ପରିବାରର ୪ ଜଣ ସଦସ୍ୟଙ୍କ ପାଇଁ ପୂରା ବିମାନ ବୁକ୍ କଲେ‌ ମଦ ବ୍ୟବସାୟୀ

ନୂଆଦିଲ୍ଲୀ,୨୯/୫: ଭୋପାଳର ଜଣେ ମଦ ବ୍ୟବସାୟୀ ନିଜ ପରିବାରର ୪ ଜଣ ସଦସ୍ୟଙ୍କୁ ନୂଆଦିଲ୍ଲୀ ପଠାଇବା ପାଇଁ ପୂରା ୧୮୦ ଆସନ ବିଶିଷ୍ଟ ଏକ ଏ୩୨୦ ବିମାନକୁ ବୁକ୍‌ କରିଥିଲେ । ସେଇ ବିମାନରେ ସେ ନିଜ ଝିଅ, ଦୁଇ ନାତିନାତୁଣୀ ଏବଂ ସେମାନଙ୍କର ଜଣେ ସହାୟକକୁ ପଠାଇଥିଲେ । ଗତ ସୋମବାର ଦିଲ୍ଲରୁ ଏଇ ବିମାନ ଯାଇ ଭୋପାଳରେ ପହଞ୍ଚିଥିଲା । ବିମାନରେ କେବଳ କର୍ମଚାରୀଙ୍କ ବ୍ୟତୀତ ଆଉ କେହି ନଥିଲେ । ପରେ ସେଇ ଚାରି ଜଣଙ୍କୁ ନେଇ ଏହା ଦିଲ୍ଲୀ ଫେରିଥିଲା ।

ଅନ୍ୟ ଯାତ୍ରୀଙ୍କ ସହ ଗୋଟିଏ ବିମାନରେ ଆସିଲେ ସେମାନେ କରୋନା ଦ୍ୱାରା ସଂକ୍ରମିତ ହୋଇଯାଇପାରନ୍ତି ବୋଲି ଉକ୍ତ ବ୍ୟବସାୟୀ ଆଶଙ୍କା କରୁଥିଲେ । ତେଣୁ ଏପରି ଆଶଙ୍କା ଦୂର କରିବା ପାଇଁ ସେ ଏଭଳି ବ୍ୟବସ୍ଥା କରିଥିଲେ । ଏଭଳି ଗୋଟିଏ ବିମାନକୁ ବୁକ୍‌ କଲେ ପ୍ରାୟ ୨୦ ଲକ୍ଷ ଟଙ୍କା ଦେବାକୁ ପଡିଥାଏ ବୋଲି ଜଣାପଡିଛି ।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

ଚାଲିଗଲା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜୀବନ, କରୋନା ଯୋଦ୍ଧାଙ୍କୁ ଝୁରିଲେ ଲୋକେ

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର