ନଦୀକୁ ମାଛ ଧରିବାକୁ ଯାଇ ଦୁଇଦିନ ହେବ ନିଖୋଜ ଅଛନ୍ତି ଯୁବକ, କୁମ୍ଭୀର ଭିଡି ନେଇଥିବା ସନ୍ଦେହ…

କଟକ: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ସାଇଲୋ ବଡବିଲି ଗାଁର ଉଲ୍ଲାସ ବେହେରା କନ୍ଦଳ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇ ଯାଇଛନ୍ତି । ଗତକାଲି ରାତିରେ ସେ ବଡ ନଇ କନ୍ଦଳକୁ ବଡ଼ବିଲି ଘାଟ ପାଖେ ଜାଲ ନେଇ ମାଛ ଧରୁଥିଲେ । ସକାଳୁ ଘରକୁ ନ ଫେରିବରୁ ଘରଲୋକେ ଓ ଗାଁ ଲୋକମାନେ 6ଖାଜାଖୋଜି କରି ନ ପାଇବାରୁ  ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ନଦୀ ଗର୍ଭରେ ଖୋଜା ଖୋଜି ଚାଲିଛି ।

ନଦୀରୁ ତାଙ୍କ ଜାଲ ମିଳିଥିବା ବେଳେ ତାଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରିନାହିଁ । ଉଲ୍ଲାସ ବୃତ୍ତିରେ ଜଣେ ଡଙ୍ଗାଚାଳକ ।  ସେ ପାଣିରେ ବୁଡ଼ିବା ସହଜ ନୁହେଁ । ମାତ୍ର କିଛି ଦିନ ହେବ ଏକ କୁମ୍ଭୀର ଏ ନଦୀରେ ଆସି ରହିବା ଲୋକେ ଦେଖିଛନ୍ତି । ଅନ୍ଧାରର ସୁଯୋଗରେ କୁମ୍ଭୀର ତାଙ୍କୁ  ଭିଡି ନେଇଥିବା ସନ୍ଦେହ କରାଯାଉଛି ।

   ସମ୍ବନ୍ଧିତ ଖବର


ଯନ୍ତ୍ରଣାରେ ଛଟପଟ ସାଧାରଣ ଜନତା, ଧକଉଛି ଏନ୍‌ଏଚ୍‌ ପ୍ରକଳ୍ପ

ଏଣିକି ମେଧାବୀଙ୍କୁ ଲାପଟପ୍‌ ବଦଳରେ ମିଳିବ ଟଙ୍କା, ୧୫ ହଜାର ଛାତ୍ରଛାତ୍ରୀ ପାଇବେ ଏତିକି ଟଙ୍କା

ମାଛ ଚାଷରେ ମହିଳା ଏସ୍‌ଏଚ୍‌ଜିଙ୍କ ସଫଳତା: ଲକ୍‌ଡାଉନ୍‌ରେ ୨୧ ହଜାର କ୍ବିଣ୍ଟାଲ ଉତ୍ପାଦନ

ସଫଳତାର ଶୀର୍ଷରେ ସ୍ବାତୀ

ଆଳୁ ଅସମ୍ଭାଳ: କେଜି ୫୨ ଛୁଇଁଲା, ପଶ୍ଚିମବଙ୍ଗରେ ବି ଅଣାୟତ୍ତ

ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ବିଇଓ ଅଫିସ୍‌ ମୁଖ୍ୟ କିରାଣି, ୫ହଜାର ଲାଞ୍ଚ ନେଇ ଧରାପଡ଼ିଲେ