ଜେଡ୍ ଇଷ୍ଟେଟ୍ କମ୍ପାନୀର କ୍ରେନ ଖସିବା ଘଟଣା: ସୋମୁ ଭିଲ୍ଲାରେ ଭାଙ୍ଗିଛି ୬ ଡୁପ୍ଲେକ୍ସ

ଭୁବନେଶ୍ବର,୬।୫: ପଟିଆ ଅଞ୍ଚଳରେ ଜେଡ୍ ଇଷ୍ଟେଟ୍  କମ୍ପାନୀର ନିର୍ମାଣ ଚାଲିଛି ୨୨ ମହଲା ବିଶିଷ୍ଟ କୋଠା। ସେଠାରେ ଲାଗିଥିଲା ୨ଟି ବଡ ବଡ କ୍ରେନ। ବାତ୍ୟା ସମୟରେ ଗୋଟିଏ କ୍ରେନ ଖସି ପଡିଥିଲା। ଯାହାଫଳରେ ଉକ୍ତ ଉଚ୍ଚ ଅଟାଳିକାକୁ ଲାଗି ରହିଥିବା ସୋମୁ ଭିଲ୍ଲାର ୬ଟି ଡୁପ୍ଲେକ୍ସ ଉପର ମହଲା ଭାଙ୍ଗିଯାଇଛି। ୨ଟି ଘର ଫାଟି ଯାଇଛି। ବଡ କଥା ହେଲା ଘର ମାଲିକଙ୍କୁ କେଜ୍ କମ୍ପାନୀ ପକ୍ଷରୁ କ୍ଷତି ପୂରଣ ଦେବାକୁ ପ୍ରତିଶୃତି ଦିଆଯାଇଛି।

୩ତାରିଖ ଦିନ ଫୋନି ଝଡ ସମୟରେ ଉକ୍ତ କ୍ରେନଟି ପଡିଥିଲା। ତେବେ ଏହି ସମୟରେ କିଛି ଲୋକ ଭିଡିଓ ରେକର୍ଡିଂ  କରିଥିଲେ। ଏହା ସୋସିଆଲ  ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ କିଛି ଗ୍ରହଣ କରିଥିବା ବେଳେ ଆଉ କିଛି ଏହାକୁ ଓଡିଶା ବାହାରର ବୋଲି ମଧ୍ୟ କହୁଥିଲେ। ହେଲେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ’ପ୍ରମେୟ’ଟିମ୍ ରିଅଲିଟି ଚେକ୍ କରିଥିଲା। ପଟିଆରୁ ନନ୍ଦନ କାନନ ଯିବା ବାଟରେ ପଡିବ ଏହି ଜେଡ୍ ଇଷ୍ଟେଟ୍। ଆମ ଟିମ୍ ସଂସ୍ଥାର ମୁଖ୍ୟ ଫାଟକ ନିକଟରେ ପହଁଞ୍ଚିଥିଲେ। ସେଠାରେ ଥିବା ସିକ୍ୟୁରିଟି ଗାର୍ଡ ଯିବାକୁ ବାରଣ କରିଥିଲେ। ତେବେ ନନ୍ଦନବିହାର ରାସ୍ତା ଦେଇ ଗଲେ ସେହି କ୍ରେନ ଯେଉଁଠି ପଡିଛି ସେଠାକୁ ଯାଇ ହେବ ବୋଲି କିଥିଲେ।

