||
  • ବୁର୍ଲା: ଭିମସାରରେ ୨ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ
  • ||
  • ପାରଳାଖେମୁଣ୍ଡି: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||

ବିଶ୍ବରେ ପ୍ରଥମ: ଏଚ୍ଆଇଭି ପଜିଟିଭ ମହିଳା ତାଙ୍କ ଭଳି ଆଉ ଜଣେ ରୋଗୀକୁ ଦାନ କଲେ ନିଜ କିଡନୀ

ବାଲଟିମୋର,୨୯।୩: ବିଶ୍ବରେ ଏହା ବୋଧ ହୁଏ ପ୍ରଥମ ଘଟଣା ଯେବେ ଜଣେ ଏଚଆଇଭି ପଜିଟିଭ ପୀଡିତା ମହିଳା ନିଜର କିଡନୀ ଆଉ ଜଣେ ଏଚଆଇଭି ପୀଡିତ ରୋଗୀଙ୍କୁ ଦାନ କରିଛନ୍ତି। ଏହି ଅପରେସନ୍ ନିକଟରେ ଆମେରିକାର ଓ୍ବାଲଟିମୋର ସ୍ଥିତ ଜନ୍ ହୋପକିନସ୍ ହସ୍ପିଟାଲର ଡାକ୍ତରମାନେ କରିଛନ୍ତି। ହସ୍ପିଟାଲର କହିବା ଅନୁସାରେ ଦୁହେଁ ଏବେ ସୁସ୍ଥ ଅଛନ୍ତି। ଏପର୍ଯ୍ୟନ୍ତ ମୃତ ଏଚଆଇଭି ପଜିଟିଭ ଦାତାଙ୍କର ମୃତ୍ୟୁ ପରେ ତାଙ୍କର ଅଙ୍ଗ ପ୍ରତ୍ୟାରୋପଣ କରାଯାଉଥିଲା। କିନ୍ତୁ ଏହା ହେଉଛି ବିଶ୍ବରେ ପ୍ରଥମ ଘଟଣା।

source: https://www.dailymail.co.uk

କିଡନୀ ଦାନ କରିଥିବା  ନୀନା ମୋର୍ଟିନେଜ୍ କହିଛନ୍ତି ମୁଁ ୩୫ ବର୍ଷ ହେବ ଏହି ରୋଗରେ ପୀଡିତ ରହିଛି। ମୋତେ ଯେତେବେଳେ ୬ ମାସ ହୋଇଥିବା ସେତେବେଳେ ଏଚଆଇଭିରେ ପୀଡିତ ଥିବା ନେଇ ଜଣାପଡିଥିଲ। ଏହି ରୋଗରେ ପୀଡିତ ଥାଇ ମଧ୍ୟ ଅନ୍ୟଜଣଙ୍କୁ ଜୀବନ ଦାନ ଦେଇପାରିଥିବାରୁ ମୁଁ ଖୁସି ବୋଲି କହିଛନ୍ତି ସେ। ନୀନା ଆଟଲାଣ୍ଟାରେ ରୁହନ୍ତି ଓ ସେ ପବ୍ଲିବ ହେଲଥ୍ କନସଲଟାଣ୍ଟ ଭାବରେ କାମ କରିନ୍ତି।

source: https://www.dailymail.co.uk

ଏହି ଅପରେସନ୍ ହସ୍ପିଟାଲର ଆସିଷ୍ଟାଣ୍ଟ ପ୍ରଫେସର ନୀରଜ ଦେଶାଇ ଏବଂ ଡୋରି ସେଗେଭ ଓ ତାଙ୍କର ଟିମ୍ କରିଛନ୍ତି। ସେଗେଭ କହିଛନ୍ତି ନୀନାଙ୍କ ନିଷ୍ପତ୍ତିରେ ମୁଁ ଖୁବ୍ ପ୍ରଭାବିତ। ଏଭଳି ଘଟଣା ଇତିହାସରେ ପ୍ରଥମ ଥର ଘଟିଛି।  ୨୦୧୩ ପୂର୍ବରୁ ଆମେରିକାରେ ଦୁଇ ଏଚଆଇଭି-ପଜିଟିଭି ରୋଗୀଙ୍କ ଭିତରେ ଅଙ୍ଗ ପ୍ରତ୍ୟାରୋପଣ କରାଯାଉନଥିଲା। କିନ୍ତୁ ସେଗେଭଙ୍କ ଆବିଷ୍କାର ପରେ ଏଚଆଇଭି ଅର୍ଗାନ ପଲିସି ଇକ୍ବିଟିରେ ପରିବର୍ତ୍ତନ ହୋଇଥିଲା। ଏହାପରେ ଏଚଆଇଭି ପୀଡିତ ରୋଗୀଙ୍କ ଭିତରେ ଅଙ୍ଗଦାନକୁ ମଞ୍ଜୁରୀ ଦିଆଯାଇଥିଲା। ଏହି ଅପରେସନ୍ ପୂର୍ବରୁ  ସେଗେଭ ଓ ତାଙ୍କର ଟିମ୍ ୪୦ ହଜାର ଏଚଆଇଭି-ପଜିଟିଭ ରୋଗୀଙ୍କ ଉପରେ ଗବେଷଣା କରିଥିଲେ।

ସମ୍ବନ୍ଧିତ ଖବର