PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର:ହାତୀଦାନ୍ତ ରାକେଟକୁ ମାଡିବସିଲା ଏସ୍ ଟି ଏଫ୍ ଟିମ୍, ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି, ବଲାଙ୍ଗୀର ରେଞ୍ଜ ଦେଓଗାଁ ଅଞ୍ଚଳରୁ ରାକେଟ ଧରାପଡ଼ିଥିବା ସୂଚନା
  • ||
  • ଭୁବନେଶ୍ୱର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲା , ଦ୍ୱିତୀୟ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡରେ ଯିବେ ୨ କିଲର( ସମ୍ପଦ ସାହୁ , ପ୍ରଶାନତ ଦାସ), ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ସମ୍ବଲପୁର ସହରର ଟାଂଗରପାଲିରେ ଟ୍ରକ ଧକ୍କାରେ ଗୋଟିଏ ପରିବାରର ୪ ଗୁରୁତର
  • ||
  • ଆସନ୍ତାକାଲି ସକାଳ ୧୦.୩୦ ଯାଏ ବିଧାନସଭା ମୁଲତବୀ , ସର୍ବଦଳୀୟ ବୈଠକରେ ବାହାରିଲାନି କୌଣସି ନିଷ୍କର୍ଷ ବୋଲି କହିଲେ ବାଚସ୍ପତି
  • ||
  • ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
  • ||
  • ୧୦ ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ନାକଟିଦେଉଳ: ବାରହା ମାଂସ ଜବତ, ଜନ୍ତୁ ଶିକାର ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ ।
  • ||
  • ଭବାନୀପାଟଣା: ବସ୍‌କୁ ସଜାଡୁଥିଲେ ଡ୍ରାଇଭର, ଅଚାନକ ଗାଡ଼ି ଜେକ ଖସି ଯିବାରୁ ଚକା ତଳେ ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ପୁରୀ: ପୁରୀ ଅଜମେର ଟ୍ରେନରେ ଧୂଆଁ, ଗୋଟିଏ ଘଣ୍ଟା ବିଳମ୍ବ
  • ||
  • ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଧରାପଡିଲେ ଖୋର୍ଦ୍ଧା ସହକାରୀ ଯନ୍ତ୍ରୀ, ଜଣେ ଠିକାଦରଙ୍କଠୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ
  • ||
  • ଭୁବନେଶ୍ଵର : ଷଷ୍ଠ ଦିନରେ ବିଧାନସଭା ଅଚଳ, ବିରୋଧୀଙ୍କ ଘଣ୍ଟ ମାଡ଼ରେ କମ୍ପିଲା ଗୃହ, ଗଙ୍ଗା ଜଳ ଛିଞ୍ଚିଲା ବିଜେଡି
  • ||
  • ତେଲକୋଇ : ତେଲକୋଇ ଫରେଷ୍ଟ ବିଟ୍‌ରେ ହାତୀ ଉପଦ୍ରବ, ନଷ୍ଟକଲେ ଏକର ଏକର ଧାନ ଫସଲ
  • ||
  • ବାଲିକୁଦା : ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୁଟ୍ କରିବା ବେଳେ ଧରାପଡ଼ିଲେ ୩ ଚୋର, ଖୋର୍ଦ୍ଧାରେ ବିକ୍ରି କରୁଥିଲେ ଚୋରି ଯନ୍ତ୍ରାଂଶ
  • ||
  • କଟକ : ଭିଜିଲାନ୍ସ ଜାଲରେ OSAP ସିପାହୀ, ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଜବତ
  • ||
  • କଳାହାଣ୍ଡି : ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ
  • ||
  • ଭୁବନେଶ୍ଵର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ, ଆଉ ଜଣଙ୍କ ଜୀବନ ନେଲା କୋଭିଡ୍
  • ||
  • ଗଜପତି: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାଙ୍କୁ ଗୋଡାଇ ଗୋଡାଇ କାବୁ କଲା ପୋଲିସ
  • ||
  • ଚାନ୍ଦବାଲି: ସ୍ଥାୟୀ ଘରଡିହ ପଟା ପାଇଁ ଦାବି କରିବାରୁ ବାସହରା ହେଲେ ୧୧ ପରିବାର, ରାଜରାସ୍ତାରେ ଶୀତ କାକରରେ କଟୁଛି ଜୀବନ
  • ||
  • ବୁର୍ଲା: ଭିମସାରରେ ୨ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ
  • ||
  • ପାରଳାଖେମୁଣ୍ଡି: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||

