PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ମାଛ ଧରିବାକୁ ଯାଇଥିଲେ, ମତ୍ସଜୀବୀଙ୍କ ଜାଲରେ ପଡ଼ିଲା ନିଜ ମାଆର ଶବ !

ଲକ୍ଷ୍ନୌ – ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜଣେ ମତ୍ସଜୀବୀ ମାଛ ଧରିବା ପାଇଁ ରାତି ସମୟରେ ନାଳରେ ଜାଲ ବିଛାଇ ଥିଲେ । ସକାଳ ସମୟରେ ଜାଲରେ କୌଣସି ମାଛ ପଡ଼ିନଥିଲା  ବରଂ ସେଥିରେ ଫସି ଥିଲା ନିଜ ମାଆର ଶବ। ସେ ଉକ୍ତ ଘଟଣାର ହତ୍ୟା  ଆଶଙ୍କା କରି ପୁଲିସ୍‌ରେ ଅଭିଯୋଗ କରି ତଦନ୍ତ ଦାବି ମଧ୍ୟ କରିଥିଲେ। ପୁଲିସ୍‌ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।

ସୂଚନା ମୁତାବକ, ଲକ୍ଷ୍ନୌର ମଲିହାବାଦ ଥାନାର ରୁସେନା ଗାଁରେ ମତ୍ସଜୀବୀ ରାମବିଳାସ ନିଜର ମାତା ରାମକଲୀ , ୨ପୁଅ ରାମନାଥ , ଶ୍ୟାମୁ ଓ ୩ଜଣ ଝିଅ ସହ ରହୁଥିଲେ। ଗାଁ ବାହାରେ କ୍ଷେତରେ ରାମବିଳାସଙ୍କର ମାଆ ରାମକଳି ପନିପରିବା ତଦାରଖ କରିବାକୁ ରହୁଥିଲେ । ରାମବିଳାସ କ୍ଷେତ ପାଖରେ ଥିବା ନାଳରେ ମାଛ ଧରନ୍ତି।

କୁହାଯାଉଛି , ଘଟଣା ଦିନ ରାତିରେ ରାମବିଳାସ କ୍ଷେତକୁ ଯାଇ ମାଆଙ୍କୁ ଖାଇବା ଦେବା ପରେ ପ୍ରବାହିତ ନାଳରେ ମାଛ ଧରିବାକୁ ଜାଲ ଲଗେଇ ଥିଲେ । ଏହାପରେ ସେ ନିଜ ଘରକୁ ଚାଲି ଯାଇଥିଲେ । ରାମ ବିଳାସ ସକାଳେ ଯେବେ କ୍ଷେତରେ ପହଞ୍ଚିଲେ ,ସେଠାରେ ମାଆଙ୍କୁ ପାଇଲେ ନାହିଁ । ବହୁତ ସମୟ ଯାଏ ମାଆଙ୍କୁ ଅପେକ୍ଷା କରିବା ପରେ ଯେବେ ମାଆ ଆସିଲେ ନାହିଁ , ତ  ସେହି ନାଳରେ ଲଗେଇ ଥିବା ଜାଲକୁ ବାହାର କରିବାକୁ ଗଲେ । ଯେବେ ସେ ଜାଲକୁ ପାଣିରୁ ଉପରକୁ ଟାଣିଲେ ତ ତା ବହୁତ ଓଜନିଆ ଲାଗିଲା ।

ଏହାପରେ ସେ ଯାହା ଦେଖିଲେ ବିଶ୍ୱାସ କରିପାରିଲେନି । ଜାଲରେ ମାଛ ବଦଳରେ ନିଜ ମାଆର ଶବକୁ ପାଇଲେ । ସେ ତୁରନ୍ତ ଏ ବିଷୟରେ ପୁଲିସ୍‌କୁ ଜଣାଇ ତଦନ୍ତ ହତ୍ୟା ଅଭିଯୋଗ କରିଥିଲେ ।

ଲକ୍ଷ୍ନୌ ଗ୍ରାମୀଣର ଏସ୍‌ପିଙ୍କ ମୁତାବିକ୍‌ ରାମବିଳାସଙ୍କର ପିତାଙ୍କର ମଧ୍ୟ ୧୦ ବର୍ଷ  ପୂର୍ବେ ମୃତ୍ୟୁ ହୋଇଯାଇ ଥିଲା । ତାଙ୍କ ନାଁ ଛେଦା ଥିଲା । ଏସ୍‌ପି କହିଛନ୍ତି ମହିଳା ଜଣକ ରାତିରେ ନାଳରେ ଖସି ପଡ଼ିବାରୁ ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି । ମାମଲାର ତଦନ୍ତ ଜାରି ରହିଛି ।

ସମ୍ବନ୍ଧିତ ଖବର