ହାଇଦ୍ରାବାଦ‌ରେ ପ୍ରବଳ ବର୍ଷାରେ ବନ୍ୟା ସ୍ଥିତି –ଅନେକ ସ୍ଥାନରେ ବିପଦ ଘେରରେ ଲୋକେ

ହାଇଦ୍ରାବାଦ –ପ୍ରବଳ ବର୍ଷା । ତାସହ ପବନର ଗର୍ଜନ । ସୁସୁ ହୋଇ ବନ୍ୟାର ଜଳ  ସୁଅ ମାଡ଼ି ଚାଲିଛି । ଏମିତି ସ୍ଥିତି ବର୍ତ୍ତମାନ ହାଇଦ୍ରାବାଦରେ । ଲୋକେ କରୁଛନ୍ତି ଆର୍ତ୍ତ ଚିତ୍କାର ।  ହାଇଦ୍ରାବାଦରେ ବନ୍ୟା ଆସିଛି ଏବଂ ଅତି କମ୍‌ରେ ୫୦ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି । ହଜାର ହଜାର କୋଟି ଟଙ୍କାର କ୍ଷତି ହୋଇଛି।

ଉଲ୍ଲେଖନୀୟ ଯେ, ସହରର ଅନେକ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଖୁବ୍‌ ଜୋରରେ ବର୍ଷା ହୋଇଥିଲା । ଯେଉଁଥିରେ ରାସ୍ତା ସାରା ଜଳବନ୍ଦୀ ଅବସ୍ଥା ହୋଇଯିବା ସହ ଟ୍ରାଫିକ୍‌ ଜାମ୍‌ ହୋଇଯାଇଥିଲା । ସହରରେ ୧୫୦ ମିମିରୁ ଅଧିକ  ବର୍ଷା ହେବାର ଜଣାପଡ଼ିଛି । ମଙ୍ଗଳବାର ଦିନ ୧୯୦ମିମି ବର୍ଷା ହୋଇଥିଲା । ସୋସିଆଲ ମିଡ଼ିଆରେ ସେୟାର ହୋଇଥିବା ଭିଡ଼ିଓରେ ସଡ଼କ ଉପରେ  ୨ଫୁଟରୁ ଅଧିକ ପାଣି ଯାଉଥିବାର ଦେଖିବାକୁ ମିଳିଥିଲା ।  

ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପଲ କର୍ପୋରେସନର ଭିଜିଲାନ୍ସ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ବିଶ୍ୱଜିତ୍‌ କମ୍ପାଟି ଏକ ଟ୍ୱିଟ୍‌ରେ କହିଛନ୍ତି ଡିଜାଷ୍ଟର ରେସ୍ପନ୍ସ ଫୋର୍ସ ବାରମ୍ୱାର ଜଳ ନିଷ୍କାସନରେ ଳାଗିପଡ଼ିଛନ୍ତି । ହାଇଦ୍ରାବାଦର ପାଣିପାଗ କାର୍ଯ୍ୟାଳୟ କହିଛି କି , ରବିବାର ଦିନ ସହରର କିଛି ସ୍ଥାନରେ  ହାଲକା ଭାବେ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବା ସହ ଗୋଟିଏ ଦୁଇଟି ସ୍ଥାନରେ ଖୁବ୍‌ ଜୋରର ବର୍ଷା ହେବାର ସମ୍ଭାବନା ରହିଛି ।

ରାଜ୍ୟ ସରକାର ଗୁରୁବାର କହିଛନ୍ତି, ପ୍ରବଳ ବର୍ଷା ଯୋଗୁଁ ୫୦ ଜଣ ଲୋକଙ୍କ ଜୀବନ ଚାଲି ଯାଇଛି ଏବଂ ପ୍ରାରମ୍ଭିକ ଆକଳନରେ ପାଖାପାଖି ୯,୦୦୦ କୋଟି ଟଙ୍କାର କ୍ଷତି ହୋଇଛି । ଅଧିକାରୀ ମାନେ ବର୍ଷା ପ୍ରଭାବିତ ଅଞ୍ଚଳରେ ରିଲିଫ୍‌ କାର୍ଯ୍ୟରେ ଲାଗିଛନ୍ତି । ଏମିତି କି କିଛି ଅଞ୍ଚଳରେ ପାଣିରେ ବୁଡ଼ି ରହିଛି ।

ବନ୍ୟା ଜଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସେନା ଓ ନ୍ୟାସନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସର କର୍ମୀମାନଙ୍କୁ ମୁତୟନ କରାଯାଇଛି ।

   ସମ୍ବନ୍ଧିତ ଖବର


ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ଫେସବୁକ୍‌ ଇଣ୍ଡିଆର ପଲିସି ହେଡ ଆଂକ୍ଷୀ ଦାସଙ୍କ ଇସ୍ତଫା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