ଫିଗର୍‌ ଜଗିଲେ ଦୀର୍ଘାୟୁ ହେବେ, ଜାଣନ୍ତୁ କିପରି…

ନୂଆଦିଲ୍ଳୀ ୧୮/୯: ଦୀର୍ଘାୟୁ ହେବାକୁ ଚାହୁଁଛନ୍ତି? ଅତିରିକ୍ତ ଓଜନ କମାଇବା ସହିତ ଫିଗର୍‌ ପ୍ରତି ଯତ୍ନବାନ ହୁଅନ୍ତୁ । ଏହାଦ୍ୱାରା ଜୀବନ କାଳରେ ଆଉ ଦୁଇ ମାସ ବୃଦ୍ଧି ହେବ ବୋଲି ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି । ଅଧିକ ଓଜନବିଶିଷ୍ଟ ବ୍ୟକ୍ତିଙ୍କ ଜୀବନକାଳ ଦୁଇ ମାସ ହ୍ରାସ ପାଇଥାଏ ବୋଲି ଅଧ୍ୟୟନ ଚେତାଇ ଦେଇଛି । ସିଗାରେଟ୍‌ ଟାଣିବା ଓ ଫୁସଫୁସ୍‌ କର୍କଟ ସହ ସମ୍ପୃକ୍ତ ଲକ୍ଷଣ ମଧ୍ୟ ଜୀବନକାଳ ହ୍ରାସ କରିବାରେ ପ୍ରମୁଖ ପ୍ରଭାବଶାଳୀ ଥିଲା ।

ଏଥିସହ ଶରୀରରେ ଚର୍ବି ଏବଂ ମଧୁମେହ ପାଇଁ ଦାୟୀ କାରକଗୁଡ଼ିକ ମଧ୍ୟ ଜୀବନକାଳ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଗବେଷକମାନେ ଉଲ୍ଲେଖ କରିଛନ୍ତି । ଜୀବନକାଳ ହ୍ରାସର କାରଣ ଓ ପ୍ରଭାବକୁ ଅଧ୍ୟୟନରେ ଆକଳନ କରାଯାଇଥିଲା । ଦିନକୁ ହାରାହାରି ଗୋଟିଏ ପ୍ୟାକେଟ୍‌ ସିଗାରେଟ୍‌ ଟାଣିବା ଦ୍ୱାରା ଜୀବନକାଳ ୭ ବର୍ଷ ହ୍ରାସ ପାଇଥାଏ, ଅନ୍ୟପକ୍ଷେ ୧ କିଲୋଗ୍ରାମ୍‌ ଓଜନ କମାଇବା ଦ୍ୱାରା ଜୀବନକାଳ ୨ ମାସ ବୃଦ୍ଧି ପାଇଥାଏ ବୋଲି ସ୍କଟ୍‌ଲ୍ୟାଣ୍ଡର ଏଡିନ୍‌ବର୍ଗ ୟୁନିଭର୍ସିଟିର ଗବେଷକ ପିଟର୍‌ ଯୋଶୀ କହିଛନ୍ତି ।

୨୫ ଭିନ୍ନ ଭିନ୍ନ ଜନସଂଖ୍ୟା ଅଧ୍ୟୟନରୁ ଗବେଷକ ଦଳ ତଥ୍ୟ ନେଇଥିଲେ ଏବଂ ୬ ଲକ୍ଷରୁ ଅଧିକ ଲୋକଙ୍କ ଅଭିଭାବକଙ୍କ ଜୀବନକାଳ ରେକର୍ଡରୁ ଜିନ୍‌ଗତ ତଥ୍ୟର ବିଶ୍ଳେଷଣ କରିଥିଲେ । ଲୋକେ ନିଜ ମାତାପିତାଙ୍କ ସହ ଜିନ୍‌ଗତ ସୂଚନାର ଅଧା ଭାଗିଦାର ହୋଇଥାନ୍ତି । ତେଣୁ ନିର୍ଦ୍ଦିଷ୍ଟ ଜୀବନଶୈଳୀ କାରକଗୁଡ଼ିକ ମୁଖ୍ୟତଃ କେତେକ ଜିନ୍‌ ଦ୍ୱାରା ପ୍ରଭାବିତ ହୋଇଥାନ୍ତି, ଯାହା ପରବର୍ତ୍ତୀ ସମୟରେ ଲୋକଙ୍କ ଜୀବନକାଳ ଉପରେ ପ୍ରଭାବ ପକାଇଥାଏ ।

   ସମ୍ବନ୍ଧିତ ଖବର


କରୋନାରୁ ବର୍ତ୍ତିବା ପାଇଁ ଲମ୍ବା ସମୟ ଧରି ଫେସ୍‌ ସିଲ୍‌ଡ ମାସ୍କ ପିନ୍ଧୁଛନ୍ତି କି ? ଆଖି ଉପରେ ପଡିବ ଏମିତି ପ୍ରଭାବ…

ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ

ଫୋନ୍ ଚୋରି ହୋଇଗଲେ ଏମିତି ଡିଲିଟ୍ କରନ୍ତୁ ପର୍ସନାଲ୍ ଡାଟା, ଜାଣନ୍ତୁ ଉପାୟ

ଏହିସବୁ ଅଭ୍ୟାସ ଜଣେ ବ୍ୟକ୍ତିକୁ ଦାରିଦ୍ର୍ୟର ପଥକୁ ନେଇଥାଏ, ଅସୁବିଧାରେ ପରିପୂର୍ଣ୍ଣ ହୋଇଯାଏ ଜୀବନ

ଶୀତ ଦିନେ କିସମିସ୍ ଖାଇବା ଖୁବ୍ ଲାଭଦାୟକ, ଏହି ସବୁ ରୋଗରୁ ମିଳିବ ଉପଶମ

ଫ୍ଲିପକାର୍ଟର ‘ବିଗ୍‌ ଦିୱାଲୀ ସେଲ୍’ – ହୋଇ ଯାଆନ୍ତୁ ପ୍ରସ୍ତୁତ , ଏହି ଜିନିଷ ଉପରେ ମିଳିବ ୮୦% ଯାଏ ଡିସ୍କାଉଣ୍ଟ