PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ମାତ୍ର ୬୯୯୯ ଟଙ୍କାରେ ମିଳୁଛି ୩୨ ଇଞ୍ଚର ଏଲଇଡି ଟିଭି, ଇଲେକ୍ଟ୍ରୋନିକ୍ ଆଇଟମ୍ ଉପରେ ମଧ୍ୟ ୮୦% ରିହାତି

ନୁଆଦିଲ୍ଲୀ ୨୮/୧୨: ଯଦି ଆପଣ କମ୍ ଦାମରେ ସବୁଠୁ ଭଲ ଟିଭି କିଣିବା ପାଇଁ ପ୍ଲାନ୍ କରୁଛନ୍ତି ତେବେ ଫ୍ଲିପକାର୍ଟ ଆପଣଙ୍କୁ ବଢିଆ ସୁଯୋଗ ଦେଉଛି । ଫ୍ଲିପକାର୍ଟରେ ଟିଭିକୁ ବହୁତ ଶସ୍ତାରେ କିଣିପାରିବେ ଗ୍ରାହକ । ଫ୍ଲିପକାର୍ଟ ନିଜ ୱେବସାଇଟରେ କ୍ରିସମାସ୍ ସେଲର ଆୟୋଜନ କରିଛି । ଏହି ସେଲର ଶେଷ ଦିନ ୨୯ ଡିସେମ୍ବର ଅର୍ଥାତ୍ ଆସନ୍ତାକାଲି । ତେବେ ଆସନ୍ତୁ ଦେଖିବା କେଉଁ ଟିଭି ଶସ୍ତାରେ ପାଇପାରିବେ ଗ୍ରାହକ ।

ସବୁଠାରୁ ପ୍ରଥମ କହିବା Thomson ର ମଡେଲ୍ ନମ୍ବର Thomson R9 80cm (32 inch) HD Ready LED TV  (32TM3290) । ଏହା ଉପରେ ଭାରୀ ରିହାତି ମିଳୁଛି । ୩୨ ଇଞ୍ଚର ଏଲଇଡି ଚିଭକୁ ଡିସକାଉଣ୍ଟ ପରେ ମାତ୍ର ୬,୯୯୯ ଟଙ୍କାରେ କିଣି ପାରିବେ ଗ୍ରାହକ । ଏହି ଏଚଡି ଟିଭି ଉପରେ ଏକ୍ସଚେଞ୍ଜ ଅଫର ମଧ୍ୟ ଅଛି । ଯେଉଁଥିରେ ୩,୫୦୦ ଟଙ୍କା ରିହାତିରେ ଆପଣ ଘରକୁ ଟିଭି ନେଇପାରିବେ ।

ଏହା ବ୍ୟତୀତ ଫ୍ଲିପକାର୍ଟର ଏହି ସେଲରେ MarQ ର ୩୨ ଇଞ୍ଚ ଏଚଡି ରେଡି ଏଲଇଡି ଟିଭି ଇମୋନ୍ୟୁ ଉପରେ ମଧ୍ୟ ରିହାତି ଦିଆଯାଉଛି । ରିହାତି ପରେ ଏହାକୁ ୭,୯୯୯ ଟଙ୍କାରେ ଗ୍ରାହକ ଏହାକୁ କିଣି ପାରିବେ ।

Vuର ୩୨ ଇଞ୍ଚ ଟିଭିକୁ କମ୍ ଦାମରେ ଦିଆଯାଉଛି । ଫ୍ଲିପକାର୍ଟରେ ଦିଆଯାଇଥିବା ସୂଚନା ଅନୁସାରେ ଏହି ଟିଭିକୁ ୭,୪୯୯ ଟଙ୍କାରେ ଗ୍ରାହକ ନିଜର କରିପାରିବେ ।

ଫ୍ଲିପକାର୍ଟରେ ଏହି ସାମଗ୍ରୀ ଉପରେ ମଧ୍ୟ ରହିଛି ଅଫର
ଫ୍ଲିପକାର୍ଟରେ ଆସନ୍ତାକାଲି ଅର୍ଥାତ୍ ୨୯ ଡିସେମ୍ବରରେ ‘the grand gadget days’ ର ମଧ୍ୟ ଶେଷ ଦିନ । ଏହି ସେଲରେ ଇଲେକ୍ଟ୍ରୋନିକ୍ ଆଇଟମ୍ ଉପରେ ୮୦ ପ୍ରତିଶତ ରିହାତି ଦିଆଯାଉଛି । ସେଲରେ ଲାପଟପ୍, ପାୱର ବ୍ୟାଙ୍କ, ସ୍ମାର୍ଟୱାଚ୍, ହେଡଫୋନ୍ ଉପରେ ମଧ୍ଯ ରିହାତି ମିଳୁଛି ।

ସମ୍ବନ୍ଧିତ ଖବର