ମୁମ୍ବାଇରେ ଥିବା ଦାଉଦର ଭଉଣୀ ହସିନା ପାରକରଙ୍କ ଫ୍ଲାଟ ନିଲାମ

ମୁମ୍ବାଇ,୧।୪ : ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ଭଉଣୀ ହସିନା ପାରକରଙ୍କ ମୁମ୍ବାଇ ସ୍ଥିତ ଏକ ଫ୍ଲାଟକୁ ନିଲାମରେ ବିକ୍ରି କରାଯାଇଛି। ନାଗପାଡ଼ାସ୍ଥିତ ଗାର୍ଡନ ଆପାଟମେଣ୍ଟରେ ଥିବା ଏକ ଫ୍ଲାଟ୍‍ ସୋମବାର ୧.୮୦ କୋଟି ଟଙ୍କାରେ ନିଲାମ ହୋଇଯାଇଛି। ଏହାର ପ୍ରାରମ୍ଭିକ ମୂଲ୍ୟ ୧.୬୯ କୋଟି ଟଙ୍କା ରଖାଯାଇଥିଲା। ଶେଷରେ ଏହା ୧.୮୦ କୋଟି ଟଙ୍କାରେ ନିଲାମ ହୋଇଛି।ବିଦେଶ ମୁଦ୍ରା ବିନିମୟ ଓ ପରିଚାଳନା ଅଧିନିୟମ (ଫେମା) ଅନୁସାରେ ହସିନାଙ୍କ ଫ୍ଲାଟକୁ ଜବତ କରଯାଇଥିଲା। ସୋମବାର ଏହାର ନିଲାମ କରାଯାଇଛି।

source: https://www.dnaindia.com

 ସୂଚନାଯୋଗ୍ୟ ଯେ ହସିନା ଏହି ଫ୍ଲାଟରେ ବାସ ରହୁଥିଲେ, ତାଙ୍କର ମୃତ୍ୟୁ ୨୦୧୪ରେ ହୋଇଥିଲା। ଭାରତରୁ ଫେରାର ହେବା ପୂର୍ବରୁ ଦାଉଦ କିଛି ଦିନ ଏହି ଫ୍ଲାଟରେ ରହିଥିଲା। ଏପରିକି ଦାଉଦର ଭାଇ ଇକବାକୁ ମଧ୍ୟ ଏହି ଫ୍ଲାଟରୁ ଗିରଫ କରାଯାଇଥିଲା। ଏହି ଫ୍ଲାଟକୁ କବ୍‍ଜାକୁ ନେବା ପାଇଁ ସିବିଆଇ ୧୯୯୭ରୁ ଚେଷ୍ଟା ଆରମ୍ଭ କରିଥିଲା। କିନ୍ତୁ ମାମଲା ଅଦାଲତକୁ ଚାଲିଯିବା ପରେ ଏଥିରେ ବିଳମ୍ବ ହୋଇଥିଲା। ଏହି ସମୟ ମଧ୍ୟରେ ହସିନା ଉକ୍ତ ଫ୍ଲାଟରେ ରହିବା ସହିତ  ନିଜ କାରବାର ଚଳାଉଥିଲେ। ପରେ ସୁପ୍ରିମକୋର୍ଟ ଏହି ଫ୍ଲାଟକୁ ଜବତ କରିବାକୁ ନିର୍ଦେଶ ଦେଇଥିଲା।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