୨୬୫୦ କି.ମି ଦୂରରୁ ଚନ୍ଦ୍ରର ଫଟୋ ନେଲା ଚନ୍ଦ୍ରଯାନ-୨

ନୁଆଦିଲ୍ଲୀ ୨୨/୮: ଚନ୍ଦ୍ରଯାନ-୨ ବୁଧବାର ଜହ୍ନର ପ୍ରଥମ ଫଟୋ ପଠାଇ ଦେଇଛି । ଇସ୍ରୋ ଟ୍ୱିଟ୍ କରି କହିଛି ଯେ ଏହି ଫଟୋ ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ପୃଷ୍ଠରୁ ୨୬୫୦ କିମି  ଉଚ୍ଚତାରୁ ନେଇଛି । ଏହା ପୂର୍ବରୁ ଚନ୍ଦ୍ରଯାନ-୨ ମଙ୍ଗଳବାର ସକାଳ ୯.୦୨ ମିନିଟ୍ ସମୟରେ ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିଥିଲା ।

ଇସ୍ରୋ କହିଛି ଯେ ଚନ୍ଦ୍ରର କକ୍ଷରେ ସମ୍ପୂର୍ଣ୍ଣ ରୂପେ ସ୍ଥାପିତ ହେବା ପାଇଁ ଯାନକୁ ପ୍ରାୟ ଅଧଘଣ୍ଟା ଲାଗିଥିଲା ।  ୨୩ ଦିନ ପୃଥିବୀର ଚକ୍କର ଲଗାଇବା ପରେ ଚନ୍ଦ୍ରର କକ୍ଷରେ ପହଞ୍ଚିବା ପାଇଁ ଏହାକୁ ୬ ଦିନ ଲାଗିଲା । ୭ ସେପ୍ଟେମ୍ବରରେ ଜହ୍ନର ପୃଷ୍ଠରେ ନିର୍ଦ୍ଧାରିତ ସ୍ଥାନ(ଦକ୍ଷିଣୀ ଧ୍ରୁବ)ରେ ସପ୍ଟ ଲ୍ୟାଣ୍ଡିଂ କରିବ ।

ଚନ୍ଦ୍ରଯାନ-୨କୁ ଭାରତର ସବୁଠାରୁ ଶକ୍ତିଶାଳୀ ଜିଏସଏଲଭି ମାର୍କ-୩ ରକେଟ୍ ସହିତ ଲଞ୍ଚ କରାଯାଇଛି । ଏହି ରକେଟରେ ୩ ମଡ୍ୟୁଲ୍ସ ଅର୍ଭିଟର, ଲ୍ୟାଣ୍ଡର(ବିକ୍ରମ) ଓ ରୋଭର(ପ୍ରଜ୍ଞାନ) ରହିଛି । ଏହି ମିଶନ ଅନୁସାରେ ଇସ୍ରୋ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଲ୍ୟାଣ୍ଡରକୁ ଓହ୍ଲାଇବା ପାଇଁ ଯୋଜନା କରୁଛି । ଏଥର ଚନ୍ଦ୍ରଯାନ-୨ର ଓଜନ ୩୮୭୭ କିଲୋ ରହିଛି । ଏହା ଚନ୍ଦ୍ରଯାନ-୧ ମିଶନ(୧୩୮୦)ରୁ ପ୍ରାୟ ୩ ଗୁଣା ଅଧିକ ଓଜନ । ଲ୍ୟାଣ୍ଡର ଭିତରେ ଉପସ୍ଥିତ ଥିବା ରୋଭରର ସ୍ପିଡ୍ ୧ ସେମି ପ୍ରତି ସେକେଣ୍ଡ ।

   ସମ୍ବନ୍ଧିତ ଖବର


ଭୋଟର ଆଇଡି କାର୍ଡ ସହ ଲିଙ୍କ୍‌ ହେବ ଆଧାର!

୨୦୦୦ ଟଙ୍କିଆ ନୋଟ୍‌ର ଛପା ବନ୍ଦ ନେଇ ନିଷ୍ପତ୍ତି ହୋଇନାହିଁ

ଏଲ୍ଏସିକୁ ଆଉ ୩ହଜାର ସୈନିକ ପଠାଇଛି ଭାରତ

ବଜାରରେ ରୁଷର କରୋନା ଔଷଧ ‘କରୋନାଭିର’

ଘରେ ବସି ବସି ବୋର୍‌ ହେଲେ ବିମାନରେ ଟିକେ ବୁଲିଆସନ୍ତୁ, କରୋନା ସମୟରେ ଏମିତି ବି ସୁବିଧା ମିଳୁଛି

ଥଣ୍ଡା ସହ୍ୟ କରିପାରୁନାହାନ୍ତି ଚୀନ୍‌ ସୈନିକ