ପ୍ରଥମ ପର୍ଯ୍ୟାୟରେ ଶାନ୍ତିପୂର୍ଣ୍ଣ ମତଦାନ: ଡିଜିପି

ଭୁବନେଶ୍ୱର ୧୧/୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଶାନ୍ତି ପୂର୍ଣ୍ଣ ଭାବେ ମତଗ୍ରହଣ ହୋଇଛି । ରାଜ୍ୟର ୪ ଲୋକସଭା ଆସନ ଯଥା କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର,  ବ୍ରହ୍ମପୁର ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତଗ୍ରହଣ ହୋଇଛି । ମତଦାନ ନେଇ ଭାରପ୍ରାପ୍ତ ଡିଜିପି ବି.କେ ଶର୍ମା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଶାନ୍ତିପୂର୍ଣ୍ଣ ମତଦାନ ରହିଛି । ମାଓପ୍ରବଣ ୨୦ଟି ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ମତଦାନ ରହିଥିଲା । ସିଆରପିଏଫ ଓ ଓଡିଶା ପୋଲିସ ସଜାଗ ରହିଥିଲା ।

ଅପରାହ୍ନ ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୂରେନ୍ଦ୍ର କୁମାର । କିଛି ସ୍ଥାନରେ ଭୋଟ୍ ବର୍ଜନ କରିଛନ୍ତି ଭୋଟର୍ । କିଛି ବୁଥରେ ଶୂନ୍ଯ ପୋଲିଂ ହୋଇଥିବା ମଧ୍ଯ ସୂଚନା ମିଳିଛି ।

ରାଜ୍ଯରେ କିଛି ସ୍ଥାନରେ ଇଭିଏମ୍ ଅଚଳ ହେବା ଯୋଗୁଁ ମତଦାନରେ ସାମାନ୍ୟ ବିଳମ୍ବ ପରିଲକ୍ଷିତ ହୋଇଥିଲା ତେବେ ଅନ୍ଯ ରାଜ୍ଯ ତୁଳନାରେ ଓଡିଶାରେ ଇଭିଏମ୍ ଠିକ୍ କାମ କରିଛି । ୭୩୦ ବୁଥରେ ୱେବ୍ କାଷ୍ଟିଂ କରାଯାଇଛି । ମାଓପ୍ରବଣ ମାଲକାନଗିରି ଓ ନୂଆପଡ଼ା ଜିଲ୍ଲାରେ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା  । ଅବାଧ, ମୁକ୍ତ ଓ ନିରପେକ୍ଷ ଭୋଟ ଗ୍ରହଣ ପାଇଁ ପୁଲିସ ଓ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଥିଲା ।

   ସମ୍ବନ୍ଧିତ ଖବର


ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ

ରାଜ୍ୟରେ ବାକି ପଡ଼ିଛି ୩୯୩୬ କୋଟିର ଜଳ କର

ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ଓକିଲ ନିଶା, କେବେ ଦିନେ ରାସ୍ତା କଡରେ ଭିକ ମାଗୁଥିଲେ ଆଜି ବିଶ୍ବ ପାଇଁ ଉଦାହରଣ

ବଦଳିଲା ୨ ସ୍ୱତନ୍ତ୍ର ଟ୍ରେନ୍‌ର ଚଳାଚଳ ସମୟ: ଡିସେମ୍ବର ୧ରୁ ହାଓଡା-ସିକନ୍ଦରାବାଦ, ବିଶାଖାପାଟଣା-ବିଜୟୱାଡା ଚାଲିବ

ଟ୍ୱିନ୍‌ ସିଟି ଏନ୍‌ଏଚ୍‌ରେ ଲେନ୍‌ ଡ୍ରାଇଭିଂ: ନିୟମ ଭାଙ୍ଗିଲେ ଧରିବ ସିସିଟିଭି ଓ ଇଣ୍ଟରସେପ୍ଟର, ଘରରକୁ ପଠାଯିବ ଇ-ଚାଲାଣ

ପାଟିରେ ସୁନା ବିସ୍କୁଟ ପୂରାଇ ଚେନ୍ନାଇ ଯିବାକୁ ଚେଷ୍ଟା କରୁଥିଲେ ସ୍ମଗଲର: କଥା କହି ପାରିଲେନି ବୋଲି ଏୟାରପୋର୍ଟରେ ଧରାପଡିଲେ, ୪୦୦ ଗ୍ରାମର ସୁନା ଜବତ