PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଡେଙ୍ଗୁ ମୃତ୍ୟୁକୁ ଫାଙ୍କିଦେଲେ କାହିଁକି ?

ଭୁବନେଶ୍ୱର,୨୯/୦୭: ରାଜଧାନୀରେ ଲୋକସଂଖ୍ୟା ୧୫ଲକ୍ଷରୁ ଅଧିକ । କିନ୍ତୁ ଏହି ସଂଖ୍ୟା ପାଇଁ ସହରରେ ଅଛି ମାତ୍ର ୩ଟି ଡେଙ୍ଗୁ ପରୀକ୍ଷା କେନ୍ଦ୍ର । କେବଳ ସରକାରୀ ସୁବିଧାରେ ଥିବା ଏହି ୩ କେନ୍ଦ୍ରରେ ଡେଙ୍ଗୁ ପରୀକ୍ଷା କଲେ ହିଁ ତାହା ଗ୍ରହଣୀୟ । ଛୋଟମୋଟ ଲାବ୍‌ କଥା କିଏ ପଚାରେ, ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ଡେଙ୍ଗୁ ପରୀକ୍ଷା କଲେ ବି ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ଗ୍ରହଣ କରୁନାହାନ୍ତି ।

ପଟିଆ ହେଉ ବା ସାମନ୍ତରାପୁରରେ ରହୁଥିବା ଲୋକଟିଏ ଡେଙ୍ଗୁ ପରୀକ୍ଷା ପାଇଁ ଏମସ୍‌ ନ ହେଲେ କ୍ୟାପିଟାଲ ହସ୍ପିଟାଲକୁ ଦୌଡିବ । ପାଖରେ ଥିବା କୌଣସି ବଡ ହସ୍ପିଟାଲରେ ବି ଡେଙ୍ଗୁ ପରୀକ୍ଷା କରିବାକୁ ଯାଇ ପାରିବନି । ପରୀକ୍ଷା କଲେ ଏହାର ରିପୋର୍ଟକୁ ସରକାରୀ ସ୍ୱୀକୃତି ମିଳିବନି । ଏଭଳି ବିଚିତ୍ର ଡେଙ୍ଗୁ ମୁକାବିଲା ଚାଲିଛି ରାଜ୍ୟର ରାଜଧାନୀରେ । ଫଳରେ ଡେଙ୍ଗୁରେ ଆଖି ବୁଜିଛି ୧୫ବର୍ଷୀୟା ନାବାଳିକା । ଏହାର ମୃତ୍ୟୁର ତଦନ୍ତ ନାଁରେ ଗତ ୨ଦିନ ଧରି ଚାଲିଥିବା ତଥାକଥିତ ତଦନ୍ତ ଆଜି ସରିଛି । ଯାହା ଆଶଙ୍କା କରା ଯାଉଥିଲା ସେୟା ହୋଇଛି । ନାବାଳିକା ମୃତ୍ୟୁର କାରଣ ଡେଙ୍ଗୁ ନୁହେଁ ବୋଲି ଏକପ୍ରକାର ସ୍ପଷ୍ଟ କରାଯାଇଛି ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ନାବାଳିକାଙ୍କ କିଟ୍‌ରେ ଡେଙ୍ଗୁ ପରୀକ୍ଷା ହୋଇଛି । ଏହାକୁ ଆମେ ଗ୍ରହଣ କରୁନୁ । ଏଲିସା ଟେଷ୍ଟ୍‌ ବା ଏନ୍‌ଏସ୍‌-୧ ହିଁ ଡେଙ୍ଗୁ ପାଇଁ ଗ୍ରହଣୀୟ । କୌଣସି ରକ୍ତ ନମୁନାରେ ଡେଙ୍ଗୁ ପଜିଟିଭ୍‌ ଆସିଲେ ସରକାରଙ୍କୁ ତାହା ପଠାଇବାକୁ ସମସ୍ତ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ଏହାକୁ ମାନୁନାହାନ୍ତି । ଏପରିକି ଡେଙ୍ଗୁ ପରୀକ୍ଷା ମାଗଣାରେ କରିବା ନେଇ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍‌ ରହିଛି । କିନ୍ତୁ କୌଣସି ହସ୍ପିଟାଲରେ ଏହା କରାଯାଉନି । ମାଗଣାରେ ଡେଙ୍ଗୁ ପରୀକ୍ଷା କରିବେ ବେଲି ଅଣ୍ଡରଟେକିଂ ଦେଲା ପରେ ଘରୋଇ ହସ୍ପିଟାଲରେ ଡେଙ୍ଗୁ ପରୀକ୍ଷା ପାଇଁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି ।

ସହରରେ ଡେଙ୍ଗୁ ମାଡୁଥିଲେ ବି ଏହାର ପରୀକ୍ଷା ଲୋକେ କିଭଳି ସୁବିଧାରେ କରିବେ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନେଇନି । ଗତ କିଛି ଦିନ ଧରି ଶୈଳଶ୍ରୀବିହାର ଓ ନୀଳାଦ୍ରିବିହାରରେ ଡେଙ୍ଗୁ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଶିବିର ହୋଇଥିଲା । ଏବେ ଡେଙ୍ଗୁ ଅସମ୍ଭାଳ ହୋଇଥିଲେ ବି ଏବେ ଆଉ ନୂଆ କେନ୍ଦ୍ର କରାଯାଇନି ।