ବଦଳିବ କି ମତଦାତାଙ୍କ ମୁଡ୍‌ ? ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଉପରେ ନଜର

source:updateodisha.com

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ପ୍ରଚାର ତାତିଲାଣି । ମଇଦାନକୁ କୁଦି ପଡ଼ିଲେଣି ଯୋଦ୍ଧା । ନିଜ ଗଡ଼କୁ ଜଗିବା ସହ ପ୍ରତିଦ୍ୱନ୍ଦ୍ୱୀଙ୍କ କ୍ଷେତ୍ରରେ ପତିଆରା ବଢ଼ାଇବାକୁ ସବୁ ଲାଗି ପଡ଼ିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଭୋଟ୍‌ ହେବାକୁ ଥିବା ୪ଟି ଯାକ ଲୋକସଭା ଆସନରେ ତିନି ପ୍ରମୁଖ ଦଳ ଜୀ ଜାନ୍‌ ଲଗାଇ ଦେଇଛନ୍ତି ।

ନିର୍ବାଚନୀ ନଥିର ଗଣିତ ଓ ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ କଲେ, ନବରଙ୍ଗପୁର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢ଼େଇର ଆଭାସ ମିଳୁଛି । କିନ୍ତୁ, ବ୍ରହ୍ମପୁର ଓ କୋରାପୁଟରେ ଦ୍ୱିମୁଖୀ ଲଢ଼େଇରେ ବିଜେଡି ସହ କଂଗ୍ରେସର ଟକ୍କର ସମ୍ଭାବନା ଅଧିକ । ହେଲେ ମୋଦି ଲହରୀ ବଳରେ ବିଜେପି ଏଠାରେ ଅବିଶ୍ୱସନୀୟ ଓ ଚମକପ୍ରଦ ଫଳାଫଳ ଦେବ ବୋଲି ଆଶା ରଖିଛି । କିଛି ବି ହୋଇପାରେ ।

ଗତ ଥର ଏହି ୪ଟି ଆସନରେ ବିଜେଡି ବିଜୟୀ ହୋଇଥିଲା । ତେବେ ଏଥରକ କ’ଣ ହେବ ଫଳାଫଳ? କଂଗ୍ରେସ ପୁଣି ଥରେ ନିଜ ଗଡ଼ ଫେରିପାଇବ ନା ବିଜେପି ପ୍ରଥମ କରି ଖାତା ଖୋଲବି ? ୨୦୧୪ର ଭୋଟ ସମୀକରଣ ପୂରା ଓଲଟପାଲଟ ହୋଇଯିବ ନା ସେଇ ଧାରା ବଜାୟ ରଖିବ? ଏସବୁ ପ୍ରଶ୍ନ ଉପରେ ତିନି ପ୍ରମୁଖ ଦଳର ଭାଗ୍ୟ ଛନ୍ଦି ହୋଇ ରହିଛି । ଏଥର ବଦଳିବ କି ମତଦାତାଙ୍କ ମୁଡ୍‌???

କୋରାପୁଟ
୨୦୧୪ରେ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଭାବେ ଜିତିଥିଲେ ଝିନ ହିକକା । ତାଙ୍କୁ କଡ଼ା ଟକ୍କର ଦେଇଥିଲା କଂଗ୍ରେସ । ବିଜେଡି ମୋଟ ୩ ଲକ୍ଷ ୯୫ ହଜାର ଭୋଟ୍‌ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଭେଟେରାନ୍‌ ଗିରିଧର ଗମାଙ୍ଗ ମାତ୍ର ୨୦ ହଜାର ଭୋଟ୍‌ କମ୍‌ ପାଇଥେିଲ । ବିଜେପି ମୋଟ ୯୦ ହଜାର ଭୋଟ୍‌ ପାଇଥିବାବେଳେ ବିଏସ୍‌ପି ପାଖାପାଖି ୩୫ ହଜାର ଭୋଟ୍‌ ପାଇଥିଲା ।

