ବନ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ ନ ମିଳିବା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ଭଦ୍ରକ ୨୮।୯: ବନ୍ୟା ଗଲା, ରାଜ୍ୟ ସରକାର ରିଲିଫ ଘୋଷଣା କଲେ । କିନ୍ତୁ ବନ୍ୟା କ୍ଷୟକ୍ଷତିର ଆକଳନ ବେଳେ ରିଲିଫରୁ ବାଦ ପଡିଲେ କିଛି ଲୋକ । ଏହାର ପ୍ରତିବାଦ କରି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଓ ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଛି।

ଧାରଣାରତ ବନ୍ୟା ପୀଡିତ କହିଛନ୍ତି ଯେ, ଭଣ୍ଡାରିପୋଖରୀ ବ୍ଲକର କେତେକ ପଞ୍ଚାୟତରେ ବନ୍ୟା ପୀଡିତଙ୍କୁ ରିଲିଫ ଦିଆଯାଇ ନାହିଁ । ଗ୍ରାମର ଅନ୍ୟ ପରିବାରକୁ ଅନୁକମ୍ପା ଦେଖାଇ ୨ରୁ ୩ଟି ରିଲିଫ ପ୍ରଦାନ କରାଯାଇଥିବା ବେଳେ କେତେକ ପରିବାର ଏଥିରୁ ବାଦ ପଡିଛନ୍ତି । ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପାଞ୍ଚାୟତର କେତେକ ଗ୍ରାମ ଓ ନୂଆପୋଖରୀ ଓ ସନ୍ତରାଗଡିଆ ଗ୍ରାମର କେତେକ ବାସିନ୍ଦା ବାଦ ପଡିଛନ୍ତି । ତେବେ ଏନେଇ ପୂର୍ବରୁ ସ୍ଥାନୀୟ ବିଡିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ନ ମିଳିବାରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେଇଛନ୍ତି । ବିଜେପି କହିଛି ଯଦି ଏହି ଘଟଣାର ସମାଧାନ ଶୀଘ୍ର ନହୁଏ ତେବେ ଆଗାମୀ ଦିନରେ ଆମରଣ ଅନଶନ କରିବେ ବନ୍ୟା ପୀଡିତ ।

   ସମ୍ବନ୍ଧିତ ଖବର


ସାଲେପୁର: ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ବନବିଭାଗର ଚଢ଼ାଉ: ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ଶିକାର ସରଞ୍ଜାମ ଜବତ, ଜଣେ ଗିରଫ

ମାଲବାହୀ ଅଟୋ ହୁକରେ ଲାଗି ଓଲଟିଲା ଯାତ୍ରୀବାହୀ ଅଟୋ: ୨ ଯାତ୍ରୀ ଆହତ

ପରିବା ଚୋରି କରିବା ଚୋରଙ୍କୁ ପଡିଲା ମହଙ୍ଗା:ଗଛରେ ବାନ୍ଧିଦେଲେ ଗାଁଲୋକେ, ବସିଲା କଙ୍ଗାରୁ କୋର୍ଟ

କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ

ସ୍ତ୍ରୀର ଚରିତ୍ର ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ଫେରାର