PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

୧୬ ଏପ୍ରିଲରେ ପ୍ରଥମ ଥର ପାଇଁ ଦେଶରେ ଗଡିଥିଲା ଟ୍ରେନ୍, ଘଣ୍ଟାଏରେ ଯାଇଥିଲା ମାତ୍ର ଏତିକି କିଲୋମିଟର

source:www.indiatoday.in

ଯୁଗ ବହୁତ ଆଗେଇଛି । ବିଜ୍ଞାନ ଦ୍ରୁତ ଗତିରେ ଦୌଡୁଛି । ଟେକ୍ନୋଲୋଜି ଆକାଶଛୁଆଁ ହେଲାଣି । ହଜାର ହଜାର କିଲୋମିଟର ଦୂରରେ ରହୁଥିବା ବନ୍ଧୁଙ୍କ ସହିତ ମାତ୍ର ୩୦ ସେକେଣ୍ଡର ରିଂ ପରେ ଆମେ ଘଣ୍ଟା ଘଣ୍ଟା କଥା ହୋଇପାରୁଛେ । ଶହ ଶହ କିଲୋମିଟର ଦୂରରେ ରହୁଥିବା ନିଜ ପରିବାର ଲୋକଙ୍କ ପାଖରେ ଆମେ ବୁଲେଟ୍ ଟ୍ରେନ୍ ମାଧ୍ଯମରେ କିଛି ଘଣ୍ଟାରେ ପହଞ୍ଚି ଯାଇ ପାରୁଛନ୍ତି । ଭବିଷ୍ଯତରେ ବୁଲେଟ୍ ଟ୍ରେନଠୁ ମଧ୍ଯ ଅଧିକ ସ୍ପିଡରେ ଗତି କରୁଥିବା ଯାନ କଥା ଚିନ୍ତା କଲେଣି ବୈଜ୍ଞାନିକ । ତେବେ ଟ୍ରେନ୍ ସହିତ ୧୬ ଏପ୍ରିଲର ବହୁତ ସମ୍ପର୍କ ରହିଛି । ଖାସ୍ କରି ଭାରତ ପାଇଁ । ଭାରତ ଇତିହାସରେ ୧୬ ଏପ୍ରିଲ୍ ବହୁତ ଖାସ୍ । କାରଣ ୧୮୫୩ରେ ଏପ୍ରିଲ୍ ୧୬ ରେ ଦେଶରେ ପ୍ରଥମ ଟ୍ରେନ୍ ଗଡିଥିଲା । ଏହି ଟ୍ରେନ୍ ମୁମ୍ବାଇରୁ ଠାଣେ ମଧ୍ଯରେ ଚାଲିଥିଲା । ଆସନ୍ତୁ ଜାଣିବା କିଭଳି ହୋଇଥିଲା ଦେଶର ପ୍ରଥମ ଟ୍ରେନର ଆରମ୍ଭ…

source:www.indiatoday.in

୧୬ ଏପ୍ରିଲ ୧୮୫୩ରେ ମୁମ୍ବାଇ ଓ ଠାଣେ ମଧ୍ୟରେ ପ୍ରଥମ ଟ୍ରେନ୍ ଚାଲିଥିଲା । ଏହି ଟ୍ରେନ୍ ପ୍ରାୟ ୩୪ କିଲୋମିଟର ଯାତ୍ରା କରିଥିଲା । ଟ୍ରେନଟି ମଧ୍ୟାହ୍ନରୁ ଅପରାହ୍ନ ପର୍ଯ୍ଯନ୍ତ ଦେଶରେ ଦୌଡୁଥିଲା । ଏହି ଟ୍ରେନକୁ ଚଲାଇବା ପାଇଁ ବାଷ୍ପୀୟ ଇଞ୍ଜିନର ବ୍ଯବହାର କରାଯାଇଥିଲା । ଏଥିପାଇଁ ବ୍ରିଟେନରୁ ୩ଟି ଇଞ୍ଜିନ୍ ମଗାଯାଇଥିଲା । ଏହି ଇଞ୍ଜିନର ନାଁ ଦିଆଯାଇଥିଲା ସୁଲତାନ, ସିନ୍ଧୁ ଓ ସାହିବ ।

source:http://www.essaysinhistory.com

ଦେଶର ପ୍ରଥମ ଟ୍ରେନରେ ସମୁଦାୟ ୨୦ଟି କୋଚ୍ ଥିଲା । ପ୍ରଥମ ଥର ଏହି ଟ୍ରେନରେ ୪୦୦ ଲୋକ ଯାତ୍ରା କରିଥିଲେ । ଏହି ଟ୍ରେନ ଅପରାହ୍ନ ସାଢେ ୩ ଟାରୁ ମୁମ୍ବାଇ ବୋରିବନ୍ଦର(ଏବେ ଛତ୍ରପତି ଶିବାଜୀ ଟର୍ମିନାଲ)ରୁ ଯାତ୍ରା ଆରମ୍ଭ କରିଥିଲା ଏବଂ ସନ୍ଧ୍ଯା ୪ଟା ୪୫ ମିନିଟରେ ଠାଣେ ପହଞ୍ଚିଥିଲା । ଟ୍ରେନଟି ୩୪ କିଲୋମିଟର ଯାତ୍ରା କରିଥିଲା ।

ସମ୍ବନ୍ଧିତ ଖବର