PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଏବେ ଚୋରୀ ମୋବାଇଲକୁ ଫେରି ପାଇବାରେ ସରକାର କରିବେ ସାହାଯ୍ୟ , ଖାଲି ଆପଣଙ୍କୁ ଏହି କାମ କରିବାକୁ ହେବ

zeenews.india.com

ନୂଆଦିଲ୍ଲୀ –ମୋବାଇଲ୍‌ ଫୋନ୍‌ ବର୍ତ୍ତମାନ ସମୟରେ ଆମର ଦୈନିକ ଜୀବନର ଏକ ଅଂଶ ବିଶେଷ ପାଲଟି ଯାଇଛି। ଆମେ ବ୍ୟାକିଂ, ପାଠପଢ଼ା , ଅଫିସ୍‌ର ଅନେକ କାମ ଏହା ସାହାଯ୍ୟରେ କରିଥାନ୍ତି। ଯଦି ଆପଣଙ୍କର ମୋବାଇଲ କେଉଁଠି ହଜି ଯାଇଛି ବା ଚୋରୀ ହୋଇ ଯାଇଛି , ତ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆପଣ ନିଜର ଚୋରୀ ହୋଇଥିବା ମୋବାଇଲକୁ ବ୍ଲକ୍‌ କରିପାରିବେ । ଯଦି ଆପଣଙ୍କର ମୋବାଇଲ୍‌ ଫୋନ୍‌ ଆପଣଙ୍କୁ ପ୍ରାପ୍ତ ହୋଇଯାଏ ତ ଏହାକୁ ଅନ୍‌ଲକ୍‌ କରିପାରିବେ ।

ଟେଲିକମ୍ୟୁନିକେଶନ୍ସ ଡିପାର୍ଟମେଣ୍ଟ ସେଣ୍ଟ୍ରାଲ ଇକ୍ୱିପମେଣ୍ଟ ଆଇଡେଣ୍ଟିଟି ରେଜିଷ୍ଟର (ସିଇଆଇଆର୍‌) ନାମରେ ପ୍ରୋଜେକ୍ଟ ଆରମ୍ଭ କରିଛି। ଏହି ପ୍ରୋଜେକ୍ଟକୁ ହଜିଯିବା ବା ଚୋରୀ ହୋଇଥିବା ଫୋନ୍କୁ ସବୁ ମୋବାଇଲ୍‌ ନେଟ୍‌ୱାର୍କରେ ବ୍ଲକ୍‌ କରିବା ଏବଂ ଏମିତି ଫୋନ୍‌କୁ ସନ୍ଧାନ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା ।

ଏମିତି କରନ୍ତୁ ଫୋନ୍‌ ବ୍ଲକ୍‌ –

୧- ବ୍ଲକ୍‌ କରିବା ପାଇଁ ଆପଣଙ୍କୁ  https://www.ceir.gov.in/Home/index.jspରେ ଭିଜିଟ୍‌ କରିବାକୁ ହେବ।

୨- ହୋମ୍‌ପେଜ୍‌ରେ ଆପଣଙ୍କୁ ବ୍ଲକ୍‌ ଷ୍ଟୋଲେନ୍‌/ ଲାଷ୍ଟ ମୋବାଇଲ୍‌ର ଏକ ଲାଲ୍‌ ରଙ୍ଗର ବଟନ୍‌ ଦେଖାଯିବ ।

୩- ଏହାପରେ ଆପଣଙ୍କ ସାମନାରେ ଏକ ଫର୍ମ ଖୋଲିଯିବ ।

୪- ଆପଣଙ୍କୁ ମୋବାଇଲ ନମ୍ୱର, IMEI 1/IMEI 2, ଫୋନ୍‌ର କମ୍ପାନୀ ଓ ମଡେଲ୍‌ , ଚୋରୀ ହୋଇଥିବା ଫୋନ୍‌ର ବିଲ୍‌ ଭଳି ଅନେକ ସୂଚନା ଭରିବାକୁ ହେବ ।  

୫- ସବୁ ସୂଚନା ପୂରଣ କରିବା ପରେ ସବ୍‌ମିଟ୍‌ କରି ଦିଅନ୍ତୁ ।

ଏମିତି କରନ୍ତୁ ଅନ୍‌ଲକ୍‌ –

ଅନେକ ସମୟରେ ଏମିତି ହୋଇଥାଏ କି ଫୋନ୍ ବ୍ଲକ୍‌ କରିବାର କିଛି ଦିନ ପରେ ଆପଣଙ୍କୁ ମିଳିଯାଏ । ଏମିତିରେ ଆପଣ ଫୋନ୍‌କୁ ଅନ୍‌ଲକ୍‌ ବି କରିପାରିବେ । ଏହାକୁ ଦ୍ୱିତୀୟ ଥର ବ୍ୟବହାର କରିପାରିବେ ।

୧- ଆପଣଙ୍କୁ https://www.ceir.gov.in/Home/index.jsp ୱେବସାଇଟ୍‌କୁ ଯିବାକୁ ହେବ ।

୨- ଏହି ୱେବସାଇଟ୍‌ରେ Un-Block Found Mobile ର ଗ୍ରିନ୍‌ ରଙ୍ଗର ବଟନ୍‌ ରହିଛି ।

୩- ଏହି ବଟନ୍‌କୁ କ୍ଲିକ୍‌ କରିବା ପରେ ଆପଣଙ୍କ ସାମନାରେ ଏକ ଫର୍ମ ଖୋଲିବ ।

୪- ଏଥିରେ ଫୋନ୍‌ ବ୍ଲକ୍‌ ସମୟରେ ମିଳିଥିବା ରିକ୍ୱେଷ୍ଟ ଆଇ ପୂରଣ କରିବାକୁ ହେବ ।

୫- ଆପଣଙ୍କୁ ମୋବାଇଲ୍‌ ନମ୍ୱର ଭରିବାକୁ ହେବ , ଯାହା ବ୍ଲକ୍‌ ସମୟରେ ଦିଆଯାଇ ଥିଲା ।

୫- ଆପଣଙ୍କୁ ଓଟିପି ଆଣିବା ପାଇଁ ଏକ ଦ୍ୱିତୀୟ ମୋବାଇଲ୍‌ ନମ୍ୱର ବି ଦେବାକୁ ହେବ ।

୬- ସବୁ ଭରିବା ପରେ ସବ୍‌ମିଟ୍‌ କରିଦିଅନ୍ତୁ ।  

ଏହି କଥା ନିଶ୍ଚୟ ଧ୍ୟାନ ରଖନ୍ତୁ –

୧- ମୋବାଇଲ୍‌ କିଣିବା ସମୟରେ ବିଲ୍‌ ଆପଣଙ୍କ ପାଖରେ ରଖନ୍ତୁ

୨- ମୋବାଇଲ ଚୋରୀର ଏଫ୍‌ଆଇଆର୍‌ ଦାଖଲ କରନ୍ତୁ

୩-ମୋବାଇଲ୍‌ ଅନଲକ୍‌ କରିବା ସମୟରେ ଆପଣଙ୍କ ପାଖରେ ବ୍ଲକ୍‌ କରିବା ସମୟରେ ଡିଟେଲ୍‌ ରଖନ୍ତୁ ।

ସମ୍ବନ୍ଧିତ ଖବର