ନନ୍ଦନ ବିହାର ଭିତରେ ପଶି ଆମେ ପହଁଞ୍ଚିଥିଲୁ ସୋମୁ ଭିଲ୍ଲା ନିକଟରେ। ସୋମୁ ଭିଲ୍ଲାର ପଛପଟେ ଜେଡ୍ ତିଆରି କରୁଛି ୨୨ ମହଲା ବିଶିଷ୍ଟ ଉଚ୍ଚ ଅଟ୍ଟାଳିକା। ସେଠାରେ ଲାଗିଥିଲା ଏକ ଉଚ୍ଚକ୍ରେନ। ଫୋନିର ପାହାରରେ ଉକ୍ତ କ୍ରେନ ସିଧା ପଡିଥିଲା ସେମୁ ଭିଲ୍ଲା ଉପରେ। ଏଥିରେ କ୍ଷତି ହୋଇଥିଳା ସବୁ ଭିଲ୍ଲା ସବ୍  ପ୍ଲଟ ନମ୍ବର ୧୭,୧୮,୧୯,୨୦, ୧ଓ ୨। ଦୁଇ ମହଲା ବିଶିଷ୍ଟ ଏସବୁ ଘରର ଉପର ମହଲା ସବୁ ଭାଙ୍ଗି ଯାଇଛି। ସବୁ ପ୍ଲଟର ନମ୍ବର ୨୦ର କାନ୍ଥ ଫାଟି ଯାଇଛି।

ଗତ କିଛି ଦିନ ହେବ ଏହି ଭିଲ୍ଲାରେ ଲୋକମାନେ ଘର କିଶିଥିଲେ। କ୍ରେନ ପଡି ଭାଙ୍ଗିଯିବା ପରେ ଏବେ ସେମାନେ କ’ଣ କରିବେ ତାହା କିଛି ଜାଣିନଥିଲେ। ତେବେ ଏନେଇ ଜେଡ୍ ସଂସ୍ଥା ପକ୍ଷରୁ କ୍ଷତି ପୂରଣ ଦେବାକୁ ପ୍ରତିଶୃତି ଦିଆନଯିବାର ଘର ମାଲିକମାନେ କୌଣସି ଅଭିଯୋଗ କରିନଥିଲେ।। ଏନେଇ ପଚାରିବାରୁ ଘର ମାଲିକମାନେ କହିଥିଲେ ଆମକୁ କ୍ଷତିପୂରଣ ମିଳିଗଲା। ଆମର କୌଣସି ଅଭିଯୋଗ ନାହିଁ। କ୍ରେନ ପଡିଯିବା କାରଣରୁ  ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଏବେ ଭଙ୍ଗା କ୍ରେନକୁ ଘର ଉପରକୁ ଉଠାଇବାକୁ ଯୋଜନା ଚାଲିଛି।

   ସମ୍ବନ୍ଧିତ ଖବର


IIFL ଡକାୟତି ଘଟଣା: ସିକ୍ୟୁରିଟି ଗାର୍ଡ ପାଖରେ ଦୁଇ ଦାମୀ କାର ଜବତ, ପୁଣି ରିମାଣ୍ଡ୍‌ରେ ଲାଲା ଓ ତାର ଦୁଇ ସହଯୋଗୀ

ବେଶ ଓଲାଗି ପରେ ନେଇଗଲେ ଦୁର୍ଲଭ ନାଗାର୍ଜୁନ ବେଶର ସୂର୍ଯ୍ୟ-ଚନ୍ଦ୍ର: ତଦନ୍ତ କରିବେ ଶ୍ରୀମନ୍ଦିର କମାଣ୍ଡର ଓ ନୀତି ପ୍ରଶାସକ

ଆଇଏଫ୍‌ଏସ୍‌ ଅଫିସର ଅଭୟଙ୍କ ସମ୍ପତ୍ତି ଆକଳନ କରିବ ଏସ୍‌ଆଇଟି ଟିମ୍, ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ

କାର୍‌-ଟ୍ରାକ୍ଟର ମୁହାଁମୁହିଁ ଧକ୍କା: ଅଳ୍ପକେ ବର୍ତ୍ତିଲେ କୋରାପୁଟ ଅତିରିକ୍ତ ଏସ୍‌ପିଙ୍କ ପରିବାର, ୪ ଆହତ

ବିଧାନସଭା ଆଗରେ ମା-ଭାଇଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଅମୃତ ମୁତ୍ୟୁ ରହସ୍ୟର ପୂର୍ଣ୍ଣଚ୍ଛେଦ ଟାଣିଲେ ଏସ୍‌ପି, ଦୁର୍ଘଟଣା ଯୋଗୁଁ ମସ୍ତିଷ୍କରେ ଆଘାତ ଲାଗି ଯାଇଥିଲା ପ୍ରାଣ