ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ଲଗଣା ବର୍ଷା ଯୋଗୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ମାଲକାନଗିରି: ପୋଲ ଉପରେ ଚାଲିଛି ୪ରୁ ୫ଫୁଟର ପାଣି, ଯାତାୟତ ଠପ୍

ମାଲକାନଗିରି ୧୬/୦୮: ଲଗଣା ବର୍ଷା ଯୋଗୁ ସାରାରାଜ୍ୟରେ ବନ୍ୟାର ସ୍ଥିତି ଉପୁଜିଛି । ଯାହାଫଳରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ଦେଖାଦେଇଛି । ମାଲକାନଗିରି ଜିଲ୍ଲାରେ ଗତ ପାଞ୍ଚ ଦିନ ଧରି ଲଗାଣ ବର୍ଷା ଲାଗି ରହିଛି। ଫଳରେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ବନ୍ୟା ପରିସ୍ଥିତିରେ କୌଣସି ସୁଧାର ଆସିନାହିଁ । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏପରି କିଛି ପୋଲ ଉପରେ ୪ରୁ ୫  ଫୁଟର ପାଣି ପ୍ରବାହିତ ହେଉଥିବାର ଦେଖିବାକୁ ଲାଗିଛି । ଏଥି ସହିତ ଜିଲ୍ଲାରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଯାତାୟତ ପ୍ରଭାବିତ ହୋଇଛି।

{"id":153360,"sizeSlug":"large"}

ସୂଚନା ମୁତାବିକ,ମାଲକାନଗିରି ଜିଲ୍ଲାର  ପୋଟେରୁ, କାଙ୍କୁରୁକୋଣ୍ଡା, ଏମ.ଭି.୯୬, କନ୍ୟାଆଶ୍ରମ, କୋରୁକୋଣ୍ଡା ଓ ତାର୍ଲାକୋଟା ପୋଲ ଉପରେ ୪ରୁ୫ ଫୁଟ ପାଣି ପ୍ରବାହିତ ହେଉଛି । ଯାହା ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ ମୋଟୁ ଓ ରାଜ୍ୟ ରାଜପଥର ମାଲକାନଗିରି ଠାରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି।ପୋଲର ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଥିବାର ଦେଖିବାକୁ ମିଳିଛି ।

{"id":153361,"width":642,"height":358,"sizeSlug":"large"}

ଗତକାଲି ମଧ୍ୟ ଏକ ମାଲବାହୀ ଟ୍ରକ କାଙ୍କୁରୁକୋଣ୍ଣା ପୋଲ ଉପରେ ପାରି ହେଉଥିବା ବେଳେ ପୋଲ ଭିତରେ ଖସି ପଡିଥିବା । ତେବେ ଟ୍ରକରେ ଥିବା ଡ୍ରାଇଭର୍ ଓ ହେଲପରଙ୍କ ଜୀବନ ବଞ୍ଚି ଯାଇଥିଲେ ମଧ୍ୟ,  ସେମାନେ ନଈ ମଝିରେ ଫସି ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.