ପାକିସ୍ତାନରେ ରିଲିଜ୍ ହେବ ନାହିଁ ‘ଟୋଟଲ ଧମାଲ’, ଟିମ୍ ତରଫରୁ ସହିଦ ପରିବାରକୁ ୫୦ଲକ୍ଷ ଟଙ୍କାର ସହାୟତା

ମୁମ୍ବାଇ,୧୮/୨: ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଟୋଟଲ ଧମାଲ’ ପାକିସ୍ତାନରେ ରିଲିଜ୍ ହୋଇପାରିବ ନାହିଁ ବୋଲି ମନା କରିଦେଲେ ଚଳଚ୍ଚିତ୍ର ନିର୍ଦେଶକ। ଅଜୟ ଦେବଗନ୍ ସୋମବାର ଟ୍ବିଟ୍ କରି ଜଣାଇଛନ୍ତି ଯେ, ପୁଲଓ୍ବାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନରେ ଟୋଟଲ ଧମାଲ ରିଳିଜ୍ ହେବନାହିଁ ବୋଲି ଚଳଚ୍ଚିତ୍ର ଟିମ୍ ତରଫରୁ ଏଭଳି ନିଷ୍ପର୍ତ୍ତି ନିଆଯାଇଛି।

ଚଳଚ୍ଚିତ୍ର ନିର୍ମତା, ଅଭିନେତା, ଅଭିନେତ୍ରୀଙ୍କ ସହି ଟୋଟଲ ଧମାଲର ପୁରା ଟିମ୍ ତରଫରୁ ସହିଦ ଯବାନଙ୍କ ପରିବାର ସଦସ୍ୟଙ୍କୁ ୫୦ଲକ୍ଷ ଟଙ୍କା ସହାୟତା ଦିଆଯିବ। ପୁଲଓ୍ବାମା ହମାଲା ପରେ ଅଜୟ ଦେବଗନ୍ ନିଜ ରାଗକୁ କାବୁରେ ରଖିଛନ୍ତି ଟ୍ବିଟ୍ ମାଧ୍ୟମରେ ଜଣାଇଛନ୍ତି। ଏହା ମଧ୍ୟ ଲେଖିଛନ୍ତି କି, ଏହି ଘଟଣାଟି ଯେତିକି ଭୟାନକ ଥିଲା ତାଠାରୁ ଅଧିକ ଘୃଣ୍ୟକର ଥିଲା। ସେ ତାଙ୍କ ରାଗକୁ ଶବ୍ଦରେ ବ୍ୟକ୍ତ କରିପାରିପାରିବେ ନାହିଁ ବୋଲି କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଫେବ୍ରୁଆରି ୨୨ରେ ଏହି ଫିଲ୍ମ ରିଲିଜ୍ ହେବ। ଇନ୍ଦ୍ର କୁମାରଙ୍କ ନିର୍ଦେଶନାରେ ପ୍ରସ୍ତୁତ ହୋଇଥିବା ଟୋଟଲ ଧମାଲରେ ଅଜୟଙ୍କ ସମେତ ମାଧୁରୀ ଦିକ୍ଷିତ, ଅସରଦ ବାରସୀ, ଅନିଲ କପୁର ଏବଂ ରିତେଶ ଦେଶମୁଖ ନଜର ଆସିବେ। ଏହି ଫିଲ୍ମ ଧମାଲ ସିରିଜ୍ର ତୃତୀୟ ଫିଲ୍ମ। ଏହା ପୂର୍ବରୁ ଧମାଲ (୨୦୦୭). ଧମାଲ (୨୦୧୧) ପରଦାକୁ ଆସିସାରିଛି। ଇନ୍ଦ୍ର କୁମାର ଏହି ଦୁଇଟି ଫିଲ୍ମର ମଧ୍ୟ ନିର୍ଦେଶନା ଦେଇସାରିଛନ୍ତି।