ଭୟଙ୍କର ଭୂକମ୍ପରେ ଦୋହଲି ଗଲା ଇରାନ, ୫ ମୃତ ଓ ୧୨୦ ଆହତ

ତେହରାନ,୮।୧୧: ଇରାନରେ ଗୁରୁବାର ବିଳମ୍ବିତ ରାତିରେ ଆସିଥିବା ଭୂକମ୍ପରେ ପ୍ରବଳ କ୍ଷୟକ୍ଷତି ହୋଇଛି। ରିକ୍ଟର ସ୍କେଲରେ ୫.୯ ତୀବ୍ରତାରେ ଏହି ଭୂକମ୍ପ ପଶ୍ଚିମ ଇରାନକୁ ନିଜର ଟାର୍ଗେଟ କରିଛି। ଜରୁରୀ ସେବାର ଜଣେ ଅଧିକାରୀଙ୍କ କହିବା ଅନୁସାରେ,  ଏହି ଭୂକମ୍ପ କାରଣରୁ ଅତି କମରେ ୫ ଜଣଙ୍କର ମୃତ୍ୟ ହୋଇଛି, ସେଭଳି ୧୨୦ ଜଣ ଆହତ ହୋଇଛନ୍ତି। ଇରାନର ଏକ ସରକାରୀ ଟିଭି ଚ୍ୟାନେଲ କହିଛି ଯେ, ଏହି ଭୂକମ୍ପ ଇରାନର ପୂର୍ବ ଅଜରବେଜାନ ପ୍ରାନ୍ତରେ ଗୁରୁବାର ବିଳମ୍ବିତ ରାତି ୨ଟା ୨୦ ମିନିଟରେ ଘଟିଥିଲା।

ଆମେରିକାର ଭୂଗର୍ଭୀୟ ସର୍ବେକ୍ଷଣ ଅନୁସାରେ ଭୂକମ୍ପର ତୀବ୍ରତା ୫.୮ ଥିଲା ଓ ଏହାର କେନ୍ଦ୍ର ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଥିଲା। ରିପୋର୍ଟ ଅନୁସାରେ, ଏହି ଭୂକମ୍ପ ପରେ ବହୁ ଆଫ୍ଟରସକ୍ସ ଲାଗିଥିଲା। ସ୍ଥାନୀୟ ଗର୍ଭନର ମହମ୍ମଦ ରେଜା ପୁରାମହମ୍ମଦି ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି, ଭୂକମ୍ପ କାରଣରୁ  ଅତି କମରେ ୩୦ଟି ଘର ନଷ୍ଟ ହୋଇଯାଇଛି। କୁହାଯାଉଛି ଯେ, ଏଥିରେ ଅନେକ କ୍ଷୟକ୍ଷତି ହୋଇଛି। ରିପୋର୍ଟ ଅନୁସାରେ ୪୧ଟ ଗାଁରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଯାହାଭିତରେ ଦୁଇଟି ସ୍ଥାନରେ ଖୁବ୍ କ୍ଷୟକ୍ଷତି ହୋଇଛି।

   ସମ୍ବନ୍ଧିତ ଖବର


ଭୁଲ୍ ଆଧାର ନମ୍ବର ଦେଲେ ଲାଗିପାରେ ୧୦ ହଜାର ପର୍ଯ୍ଯନ୍ତ ଜୋରିମାନା

ଭାରତର ମହାନ କ୍ରିକେଟରଙ୍କର ନାମରେ ରଖାଗଲା ବୁଢିଆଣୀର ନୂଆ ପ୍ରଜାତିର ନାମ, ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ

ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

‘ଗୁରୁଜୀ ମୁଁ ଆସୁଛି’ କହି ୭ମ ମହଲାରୁ ଡେଇଁ ପଡିଲେ ଇଞ୍ଜିନିୟରିଂ ଛାତ୍ର