୪ ସ୍ୱତନ୍ତ୍ର ଟ୍ରେନ୍‌ରେ ଆସିଲେ ପ୍ରବାସୀ ଓଡ଼ିଆ: ଆଜି ପହଞ୍ଚିବ ଆଉ ୫ଟି ଟ୍ରେନ୍‌

ଭୁବନେଶ୍ୱର ୧୧/୫: ୪ଟି ସ୍ୱତନ୍ତ୍ର ଟ୍ରେନ୍‌ ରବିବାର ପ୍ରବାସୀ ଓଡ଼ିଆଙ୍କୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପହଞ୍ଚିଛି । ଗତକାଲି ଗୁଜରାଟର ଅହମ୍ମଦାବାଦରୁ ଛାଡ଼ିଥିବା ୨ଟି ସ୍ୱତନ୍ତ୍ର ଟ୍ରେନ୍‌ ଖୋର୍ଦ୍ଧା ରୋଡ୍‌ ଷ୍ଟେସନରେ ପହଞ୍ଚିଛି । ସେହିପରି ମହାରାଷ୍ଟ୍ରର ପାନଭେଲ୍‌ରୁ ଛାଡ଼ିଥିବା ସ୍ୱତନ୍ତ୍ର ଟ୍ରେନ୍‌ ଟିଟିଲାଗଡ଼ରେ ପହଞ୍ଚିଥିବା ବେଳେ ସୁରଟରୁ ଛାଡିଥିବା ଟ୍ରେନ୍‌ ଜଗନ୍ନାଥପୁରରେ ପହଞ୍ଚିଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତି ଟ୍ରେନ୍‌ରେ ୧ ହଜାରରୁ ଅଧିକ ପ୍ରବାସୀ ଓଡ଼ିଆ ଆସିଛନ୍ତି ।

ସୋମବାର ୫ଟି ସ୍ୱତନ୍ତ୍ର ଟ୍ରେନ୍‌ ଓଡ଼ିଶାର ବିଭିନ୍ନ ସ୍ଥାନରେ ପହଞ୍ଚିବ । ଆଜି ଗୋଟିଏ ସ୍ୱତନ୍ତ୍ର ଟ୍ରେନ୍‌ ଆନ୍ଧ୍ରପ୍ରଦେଶର ରାୟନପଡୁରୁ ଛାଡିଥିବା ବେଳେ ସୋମବାର ଟିଟିଲାଗଡ଼ ଷ୍ଟେସନରେ ଆସି ପହଞ୍ଚିବ । ସେହିପରି ଗତକାଲି ସୁରଟରୁ ଛାଡ଼ିଥିବା ୩ଟି ଟ୍ରେନ୍ ଆଜି ଜଗନ୍ନାଥପୁରରେ ପହଞ୍ଚିବ । ଗତକାଲି ରାତିରେ ଚେନ୍ନାଇ ଷ୍ଟେସନ୍‌ରୁ ଛାଡିଥିବା ସ୍ୱତନ୍ତ୍ର ଟ୍ରେନ୍‌ ମଧ୍ୟ ସେମବାର ପହଞ୍ଚିବ ବୋଲି ପୂର୍ବତଟ ରେଳପଥ ଅଧିକାରୀ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଉଦୟଗିରିରୁ ୭ ଫୁଟର ଅଜଗର ଉଦ୍ଧାର

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ

ମଦ କାଉଣ୍ଟର ପରିସରରେ ଦୁଇ ଜଣ ଚାଷୀଙ୍କୁ ପଥର ଓ ବାଡ଼ିରେ ଆକ୍ରମଣ କଲେ ମଦ୍ୟପ: ଚାଷୀ ଗୁରୁତର, ୪ ଯୁବକ ଅଟକ

ଶିକ୍ଷକଙ୍କୁ କଚାଡି ମାରିଲା ହାତୀ

ରାଜ୍ୟରେ ପୁଣି ୧୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୫୯ କୁ ବୃଦ୍ଧି

ପୁଣି ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଡେଇଁଲା