ହୃଦ୍‌ଘାତ ଆଶଙ୍କା କମାଇବ ମାଛ ତେଲ

ଭୁବନେଶ୍ବର ୨୬/୯: ଭିଟାମିନ୍‌-ଡି’ ଓ ଓମେଗା-୩ ସେବନ ହୃତ୍‌ପିଣ୍ଡ ଓ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ଲାଭକର । କର୍କଟ ଜନିତ ମୃତ୍ୟୁ ଓ ହୃଦ୍‌ଘାତ ପ୍ରତିରୋଧରେ ଭିଟାମିନ୍‌-ଡି’ ଓ ଓମେଗା-୩ (ମାଛ ତେଲ) ବେଶ ଫଳପ୍ରଦ ପ୍ରମାଣିତ ହୋଇଥିବା ଏକ ସଦ୍ୟତମ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ।

ଅଧ୍ୟୟନ ପାଇଁ ପ୍ରାୟ ୨୬ହଜାର ଆମେରିକୀୟ ପୁରୁଷ ଓ ମହିଳା ଜାତୀୟ ସ୍ତରରେ ଭାଇଟାଲ ଚିକିତ୍ସକୀୟ ପରୀକ୍ଷାରେ ଭାଗ ନେଇଥିଲେ । ଦୀର୍ଘ ୫ ବର୍ଷରୁ ଉଦ୍ଧ୍ୱର୍ ଅଧ୍ୟୟନ ଓ ଚିକିତ୍ସା ପରେ ଏ କ୍ଷେତ୍ରରେ ସକାରାତ୍ମକ ସଙ୍କେତ ସାମ୍ନାକୁ ଆସିଛି । ଅଧ୍ୟୟନରୁ ଜଣାପଡ଼ିଲା, ଓମେଗା-୩ ଫ୍ୟାଟି ଏସିଡ୍‌ (ମାଛ ତେଲ)ର ଗୁରୁତ୍ୱ କମ୍‌ ହୋଇପାରେ, କିନ୍ତୁ ହୃଦ୍‌ଘାତ ଆଶଙ୍କା ହ୍ରାସ ସହିତ ଏହା ବିଶେଷ ଭାବେ ସଂଶ୍ଳିଷ୍ଟ ।

ମାଛକୁ ଖାଦ୍ୟ ତାଲିକାରେ ସାମିଲ କରିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଚିକିତ୍ସାର ସୁଫଳ ବେଶ ଭଲଭାବେ ଲକ୍ଷ୍ୟ କରାଯାଇଥିଲା । ଅଧ୍ୟୟନରେ ଆହୁରି ମଧ୍ୟ ଜଣାପଡ଼ିଲା ଯେ ପ୍ରମୁଖ ହୃଦ୍‌ ସମସ୍ୟା କିମ୍ବା ସାମଗ୍ରୀକ କର୍କଟ ମାମଲା ହ୍ରାସ କରିବାରେ ଭିଟାମିନ୍‌-ଡି ସହାୟକ ହୋଇନଥିଲା । କିନ୍ତୁ ସମୁଦାୟ କର୍କଟ ମୃତ୍ୟୁ ହାର ହ୍ରାସ କରିବାରେ ଏହା ସଂଶ୍ଳିଷ୍ଟ ଥିବା ଦୁଇ ବର୍ଷ ପରୀକ୍ଷା ମଧ୍ୟରେ ସ୍ପଷ୍ଟ ହେଲା ।

   ସମ୍ବନ୍ଧିତ ଖବର


ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ

ଫୋନ୍ ଚୋରି ହୋଇଗଲେ ଏମିତି ଡିଲିଟ୍ କରନ୍ତୁ ପର୍ସନାଲ୍ ଡାଟା, ଜାଣନ୍ତୁ ଉପାୟ

ଏହିସବୁ ଅଭ୍ୟାସ ଜଣେ ବ୍ୟକ୍ତିକୁ ଦାରିଦ୍ର୍ୟର ପଥକୁ ନେଇଥାଏ, ଅସୁବିଧାରେ ପରିପୂର୍ଣ୍ଣ ହୋଇଯାଏ ଜୀବନ

ଶୀତ ଦିନେ କିସମିସ୍ ଖାଇବା ଖୁବ୍ ଲାଭଦାୟକ, ଏହି ସବୁ ରୋଗରୁ ମିଳିବ ଉପଶମ

ଫ୍ଲିପକାର୍ଟର ‘ବିଗ୍‌ ଦିୱାଲୀ ସେଲ୍’ – ହୋଇ ଯାଆନ୍ତୁ ପ୍ରସ୍ତୁତ , ଏହି ଜିନିଷ ଉପରେ ମିଳିବ ୮୦% ଯାଏ ଡିସ୍କାଉଣ୍ଟ

ଆପଣ ନିଜ କେଶ ବୃଦ୍ଧି ପାଇଁ ଚାହୁଁଛନ୍ତି କି ? ବହୁତ ଉପଯୋଗୀ ଏହି ଘରୋଇ ଉପଚାର …ଜାଣନ୍ତୁ