PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭବାନୀପାଟଣା: ଏକ ତରଫା ପ୍ରେମରୁ ହତ୍ୟା, ଯୁବତୀଙ୍କୁ ଛୁରି ଭୁସି ଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମାଆ ମୃତ
  • ||
  • ପାରାଦୀପ : ଅଠରବାଙ୍କୀ ରେଳବାଇ କଲୋନୀ ପଛପଟ ଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ନୀଳଗିରି : ନୀଳଗିରି ବ୍ଲକ ଅଧିନ ମଛୁଆ ଗ୍ରାମର ଉମାକାନ୍ତ ସିଂ ଓ ଲକ୍ଷ୍ମୀ ସିଂଙ୍କ ଝିଅ ସୌଭାଗ୍ୟବତୀଙ୍କ ମୁଣ୍ଡ ଅସ୍ଵାଭାବିକ ଭାବରେ ବୃଦ୍ଧି ପାଉଛି, ଚିକିତ୍ସା ପାଇଁ ପରିବାର ନିକଟରେ ନାହିଁ ସମ୍ବଳ, ଝିଅ ପାଇଁ ହାତୁଡି ଧରି ପଥର ସହ ସଙ୍ଘର୍ଷ କରୁଛି ମାଆ
  • ||
  • ସୋର : ସୋର ଅଞ୍ଚଳରେ ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ, ୩ ଗୁରୁତର, ୭ ଏକର ଜମିର ଧାନ ଜଳିଗଲା ୧୦ ବଖରା ପୋଡି ପାଉଁଶ
  • ||
  • ବାଲେଶ୍ବର: ଖଇରା ଓ ନୀଳଗିରି ଅଞ୍ଚଳରେ ଅଚାନକ ଚଢ଼ାଉ କଲେ ନୀଳଗିରି ଏସଡିପିଓ, ୩ ବେଆଇନ ପଥର ବୋଝେଇ ଡ଼ମ୍ଫର ଜବତ,୪ ଅଟକ
  • ||

ମଙ୍ଗଳବାରରୁ ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍‌: ଏହିସବୁ ଡକ୍ୟୁମେଣ୍ଟ୍‌ ଆଣିନଥିଲେ ପ୍ରାର୍ଥୀଙ୍କୁ ପରୀକ୍ଷା ଦେବାକୁ ମିଳିବନି ଅନୁମତି

ଭୁବନେଶ୍ୱର,୨୨/୦୨: ମଙ୍ଗଳବାର(୨୩ ତାରିଖ)ରୁ ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍‌ ଅନୁଷ୍ଠିତ ହେବ । ଯାହା ୨୬ ତାରିଖରେ ସରିବ । ତେବେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ଏ ସମ୍ପର୍କରେ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।ସମସ୍ତ ପରୀକ୍ଷାର୍ଥୀ ପରୀକ୍ଷା ଆରମ୍ଭ ହେବାର ଅତି କମରେ ଏକ ଘଣ୍ଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ ପଡିବ । ନିଜ ସହିତ ଜେଇଇ ମେନ୍‌ ଆଡମିଟ୍‌ କାର୍ଡ ପରୀକ୍ଷା କେନ୍ଦ୍ରକୁ ନେବା ଜରୁରୀ । ସେହିପରି ପ୍ରାର୍ଥୀମାନେ ପରିଚୟ ପ୍ରମାଣ(ଭୋଟର୍‌ ଆଇ କାର୍ଡ/ଆଧାର କାର୍ଡ/ଡ୍ରାଇଭିଂ ଲାଇସେନ୍ସ/ପାସପୋର୍ଟ) ସମେତ ସେଲ୍ଫ ଡିକ୍ଲାରେସନ୍‌ ଫର୍ମ ମଧ୍ୟ ନେଇ ଆସିବେ । ଏଥି ମଧ୍ୟରୁ କୌଣସି ଡକ୍ୟୁମେଣ୍ଟ୍‌ ବାଦ ପଡିଲେ ପ୍ରାର୍ଥୀଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ ।

ସେହିପରି କରୋନା କଟକଣା କଡ଼ାକଡ଼ି ଭାବେ ମାନିବାକୁ ପଡିବ । କେନ୍ଦ୍ରରେ ପ୍ରବେଶ ପୂର୍ବରୁ ଥର୍ମାଲ୍‌ ସ୍କ୍ରିନିଂ କରାଯିବ । ଭିଡ଼ ନହେବା ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ହଲ୍‌ରେ ପ୍ରବେଶ କରିବା ପରେ ତୁରନ୍ତ ବସିବାକୁ ପଡିବ ।ପରୀକ୍ଷାର୍ଥୀମାନେ ସେମାନଙ୍କ ସହିତ ୫୦ ମିଲି ସାନିଟାଇଜର୍‌ ବୋତଲ ନେବା ଜରୁରୀ । ସଂକ୍ରମଣକୁ ରୋକିବା ପାଇଁ ପ୍ରାର୍ଥୀ ସବୁବେଳେ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ନିୟମ ନିଶ୍ଚିତ ଭାବେ ପାଳନ କରିବେ ବୋଲି ଏନଟିଏ ନିର୍ଦ୍ଦେଶ ଦେଇଛି । ଚଳିତବର୍ଷ ଜେଇଇ ମେନ୍‌ ପରୀକ୍ଷା ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପରୀକ୍ଷା ଫେବ୍ରୁଆରୀରେ ସରିବା ପରେ ଦ୍ୱିତୀୟ ପରୀକ୍ଷା ମାର୍ଚ୍ଚ ୧୫ରୁ ୧୮ ତାରିଖ, ତୃତୀୟ ଏପ୍ରିଲ ୨୭ରୁ ୩୦ ତାରିଖ ଏବଂ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ମେ’ ୨୪ରୁ ୨୮ତାରିଖରେ ଅନୁଷ୍ଠିତ ହେବ । ପରୀକ୍ଷା ଦୁଇଟି ସିିଟିଂରେ ହେବ । ପ୍ରଥମ ସିିଟିଂ ସକାଳ ୯ଟାରୁ୧୨ଟା ମଧ୍ୟରେ ସରିବ । ଅନ୍ୟଟି ଅପରାହ୍ଣ ୩ଟାରୁ୬ଟା ମଧ୍ୟରେ ଅନୁଷ୍ଠିତ ହେବ ।