କୋରାପୁଟ ଜିଲ୍ଲାର ବିଧାନସଭା କ୍ଷେତ୍ର ମଧ୍ୟରୁ ଏକମାତ୍ର ପଟାଙ୍ଗୀରେ ବିଜେଡି ଆଗରେ ଥିଲା । କୋରାପୁଟ, ଜୟପୁର ଓ ଲକ୍ଷ୍ମୀପୁରରେ କଂଗ୍ରେସ ଆଗୁଆ ଥିଲା । ଲକ୍ଷ୍ମୀପୁର ଆସନରେ କଂଗ୍ରେସ ବହୁ ଭୋଟ୍‌ରେ ଆଗୁଆ ଥିଲା । ହେଲେ ରାୟଗଡ଼ା, ବିଷମ କଟକ ଓ ଗୁଣୁପୁର ବିଧାନସଭା ଆସନରେ ବିଜେଡି ସବୁ କ୍ଷତିକୁ ଭରଣା କରି ନେଇଥିଲା । ରାୟଗଡ଼ାରୁ ବିଜେଡି ୧୧ ହଜାର ଭୋଟ୍‌ରେ ଆଗୁଆ ଥିବାବେଳେ ଗୁଣୁପୁରରେ ୨୫ ହଜାର ଭୋଟ୍‌ରେ ଆଗରେ ରହିଲା । ଯେଉଁଥିପାଇଁ ଗତ ଥର କଡ଼ା ମୁକାବିଲାରେ ବିଜେଡି କୋରାପୁଟ ଲୋକସଭା ଆସନକୁ ଜିତି ପାରିଥିଲା ।

ଏଥର ଲଢ଼େଇରେ ସବୁ ଦଳ ନୂଆ ପ୍ରାର୍ଥୀ ଦେଇଛନ୍ତି । ବିଜେଡି ସାଂସଦ ଝିନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ବି ପ୍ରାର୍ଥୀ ବଦଳାଇଛି । ଗତଥରର କଂଗ୍ରେସ ପ୍ରାର୍ଥୀ ଗିରିଧର ଏବେ ବିଜେପିରେ । କଂଗ୍ରେସ ନୂଆ ମୁହଁ ଭାବେ ବରିଷ୍ଠ ନେତା ରାମଚନ୍ଦ୍ର ଉଲାକାଙ୍କ ପୁଅ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀ କରିଛି । ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ବିଜେଡି ଛାଡ଼ିବା ପରେ ଏଥର ବିଜେପି କୋରାପୁଟ ଲୋକସଭା ଆସନରେ ଓହ୍ଲାଇଛି ।

ଗତ ନିର୍ବାଚନରେ ରାୟଗଡ଼ା ଜିଲ୍ଲା ପାଇଁ ବିଜେଡି କୋରାପୁଟ ଲୋକସଭା ଆସନକୁ ଦଖଲ କରିପାରିଥିଲା । ହେଲେ ରାୟଗଡା଼ରେ ସପ୍ତଗିରିଙ୍କ ପରିବାରର ବି ବେଶ୍‌ ଦବ୍‌ଦବା ରହିଛି । ତେଣୁ ସପ୍ତଗିରି ନୂଆ ମୁହଁ ହେଲେ ବି ବିଜେଡିକୁ କଡା଼ ଟକର୍କ ଦେବା ସମ୍ଭାବନା ରହିଛି । ମାତ୍ର ଜୟପୁରରେ ମୋଦିଙ୍କ ପ୍ରଚାର ପରେ ବିଜେପି ଶିବିରର ବଳ ଆହୁରି ବଢ଼ିଛି । ଭେଟେରାନ୍‌ ପାଙ୍ଗୀ ଫୁଲ୍‌ ଦମ୍‌ରେ ଲାଗି ପଡ଼ିଛନ୍ତି । ତେବେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଜୟରାମଙ୍କ ସହ ବିଜେଡିର କେତେ ଭୋଟ୍‌ ଓ ସଂଗଠନ ଆସିଛି, ତାହା ଏବେଠାରୁ ଆକଳନ କରିବା ସହଜ ନୁହେଁ ।

