କାନଝରି ନଦୀ ପୋଲ ଉପରେ ୪ଫୁଟର ବନ୍ୟାଜଳ, ଯୋଗାଯୋଗ ବିଚ୍ଛିନ୍ନ

ପାଟଣା ୨୨।୮: ଲଗାଣ ବର୍ଷା ଯୋଗୁଁ ଭିମାପଡା କାନଝରି ନଦୀ ପୋଲ ଉପରେ ୪ ଫୁଟରୁ ଅଧିକ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ପାଟଣାରୁ କେନ୍ଦୁଝରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ଵରେ ଗାଡି ମଟର ଅଟକି ରହିଛି ।

ଲଗାଣ ବର୍ଷାରେ କାନଝରି ଡ୍ୟାମର ଜଳସ୍ତର ବୃଦ୍ଧି ହୋଉଥିବାରୁ କାନଝରୀ ଡ୍ୟାମରେ ଗୋଟିଏ ଗେଟ୍ ଖୋଲା ହେବା ପରେ ବନ୍ୟାଜଳ ପୋଲ ଉପରେ ପ୍ରବାଭିତ ହେଉଛି । ପ୍ରତି ସେକେଣ୍ଡରେ ଡ୍ୟାମରୁ ୧୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପାଟଣା ପୋଲିସ ଓ ଅଗ୍ନିଶମବାହିନୀ ମୁତୟନ ଅଛନ୍ତି । ତେବେ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ଵରେ ଗାଡି ମଟର ଅଟକି ରହିଛି ।

   ସମ୍ବନ୍ଧିତ ଖବର


ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର

ଓଡିଶା ହାଇକୋର୍ଟରେ ପରୀ ମାମଲା- ସିବିଆଇ ତଦନ୍ତ ପାଇଁ ଜନସ୍ୱାର୍ଥ ମାମଲା ରୁଜୁ

କଟକ ବନଖଣ୍ଡରେ ଦେଖାଦେଲେ ଦୁଇ ବାଘ ଶାବକ- ସ୍ଥାନୀୟ ଅଞ୍ଚଳରେ ଭୟର ବାତାବାରଣ

ଯୋଡାମୁଣ୍ଡ ଶିଶୁ କାଳିଆର ଶେଷକୃତ୍ୟ ସମ୍ପନ୍ନ

ଡାକ୍ତରଖାନାରେ ସ୍ୱାମୀକୁ ଛାଡ଼ି ଚମ୍ପଟ ମାରିଲେ ସ୍ତ୍ରୀ: ଫୋନ୍‌ କରି କହିଲେ.. ‘ମୁଁ ପଳାଇ ଆସିଛି .. ଭଳରେ ରହିବ’

ବନ୍ଧା ହେଲା କୋକେଇ, ମିଳିଲା ଚାରି କାନ୍ଧ: ଶ୍ମଶାନରେ ‘ଶୁଆ’କୁ ହିନ୍ଦୁ ରୀତିନୀତି ଅନୁଯାୟୀ କରାଗଲା ଦାହ ସଂସ୍କାର