ସେବା ଛାଡି ମାଛ ବିକୁଛନ୍ତି ସେବାୟତ

ଭୁବନେଶ୍ୱର,୩/୫: ଲକ୍‌ ଡାଉନ୍‌ର ଘୋର ପ୍ରଭାବ ପଡ଼ିଛି ପେଟପାଟଣାରେ । ବିଶେଷ କରି ପୁରୋହିତ, ସେବାୟତଙ୍କ ରୋଜଗାରରେ ବାଡ଼ ପକାଇ ଦେଇଛି । ମନ୍ଦିରକୁ ଯାତ୍ରୀ, ଯଜମାନ, ଭକ୍ତ ଆସୁ ନଥିବାରୁ ସେବାୟତଙ୍କ ଖୋସଣିକୁ ରେଜା ପଇସାଟିଏ ବି ଆସୁନି । ବିବାହ, ବ୍ରତ ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ବନ୍ଦ ଥିବାରୁ ପୁରୋହିତଙ୍କର ମଧ୍ୟ ଅକାଳ ଚାଲିଛି। ଫଳରେ ପରିବାର ଚଳାଇବାକୁ କିଛି ସେବାୟତ ନିଜର ପେଷା ବଦଳାଇ ଦେଇଛନ୍ତି । ବଜାରରେ ମାଛ, ପରିବା ବିକି ଘରକରଣା ସମ୍ଭାଳୁଛନ୍ତି ।

ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଏକାମ୍ରକ୍ଷେତ୍ରରେ ଥିବା ବହୁ ମନ୍ଦିର ଏବେ ଖାଁ ଖାଁ ପାଲଟିଛି । ରୋଷଶାଳାରେ ଅବଢ଼ା ରନ୍ଧା ହେଉନି କି ଶୁଖିଲା ଭୋଗ ପାଗ ହେଉନାହିଁ । କେବଳ ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ହେଉଛି । କିନ୍ତୁ ଭୋଗ ସମର୍ପଣ କରି ଦକ୍ଷିଣା ଦେବାକୁ ଭକ୍ତଙ୍କ ସଂଖ୍ୟା ଶୂନ କହିଲେ ଚଳିବ । ତେଣୁ ରୋଜଗାର ମୋଟ ଉପରେ ନାହିଁ । ଏପଟେ ପରିବାର ଚଳାଇବାରେ ସଂକଟ ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିର ମୁକାବିଲା ପାଇଁ କିଛି ଯୁବ ସେବାୟତ ପଦାକୁ ଗୋଡ଼ କାଢ଼ିଛନ୍ତି । ବଢ଼େଇବାଙ୍କ ଛକ, ନାଗେଶ୍ୱର ଟାଙ୍ଗି ହାଟରେ ମାଛ ବେପାର ଖୋଲିଛନ୍ତି । ଅବଶ୍ୟ ମାଛ କାତି ଛଡ଼େଇବା, କାଟିବା ଲାଗି ଅନ୍ୟ ଲୋକ ରଖିଛନ୍ତି । ହେଲେ ମାଛ ବେପାର ସେମାନଙ୍କର ଭଲ ଚାଲିଛି । ବିଭିନ୍ନ ଅଞ୍ଚଳ ବୁଲି ପୋଖରୀରୁ ଜିଅନ୍ତା ମାଛ ଆଣୁଛନ୍ତି । ଆନ୍ଧ୍ର ମାଛ ଠାରୁ ଦେଶୀମାଛର ଚାହିଦା ଭଲ ଥିବାରୁ ସେମାନଙ୍କ ମାଛ ପ୍ରଥମେ ବିକ୍ରି ହୋଇ ଯାଉଛି । ପାହାନ୍ତାରୁ ଉଠି ମନ୍ଦିରକୁ ଯିବା ପରିବର୍ତ୍ତେ ଆଇଁଷ ବାରରେ ଏବେ ମାଛ ସନ୍ଧାନରେ ଯାଉଛନ୍ତି । ଦିନ ୧୧ ସୁଦ୍ଧା ବିକ୍ରବଟା ସାରି ଲାଭ ପଇସାରେ ଘର ସଂସାର ଚଳାଉଛନ୍ତି । ଆଉ କିଛି ସେବାୟତ ମଧ୍ୟ ପରିବା ଓ ଫଳ ଦୋକାନରେ ମାତିଥିବା ଦେଖାଯାଉଛି ।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବଡ଼ ବୟାନ, ସମସ୍ତଙ୍କୁ ନିଃଶୁଳ୍କରେ ମିଳିବ କରୋନା ଟିକା

ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା

ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡିଗଲା ମାଛଧରା ଟ୍ରଲର: ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ

‘ଦାଦାବଟିକୁ ନା’ ଅଭିଯାନ: ଦାଦାବଟି ମାଗି ବନ୍ଧା ହେଲେ ୬ ସାମ୍ବାଦିକ, ୩୧ ହଜାର ଟଙ୍କା ଜବତ

ଫେରୁଛି କରୋନାର ଦ୍ବିତୀୟ ଲହର: ସ୍ପେନରେ ମଇ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଶ୍ରୀଲଙ୍କାରେ ପାସେଞ୍ଜର ଟ୍ରେନ୍ ବନ୍ଦ