ନବରଙ୍ଗପୁର
ନବରଙ୍ଗପୁର ଲୋକସଭାରେ ୨୦୧୪ ନିର୍ବାଚନରେ ବିଜେଡି-କଂଗ୍ରେସ ଭିତରେ ଏକଦମ୍‌ କାଣ୍ଟେ କି ଟକ୍କର ହୋଇଥିଲା । କଂଗ୍ରେସ ନେତା ପ୍ରଦୀପ ମାଝିଙ୍କୁ ମାତ୍ର ୨ ହଜାର ଭୋଟ୍‌ରେ ହରାଇଥିଲେ ବିଜେଡି ପ୍ରାର୍ଥୀ ବଳଭଦ୍ର ମାଝୀ । ବିଜେଡି ୩ ଲକ୍ଷ ୭୩ ହଜାର ଓ କଂଗ୍ରେସ ୩ ଲକ୍ଷ ୭୧ ହଜାର ଭୋଟ୍‌ ପାଇଥିଲା । ଆଉ ବିଜେପିର ଦୁଇ ଥରିଆ ସାଂସଦ ପର୍ଶୁରାମ ମାଝୀଙ୍କୁ ୧ ଲକ୍ଷ ୩୮ ହଜାର ଭୋଟ୍‌ ମିଳିଥିଲା ।

କୋଟପାଡ଼ ଓ ଚିତ୍ରକୋଣ୍ଡାକୁ ବାଦ୍‌ ଦେଲେ ବାକି ସବୁ ବିଧାନସଭା କ୍ଷେତ୍ରରେ କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଉମରକୋଟରେ ବିଜେଡି ପ୍ରାୟ ୬ ହଜାର ଭୋଟ୍‌ରେ ଆଗୁଆ ଥିବାବେଳେ ଝରିଗାଁରେ ୭୫୦୦, ନବରଙ୍ଗପୁରରେ ୨ ହଜାର, ଡାବୁଗାଁରେ ୭ ହଜାର ଭୋଟ୍‌ରେ ବିଜେଡି ଆଗୁଆ ରହିଥିଲା । କଂଗ୍ରେସ ମାଲକାନଗିରିରେ ୧୫୦୦ ଭୋଟ୍‌ରେ ଆଗୁଆ ଥିବାବେଳେ କୋଟପାଡ଼ରେ ବେିଜଡଠିାରୁ ୩୦ ହଜାର ଭୋଟ ୍‌ଅଧକି ପାଇଥଲିା । ହେଲେ ଚତି୍େରକାଣ୍ଡାରେ ୨୬ ହଜାର ଭୋଟ୍ ବ୍ୟବଧାନ ବିଜେଡିକୁ ଜିତାଇଥିଲା ।

ଏଥର କଂଗ୍ରେସରୁ ପୁଣି ଥରେ ପ୍ରଦୀପ ପ୍ରାର୍ଥୀ ଥିବାବେଳେ ବିଜେଡି, ବିଜେପି ପ୍ରାର୍ଥୀ ବଦଳାଇଛନ୍ତି । ବିଜେଡି ଏଥର ମନ୍ତ୍ରୀ ରମେଶ ମାଝୀଙ୍କୁ ଲୋକସଭା ପ୍ରାର୍ଥୀ କରିଛି । ଏପଟେ ବିଜେଡି ଛାଡିବା ପରେ ବଳଭଦ୍ର ମାଝୀ ବିଜେପି ଟିକେଟରେ ଏଠାରୁ ପ୍ରାର୍ଥୀ ହୋଇଛନ୍ତି । ଗତ ନିର୍ବାଚନ କହୁଛି, ଏଠାରେ କଂଗ୍ରେସ ଓ ବିଜେଡି ଭିତରେ କଡ଼ା ଟକ୍କର ହେବା କଥା । ମାତ୍ର ବଳଭଦ୍ର ବିଜେପି କ୍ୟାମ୍ପକୁ ଆସିବା ପରେ ଲଢେଇ଼ ତ୍ରିମୁଖୀ ରୂପ ନେଇଛି । ତେବେ ବଳଭଦ୍ର ବିଜେପିକୁ ଆସିବା ସହ ବିଜେଡିର କେତେ ଭୋଟକୁ ଟାଣି ପାରୁଛନ୍ତି, ତାହା ହିଁ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବ ।