କେମିତି ଉଡିଲା କଇଁଛ, କାର କାଚ କଣା କରି ପଶିଲା ଦେଖନ୍ତୁ ଭାଇରାଲ୍‌ ଭିଡିଓ

ଜର୍ଜିଆ – ଆମେରିକାର ଜର୍ଜିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା । ଏକ କଇଁଛ ଉଡିକରି ହଠାତ୍‌ କାର୍‌ର ଆଗ କାଚରେ ପଶିଯାଇଥିଲା । ଏହି କାରଟିକୁ ଜଣେ ମହିଳା ଚଳାଉଥିଲେ । ତାଙ୍କର ଭାଇ ପାଖରେ ବସିଥିଲେ । ଏତେ ଜୋର୍‌ରେ ଶଦ୍ଦ ହୋଇଥିଲା ଯେ ସେ ଭୟରେ କାର୍‌ଟିକୁ ରଖି ଦେଇଥିଲେ । ପରେ ଏକ ବିଶାଳକାୟ କଇଁଛ ତାଙ୍କ କାର୍‌ କାଚ ଭିତରେ ଅଧା ପଶି ରହିଥିବା ଦେଖିଥିଲେ ।

ଫେସ୍‌ବୁକ୍‌ରେ ଏହାର ଫଟୋ ଓ ଭିଡିଓ ସେୟାର କରିବା ପରେ ଏହା ଭାଇରାଲ୍‌ ହୋଇଥିଲା । ଜର୍ଜିଆରେ ରହୁଥିବା ଲଟୋନିୟା ଲାର୍କ ନାମକ ମହିଳା ଏହାକୁ ସେୟାର କରିଛନ୍ତି।

ଲଟୋନିୟା ଲାର୍କ ନିଜ ପୋଷ୍ଟରେ ସେ ତାଙ୍କ ଭାଇ ସହ କାର୍‌ରେ ଯାତ୍ରା କରୁଥିବା ସମୟରେ ଏହି ଘଟଣା ଘଟିଥିବା ଉଲ୍ଲେଖ କରିଛନ୍ତି । ସେ ଟ୍ରମେନ୍‌ ପାର୍କ ଓ୍ୱେରେ କାର ଚଳାଉଥିଲା । ହଠାତ୍‌ ଏକ ବଡ ଶଦ୍ଦ ହେବା ସହ ତାଙ୍କ କାର୍‌ରେ କିଛି ମାଡ ହେବାପରି ଲାଗିଥିଲା । ଏକ ଉଡନ୍ତା କଇଁଛ ତାଙ୍କ କାର କାଚ କଣା କରି ଅଧା ଅଟକି ରହିଥିବା ସେ ଦେଖିଥିଲେ । ଏଥିରେ ତାଙ୍କୁ ଆଘାତ ଲାଗିବାର ସମ୍ଭାବନା ଥିଲା । ମାତ୍ର ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ଲାର୍କ ଏହି ପୋଷ୍ଟ କରି ସେହି ରାସ୍ତାରେ ଯାଉଥିବା ଲୋକମାନଙ୍କୁ ସତର୍କ କରିଛନ୍ତି। ସେହି ରାସ୍ତାରେ ଯିବା ସମୟରେ ଉଡନ୍ତା କଇଁଛ ପ୍ରତି ସାବଧାନ ରହିବା ପାଇଁ ସେ ଏହି ଫେସ୍‌ବୁକ୍‌ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

   ସମ୍ବନ୍ଧିତ ଖବର


ଆଜିଠୁ ନ୍ୟୁଜ୍‌-୭ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ: ଶୁକ୍ର, ଶନି ଓ ରବିବାର ପ୍ରସାରଣ ହେବ

ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’