PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ସାବୁନ ଏବଂ ଏଫଏମ୍‌ସିଜି ବଜାରରେ ମାନ୍ଦାବସ୍ଥା: ଲକ୍ସ, ଲାଇଫ୍‌ବୟ, ସନ୍ତୁର ଦର ହେଲା ହ୍ରାସ

ନୂଆଦିଲ୍ଲୀ ୨୯/୮: ବଜାରରେ ଏବେ ଚାହିଦା ଧିମେଇ ଯାଇଥିବା ବେଳେ କିଛି ସଂସ୍ଥାଙ୍କ ବେପାର ହ୍ରାସ ପାଇଛି । ଉପଭୋକ୍ତା ସାମଗ୍ରୀ ବିକ୍ରି ମଧ୍ୟ ହ୍ରାସ ଘଟିଛି । ତେଣୁ ଚାହିଦା ବଢ଼ାଇବା ଲକ୍ଷ୍ୟରେ ଏଫ୍‌ଏମ୍‌ସିଜି କମ୍ପାନିମାନେ ଦରହ୍ରାସ ରଣନୀତି ଆପଣାଇଛନ୍ତି । ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍‌ (ଏଚ୍‌ୟୁଏଲ୍‌) ଏହାର ଡଭ୍‌ ସାବୁନ୍‌ ଦର ହ୍ରାସ ଘଟାଇଛି । କମ୍ପାନି ଏହାର ଲକ୍ସ ଏବଂ ଲାଇଫ୍‌ବୟ ସାବୁନ ମୂଲ୍ୟ ବି କମାଇଛି । କଞ୍ଚାମାଲ ଦର ହ୍ରାସ ପାଇଥିବାରୁ ଗ୍ରାହକଙ୍କୁ ଏହାର ଫାଇଦା ଦେବା ଲାଗି କମ୍ପାନି ଏଭଳି ପଦକ୍ଷେପ ଆପଣାଇଥିବା କହିଛି ।

ଅନ୍ୟପକ୍ଷରେ ୱିପ୍ରୋ କଞ୍ଜ୍ୟୁମର କେୟାର ଏହାର ସନ୍ତୁର ସାବୁନ ମୂଲ୍ୟ ହ୍ରାସ ଘଟାଇଛି । ଚଳିତବର୍ଷ ପ୍ରଥମ ଭାରତୀୟ ବ୍ରାଣ୍ଡ୍‌ ଭାବେ ସନ୍ତୁର ସାବୁନର ବାର୍ଷିକ ବିକ୍ରି ୨,୦୦୦ କୋଟି ଟଙ୍କା ଛୁଇଁଥିଲା । ଏଚ୍‌ୟୁଏଲ୍‌ର ଜଣେ ମୁଖପାତ୍ର କହିଛନ୍ତି, ଆଗାମୀ କିଛି ଦିନ ପାଇଁ କମଡିଟି ଦର ନିମ୍ନଗାମୀ ରହିବ ।

ତେଣୁ ଆମେ ଲକ୍ସ ଓ ଲାଇଫ୍‌ବୟ ପୋର୍ଟଫୋଲିଓରେ ୪%ରୁ ୬% ମଧ୍ୟରେ ଦରହ୍ରାସ କରିଛୁ । ଅନ୍ୟ କେତେକ ସାମଗ୍ରୀ କ୍ଷେତ୍ରରେ ଦରହ୍ରାସ ପରିମାଣ ଅଧିକ ହୋଇପାରେ ବୋଲି ସେ କହିଛନ୍ତି । ୟୁରୋମନିଟର ଦ୍ୱାରା ହୋଇଥିବା ଏକ ସର୍ଭେ ମୁତାବକ ଭାରତର ଟଏଲେଟ୍‌ ସୋପ୍‌ ବଜାରରେ ସର୍ବାଧିକ ବିକ୍ରି ସାବୁନ ବ୍ରାଣ୍ଡ୍‌ ମଧ୍ୟରେ ଲାଇଫ୍‌ବୟ ଓ ଲକ୍ସ ସ୍ଥାନ ପାଇଛି ।

ସମ୍ବନ୍ଧିତ ଖବର