PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

୪୧ ବର୍ଷ ପରେ ନୂଆ ପ୍ରତିଭାଙ୍କୁ ଭାରତ ଦେଲା ବଡ଼ ସୁଯୋଗ, ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଡେବ୍ୟୁ କରିଲେ ୫ ଖେଳାଳି; ଦଳରେ ୬ ପରିବର୍ତ୍ତନ

କଲମ୍ବୋ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ଶେଷ ମ୍ୟାଚ୍‌ ପ୍ରେମଦାସ ଷ୍ଟାଡିୟମରେ ଖେଳାଯାଉଛି। ଟିମ୍‌ ଇଣ୍ଡିଆ ଅଧିନାୟକ ଶିଖର ଧାଓ୍ବନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଖବର ଲେଖା ହେବା ସୁଦ୍ଧା ଟିମ୍‌ ଇଣ୍ଡିଆ ୨ ଓ୍ବିକେଟ ହରାଇ ୧୦୨ ରନ୍‌ କରିଛି। ଦଳର ଦୁଇ ଓପନର ବ୍ୟାଟସମ୍ୟାନ୍‌ ଶିଖର ଧାଓ୍ବନ (୧୩) ଓ ପୃଥ୍ବୀ ଶ'(୪୯) ରନ୍‌ କରି ଆଉଟ୍‌ ହୋଇଛନ୍ତି। ସେହିପରି ସଞ୍ଜୁ ସାମସନ୍‌ ୪୬* ଓ ମନୀଷ ପାଣ୍ଡେ ୩* କ୍ରିଜରେ ଅଛନ୍ତି।

ଦିନିକିଆ ସିରିଜର ପ୍ରଥମ ୨ଟି ମ୍ୟାଚ୍‌ ଜିତି ସାରିଥିବା ଟିମ୍‌ ଇଣ୍ଡିଆ ଶେଷ ମ୍ୟାଚରେ ୬ଟି ପରିବର୍ତ୍ତନ କରି ମଇଦାନକୁ ଓହ୍ଲାଇଛି। ସେମଧ୍ୟରୁ ୫ ଜଣ ଖେଳାଳି ଦିନିକିଆ କ୍ରିକେଟରେ ପଦାର୍ପଣ କରିଛନ୍ତି। ୪୧ ବର୍ଷ ପରେ ଦିନିକିଆ କ୍ରିକେଟରେ ପ୍ରଥମ ଥର ପାଇଁ ୫ ଜଣ ଖେଳାଳି ଡେବ୍ୟୁ କରିବାର ମୌକା ପାଇଛନ୍ତି। ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ସଞ୍ଜୁ ସାମସନ୍, ବାମହାତୀ ବ୍ୟାଟସମ୍ୟାନ୍‌ ନୀତିଶ ରାଣା, ସ୍ପିନ୍‌ ବୋଲିଂ ଅଲରାଉଣ୍ଡର କେ ଗୌତମ, ସ୍ପିନର ରାହୁଲ ଚହର ଓ ଯୁବ ବାମହାତୀ ପେସ୍‌ ବୋଲର ଚେତନ ସାକାରିଆ ଭାରତୀୟ ଦିନିକିଆ ଦଳ ପାଇଁ ଡେବ୍ୟୁ କରିଛନ୍ତି।

ଏହାପୂର୍ବରୁ ୧୯୮୦ ମସିହାରେ ଅଷ୍ଟ୍ରେଲିଆର ଏମସିଜି ମଇଦାନରେ ୫ ଭାରତୀୟ ଖେଳାଳି ଡେବ୍ୟୁ କରିଥିଲେ। ସେହି ସମୟରେ ଦିଲୀପ ଯୋଶୀ, କିର୍ତ୍ତି ଆଜାଦ, ରୋଜନର ବିନ୍ନି, ସନ୍ଦୀପ ପାଟିଲ ଓ ତିରୁମଲାଇ ଶ୍ରୀନିବାସନ ଭାରତୀୟ ଦଳ ପାଇଁ ଡେବ୍ୟୁ କରିଥିଲେ।

ଟିମ୍‌ ଇଣ୍ଡିଆ ଦିନିକିଆ ସିରିଜରେ ୨-୦ରେ ଆଗୁଆ ଥିବା ବେଳେ ଅନ୍ତିମ ମୁକାବିଲାରେ ୬ ଜଣ ଖେଳାଳିଙ୍କୁ ମୌକା ଦେଇଛି ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ। ଗତମ୍ୟାଚର ହିରୋ ଦୀପକ ଚହର, ଦଳର ଉପଅଧିନାୟକ ଭୁବନେଶ୍ବର କୁମାର, ଇଶାନ କିଶନ, କୃଣାଳ ପାଣ୍ଡ୍ୟା, କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ବିଶ୍ରାମ ଦେଇଛି। ତାଙ୍କ ବଦଳରେ ସଞ୍ଜୁ ସାମସନ୍, ନୀତିଶ ରାଣା, ଚେତନ ସାକାରିୟା, କେ ଗୌତମ, ରାହୁଲ ଚହର ଓ ନବଦୀପ ସାଇନି ଖେଳୁଛନ୍ତି।

ସମ୍ବନ୍ଧିତ ଖବର