PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ହୀରାକୁଦକୁ ଆସିଲା ୨ ଲକ୍ଷ କ୍ୟୁସେକ୍‌ ପାଣି, ଜଳଭଣ୍ଡାରୁ ୧୨ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର,୧୭/୦୮: ଲଘୁଚାପ ଯୋଗୁଁ ହୀରାକୁଦ ବନ୍ଧର ସଂଲଗ୍ନ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଶୁକ୍ରବାର ସୁଦ୍ଧା ମାତ୍ର ୨ଟି ଗେଟ୍‌ ଖୋଲାଥିବା ବେଳେ ଆଜି ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ରବିବାର ସନ୍ଧ୍ୟା ୬ଟାରେ ଜଳଭଣ୍ଡାରକୁ ୧ ଲକ୍ଷ ୯୯ ହଜାର ୮୪୪ କ୍ୟୁସେକ୍‌ ପାଣି ପ୍ରବେଶ କରିଛି । ପରିସ୍ଥିତିକୁ ଦେଖି ଗତକାଲି ଠାରୁ ବିଭିନ୍ନ ପର୍ଯ୍ୟାୟରେ ୧୦ଟି ଗେଟ୍‌ ଖୋଲାଯାଇଥିବା ବେଳେ ବର୍ତ୍ତମାନ ମୋଟ୍‌ ୧୨ଟି ଗେଟ୍‌ ସମେତ ବିଭିନ୍ନ କେନାଲ ଓ ପାୱାର୍‌ ଚ୍ୟାନେଲ୍‌ ଦେଇ ୨ ଲକ୍ଷ ୧୨୪ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ସେହିପରି ଆଜି ରାତି ୯ଟା ସୁଦ୍ଧା ଜଳଭଣ୍ଡାରକୁ ୧ ଲକ୍ଷ ୮୧ ହଜାର ୫୪ କ୍ୟୁସେକ୍‌ ପାଣି ପ୍ରବେଶ କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ୩୯.୪୯ ମିମି ଏବଂ ତଳମୁଣ୍ଡରେ ୭୨.୫୩ ମିମି ବର୍ଷା ରେକର୍ଡ କରାଯାଇଛି ।