ଆଜି ‘କ୍ରୀଡ଼ା ଦିବସ’: ଫିଟ୍ ଇଣ୍ଡିଆ ମୁଭମେଣ୍ଟ ଶୁଭାରମ୍ଭ କରିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ ୨୯।୮: ଆଜି (ଗୁରୁବାର) ‘କ୍ରୀଡା ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌’ ଶୁଭାରମ୍ଭ କରିଛନ୍ତି। ଲୋକଙ୍କୁ ସ୍ବାସ୍ଥ୍ୟ ପ୍ରତି  ସେଚତନ କରାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହିବ। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ସମ୍ଭାଷଣ ଦେବେ ଏବଂ ଅଂଶଗ୍ରହଣକାରୀଙ୍କୁ ଫିଟ୍‌ନେସ୍‌ ଶପଥ ପାଠ କରାଇବେ।

ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ଏହି କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ କରିବ ଦୂରଦର୍ଶନ। ନିରାମୟ ଜୀବନଯାପନ କରିବାକୁ ଫିଟ୍‌ ରହିବାର ଉପକାରିତା ସଂକ୍ରାନ୍ତରେ ସାଧାରଣ ଲୋକଙ୍କୁ ଏହି ଆନ୍ଦୋଳନ ସୂଚନା ପ୍ରଦାନ କରିବ।

 

‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌’ରେ ଅଂଶଗ୍ରହଣ କରିବାକୁ ସଦ୍ୟତମ ‘ମନ୍‌କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ କହିଥିଲେ। ସେ କହିଥିଲେ, ମହିଳା, ପିଲା, ଯୁବ ଓ ବୃଦ୍ଧ ନିର୍ବିଶେଷରେ ଏହି ଅଭିଯାନ ମଜାଦାର ହେବ।

ଆଜି ପ୍ରତ୍ୟେକ ୧୦, ୦୦୦ ପାହୁଣ୍ଡ ଚାଲିବାକୁ ସମସ୍ତ କର୍ମଚାରୀ ଏବଂ ଶିକ୍ଷାର୍ଥୀମାନଙ୍କୁ କହିବାକୁ ଏବଂ ଏହାକୁ ଦୈନନ୍ଦିନ ରୁଟିନ୍‌ରେ ରଖିବାକୁ ବୁଧବାର ଦିନ ୟୁନିଭର୍ସିଟି ଗ୍ରାଣ୍ଟ୍‌ସ୍‌ କମିସନ୍‌ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ କହିଛି।

‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌’ର ଉଦ୍ଘାଟନ କାର୍ଯ୍ୟକ୍ରମ ଦେଖିବାକୁ/ଶୁଣିବାକୁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସିବିଏସ୍‌ଇ ତା’ର ଅନୁବନ୍ଧିତ ସ୍କୁଲ୍‌ମାନଙ୍କୁ ନିର୍ଦେଶ ଦେଇଛି।

   ସମ୍ବନ୍ଧିତ ଖବର


ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ଡେଲିଭରୀ ଫିସ୍‌ ଦେଇ ପାରିଲେନି ମହିଳା– ୩ ହଜାର ଟଙ୍କାରେ ନବଜାତ ଶିଶୁକୁ ରଖିଲେ ଡାକ୍ତର

ଟିକଟକ୍ ଭିଡିଓ କରିବା ବାହାନାରେ ସାଙ୍ଗକୁ ହତ୍ୟାକଲା ନାବାଳକ,ଗୋଟିଏ ଝିଅକୁ ଦୁହେଁ ଭଲ ପାଉଥିଲେ