ମାଛ ଧରିବା ବେଳେ ଜାଲରେ ଫସିଲା ୯ ଫୁଟିଆ ଅଜଗର

ଖଲ୍ଲିକୋଟ ୧୬/୦୮: ମାଛ ଧରିବା ବେଳେ ଜାଲରେ ପଡିଲା ୯ ଫୁଟ ଲମ୍ବର ଅଜଗର ସାପ । ଗଞ୍ଜାମ ଜିଲ୍ଲା ଛତ୍ରପୁର ତମ୍ପରା ହ୍ରଦରେ ସକାଳୁ ସକାଳୁ ତରେଇ ପାଟପୁର ଗ୍ରାମର କନ୍ଧ ବେହେରା ମାଛ ଧରିବା ପାଇଁ ଡଙ୍ଗା ନେଇ ଯାଇଥିଲେ। ସେ ମାଛ ଧରିବା ସମୟରେ ତାଙ୍କ ଜାଲରେ ଏକ ଅଜଗର ସାପ ଧରା ପଡିଥିଲା ।

ସେହି ସାପକୁ ଧରି ସେ କୂଳକୁ ଆଣିଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ । ଏହା ଅଜଗର ସାପ ବୋଲି ଚିହ୍ନଟ କରିଥିଲେ । ଏହାସହ ତାର ଲମ୍ବ ୯ ଫୁଟ ବୋଲି ଜଣାପଡିଥିଲା । ପରେ ଉକ୍ତ ସାପକୁ ଜଙ୍ଗଲରେ ଛଡାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଏହି ସାପଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା ।

   ସମ୍ବନ୍ଧିତ ଖବର


ବଦଳିଲା ୨ ସ୍ୱତନ୍ତ୍ର ଟ୍ରେନ୍‌ର ଚଳାଚଳ ସମୟ: ଡିସେମ୍ବର ୧ରୁ ହାଓଡା-ସିକନ୍ଦରାବାଦ, ବିଶାଖାପାଟଣା-ବିଜୟୱାଡା ଚାଲିବ

ଟ୍ୱିନ୍‌ ସିଟି ଏନ୍‌ଏଚ୍‌ରେ ଲେନ୍‌ ଡ୍ରାଇଭିଂ: ନିୟମ ଭାଙ୍ଗିଲେ ଧରିବ ସିସିଟିଭି ଓ ଇଣ୍ଟରସେପ୍ଟର, ଘରରକୁ ପଠାଯିବ ଇ-ଚାଲାଣ

ପାଟିରେ ସୁନା ବିସ୍କୁଟ ପୂରାଇ ଚେନ୍ନାଇ ଯିବାକୁ ଚେଷ୍ଟା କରୁଥିଲେ ସ୍ମଗଲିଂର: କଥା କହି ପାରିଲେନି ବୋଲି ଏୟାରପୋର୍ଟରେ ଧରାପଡିଲେ, ୪୦୦ ଗ୍ରାମର ସୁନା ଜବତ

ବୋଲେରୋକୁ ଧକ୍କା ଦେଇ ଜଳିଗଲା କଣ୍ଟେନର : ଫ୍ଲିପ୍‌କାର୍ଟ ସାମଗ୍ରୀ ନେଇ ମୁମ୍ବାଇରୁ କୋଲକାତା ଯାଉଥିଲା, ୫ ଆହତ

ଆଜି ଧବଳେଶ୍ୱର ପୀଠରେ ବଡ଼ଓଷା, ଶ୍ରଦ୍ଧାଳୁ ଦେଖିପାରିବେନି ବଡ଼ସିଂହାର ବେଶ

ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ବାତ୍ୟା ରୂପ ନେବା ସମ୍ଭାବନା: ଆସନ୍ତା ୨-୩ ବଢ଼ିବ ଥଣ୍ଡା