ପ୍ରବଳ ବର୍ଷା ଯୋଗୁଁ ଧସିଲା ରେଲ ଧାରଣା: ମାଲବାହୀ ଟ୍ରେନର ୩ଟି ବଗି ଲାଇନ୍ଚ୍ୟୁତ, ଅନେକ ଟ୍ରେନ ଚଳାଚଳ ବାତିଲ

ରାୟଗଡା ୭|୮: ପ୍ରବଳ ବର୍ଷା ଯୋଗୁଁ ରାୟଗଡାରେ ଧସିଲା ରେଲୱେ ଟ୍ରାକ୍‌ । ଅମ୍ବାଦୋଳା ଷ୍ଟେସନ ନିକଟ ଖାଡିପୁଲିଆ ନିକଟରେ ରେଲୱେ ଟ୍ରାକ୍‌ ଧସିଯାଇଛି ବୋଲତ ଜଣାପଡ଼ିଛି । ଫଳରେ ମାଲବାହୀ ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଛି। ବିଭିନ୍ନ ସ୍ଥାନରେ ଅଟକିଛି ଯାତ୍ରୀବାହୀ ଟ୍ରେନ୍ ।

ପ୍ରାୟ ୧୦୦ ମିଟର ପାଖାପାଖି ମାଟି ଧୋଇ ହୋଇଯାଇଛି । ଫଳରେ ରାୟଗଡା ଓ ଟିଟଲାଗଡ ମଧ୍ୟରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି ।

ଦୁର୍ଘଟଣା ଯୋଗୁଁ ବିଭିନ୍ନ ଟ୍ରେନକୁ ବାତିଲ କରିବା ସହ କିଛି ଟ୍ରେନ୍‌କୁ ଅନ୍ୟ ରୁଟ୍‌ରେ ପରିବର୍ତ୍ତନ କରାଯାଇଛି । ଟ୍ରେନ୍ ରୁଟ୍ ପରିବର୍ତ୍ତନ ସମ୍ପର୍କିତ ଖବର ପାଇଁ ୨ଟି ହେଲ୍ପ ଲାଇନ୍ ନଂ ଜାରି କରାଯାଇଛି ।

ସମ୍ବଲପୁର ପାଇଁ ୯୪୩୭୩୮୬୭୫୯ ଏବଂ ଟିଟିଲାଗଡ ପାଇଁ ୮୪୫୫୮୯୨୮୩୧ ଏବଂ ୯୪୩୭୩୮୬୬୯୩ ।

   ସମ୍ବନ୍ଧିତ ଖବର


ଶିକ୍ଷକଙ୍କ ମାଡରେ ଦୁଇ ଛାତ୍ରୀ ଗୁରୁତର :ଡାକ୍ତରଖାନରେ ଭର୍ତ୍ତି, ଶିକ୍ଷକଙ୍କ ନାଁରେ ଅଭିଯୋଗ

ବୃଦ୍ଧାଙ୍କୁ ଶୁଣ୍ଢରେ ଟେକି କଚାଡି ମାରିଲା ଦନ୍ତା

ଟୋକନକୁ ଚାଷୀଙ୍କ ବିରୋଧ: ଧାନ ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କଲେ ସିଲ୍‌

ଗୋଡଭଙ୍ଗା ଘାଟିଠାରେ ଓଲଟି ପିକ୍‌ଅପ୍ ଭ୍ୟାନ୍: ଡ୍ରାଇଭର ଆହତ, ହେଲ୍‌ପର ଗୁରୁତର