ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

କାଶୀପୁର ଥାନା ପକ୍ଷରୁ ୬ ଗ୍ରାମପଞ୍ଚାୟତର ୨୪ ଗୋଟି ବୁଥ୍ ଅଞ୍ଚଳରେ ପ୍ଲାଗ୍ ମାର୍ଚ୍ଚ, ଶତାଧିକ ବିଏସଏଫ ଯବାନ ସାମିଲ

ଟିକିରି, ୨୭।୪: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ପକ୍ଷରୁ ଶନିବାର ୬ଟି ଗ୍ରାମପଞ୍ଚାୟତ ସଦର ମହକୁମା ୨୪ଟି ସମ୍ବେଦନଶୀଳ ବୁଥ୍‌ରେ ରୋଡ଼ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି । କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକଙ୍କର ନେତୃତ୍ୱରେ ହୋଇଥିବା ଏହି ଫ୍ଲାଗ ମାର୍ଚ୍ଚରେ ଥାନାର ସବ ଇନ୍ସପେକ୍ଟର, ଏଏସଆଇ, ହାବିଲଦାର, କନଷ୍ଟେବଳ ସମେତ ଶତାଧିକ ବିଏସଏଫ ଯବାନ ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । 

ଭୌଗୋଳିକ ଦୃଷ୍ଟିରୁ କାଶୀପୁର ଥାନା ଅଞ୍ଚଳ ପାହାଡ଼ ପର୍ବତ ସମେତ ଜଙ୍ଗଲରେ ବେଷ୍ଟିତ ପୁଣି ଏଠାରେ ଥିବା ଅନେକ ଭୋଟ କେନ୍ଦ୍ର ସମ୍ବେଦନଶୀଳ ରହିଥିବା ଦୃଷ୍ଟାନ୍ତ ରହିଛି । ସେହିପରି କାଶୀପୁର ଥାନା ଅଞ୍ଚଳ ଆୟତନରେ ମଧ୍ୟ ଅଧିକ ରହିଥିବା ବେଳେ ନିର୍ବାଚନ ପରିଚାଳନା ପୋଲିସ ପାଇଁ ତଳ ଦିନରେ ଏକ ଚାଲେଞ୍ଜ ଭାବେ ପରିଗଣିତ ହେଇଯାଇଛି । ଏଣୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏଭଳି ଫ୍ଲାଗ ମାର୍ଚ୍ଚ ନିର୍ବାଚନ ପର୍ଯ୍ୟନ୍ତ ଜାରି ରଖିବା ପ୍ରକାଶ ପାଇଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରମ ଥାନା ଅଞ୍ଚଳ ଅଡାଜୋର, ସିନ୍ଦୁର ଘାଟି, ସୁଙ୍ଗେର, ମୁନୁଷ ଗାଁ, ଚନ୍ଦ୍ରଗିରି, ତଳ ଝିରି ଭଳି ୬ଟି ପ୍ରମୁଖ ଗ୍ରାମ ପଞ୍ଚାୟତର ୨୪ ଟି ବୁଥ୍ରେ ଫ୍ଲାଗ୍ ମାର୍ଚ୍ଚ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି । ଏଭଳି ଫ୍ଲଗମାର୍ଚ୍ଚ ଏହି ଥାନା ପକ୍ଷରୁ ଚତୁର୍ଥ ଥର ପାଇଁ କରାଯାଇଥିବା ସୂଚନା ମିଳିଛି । ଶନିବାର ଏହି କାର୍ଯ୍ୟକ୍ରମରେ ଶତାଧିକ ସିଆରପିଏଫ ଯବାନ ସମେତ ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ ସବ ଇନ୍ସପେକ୍ଟର ବିକାଶ ପଟେଲ, ଏଏସଆଇ ଧନୁର୍ଜୟ ଦଳେଇ, ରୁଦ୍ରଦେଵ ନାଏକ, ଏଏସଆଇ ସମ ଦତ୍ତ ପ୍ରଧାନ, କନେଷ୍ଟବଳ ଗୋପୀନାଥ କାଡ୍ରାକା ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.