PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଜଳଭଣ୍ଡାରରେ ପଞ୍ଜୁରୀ ଭିତରେ ମାଛଚାଷ: ହୀରାକୁଦରେ ଆଗ୍ରହୀ ଚାଷୀଙ୍କୁ ମିଳିବ ଲିଜ୍‌

ଭୁବନେଶ୍ୱର ୦୪/୦୮: ରାଜ୍ୟର ଜଳଭଣ୍ଡାରଗୁଡ଼ିକରେ ମଧୁର ମାଛଚାଷକୁ ପ୍ରୋତ୍ସାହିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହିକ୍ରମରେ ରାଜ୍ୟରେ ଥିବା ବୃହତ୍‌ ଓ ମଧ୍ୟମ ଜଳଭଣ୍ଡାରଗୁଡ଼ିକରେ ମଧୁର ଜଳ ମାଛ ଉତ୍ପାଦନ ପାଇଁ ଏକ ନୀତି ପ୍ରଚଳନ ହୋଇଛି । ଜଳଭଣ୍ଡାରରେ ପଞ୍ଜୁରୀ ଭିତରେ ମାଛ ଚାଷକୁ ସରକାର ପ୍ରୋତ୍ସାହନ ଦେଇ ହୀରାକୁଦ ଜଳଭଣ୍ଡାରରେ ଇଚ୍ଛୁକ ମାଛଚାଷୀଙ୍କୁ ଦୀର୍ଘମିଆଦି ଲିଜ୍‌ ଦେବାକୁ ସରକାର ଆଗ୍ରହପତ୍ର ଜାରି କରିଛନ୍ତି ।

ରାଜ୍ୟରେ ମଧୁର ଜଳ ମାଛ ଚାଷ ପାଇଁ ପଞ୍ଜୁରୀ ଭିତରେ ମାଛଚାଷ ଏକ ଉନ୍ନତ ଓ ଅଭିନବ ଜ୍ଞାନ କୌଶଳ । ଏହା ପ୍ରଚୁର ମାଛ ଉତ୍ପାଦନ ପାଇଁ ଉଜ୍ଳ ସମ୍ଭାବନା ସୃଷ୍ଟି କରିବ । ଏହାଦ୍ୱାରା ରାଜ୍ୟରେ ମାଛର ଆବଶ୍ୟକତା ପୂରଣ ସହ ସ୍ୱାବଲମ୍ବୀ ହୋଇପାରିବ । ଏହି ପଞ୍ଜୁରୀଗୁଡ଼ିକ ଜଳଭଣ୍ଡାରରେ ମାଛ ଚାଷ ପାଇଁ ଆବଦ୍ଧ କ୍ଷେତ୍ର ଅଟେ । ସାଧାରଣତଃ ଏହା ୪ ଦିଗରୁ ଜାଲଦ୍ୱାରା ଆବଦ୍ଧ କରାଯାଏ । କେବଳ ଉପରଭାଗ ଖାଦ୍ୟ ପରିବେଷଣ ଓ ପଞ୍ଜୁରୀସ୍ଥିତ ମାଛ ପରିଚାଳନା ପାଇଁ ଖୋଲା ରଖାଯାଏ ।

ପ୍ରଥମ ଦଫାରେ ପଞ୍ଜୁରୀ ଭିତରେ ମାଛଚାଷ ପାଇଁ ହୀରାକୁଦ ଜଳଭଣ୍ଡାରକୁ ୫ଟି ଜୋନ୍‌ ଓ ୧୦୦ ସବଜୋନ୍‌ରେ ବିଭକ୍ତ କରାଯାଇଛି । ଏଥିରେ ପ୍ରାୟ ୨୪୦୦ ପଞ୍ଜୁରୀ ସ୍ଥାପନ କରାଯାଇପାରିବ । ଏହି ସବଜୋନ ଦ୍ୱାରା ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି, ମତ୍ସ୍ୟଚାଷୀ, ଘରୋଇ ଉଦ୍ୟୋଗୀ ଓ କମ୍ପାନିଗୁଡ଼ିକୁ ଲିଜ୍‌ ସୂତ୍ରରେ ପ୍ରଦାନ କରାଯିବ । ପ୍ରତି ଆୟତାକାର ପଞ୍ଜୁରୀରୁ ୩ କ୍ୱିଣ୍ଟାଲ ମାଛ ଉତ୍ପାଦନ କରାଯାଇ ପାରିବ । ଏହି ପଞ୍ଜୁରୀରେ ଭାକୁର, ରୋହି, ମିରିକାଳି, ଅମୁର କାର୍ପ, ଜଳଙ୍ଗ, ଭେକଟି, ଖୁରାଣ୍ଟ ଇତ୍ୟାଦି ପ୍ରଜାତିର ମାଛ ଚାଷ ପାଇଁ ଅନୁମତି ଦିଆଯିବ । ମତ୍ସ୍ୟ ନିର୍ଦ୍ଦେଶାଳୟ ମାଧ୍ୟମରେ ଦୀର୍ଘମିଆଦି ଲିଜ୍‌ (ପ୍ରଥମେ ୫ ବର୍ଷ ଓ ପରେ ଅଧିକ ୫ ବର୍ଷ) ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଆଗ୍ରହୀମାନେ ସବିଶେଷ ତଥ୍ୟ ୱେବସାଇଟ୍‌ odishafisheries.nic.in, fisheriodisha.comରୁ ପାଇପାରିବେ ।