ଫୋନିରେ ଉଜୁଡିଗଲା ଔଷଧୀୟ ଉଦ୍ୟାନ, କାଜୁ ଫ୍ୟାକ୍ଟ୍ରି ନଷ୍ଟ ଓ ମାଟିରେ ମିଶିଲା ମିନି ଷ୍ଟାଡିୟମ

ଭୁବନେଶ୍ବର,୫।୫: ଫୋନି ବାତ୍ୟାରେ ରାଜଧାନୀ ଉପକଣ୍ଠ ପାତ୍ରପଡା ସ୍ଥିତ ଔଷଧୀୟ ଉଦ୍ୟାନ ଛାରଖାର ହୋଇଯାଇଛି। ଉଦ୍ୟାନରେ ଲାଗିଥିବା ଶହ ଶହ ଔଷଧୀୟ ବୃକ୍ଷ ଉପୁଡିପଡିଛି। ଶୁକ୍ରବାର ବାତ୍ୟା ଫୋନିର ତାଣ୍ଡବରେ ଗଛ ଉପୁଡିବା ସହ ଉଦ୍ୟାନର ପାଚେରୀରେ ପଡିବା ଫଳରେ ଅନେକ ସ୍ଥାନରେ ପାଚେରୀ ମାଟିରେ ମିଶି ଯାଇଛି। ଏହା ସହ ଉଦ୍ୟାନର ପାର୍କ ମଧ୍ୟ ଛାରଖାର ହୋଇଯାଇଛି।  ସୂଚନା  ଥାଉକି ଆଖପାଖ ଅଞ୍ଚଳର ଲୋକେ ମର୍ଣିଂଓ୍ବାକ୍ କରିବା ପାଇଁ ଏହି ଉଦ୍ୟାନ ଉପରେ ନିର୍ଭର କରନ୍ତି। ବାତ୍ୟା ଫୋନିର ତାଣ୍ଡବରେ ଉଦ୍ୟାନରେ ବ୍ୟାପକ କ୍ଷୟକ୍ଷତି ଯୋଗୁଁ ଉଦ୍ୟାନକୁ  କାହାରକୁ ଛଡାଯାଉ ନାହିଁ।

କାଜୁ ଫ୍ୟାକ୍ଟ୍ରି ଛାରଖାର:ତମାଣ୍ଡୋରେ ଥିବା ଏକ କାଜୁ ଫ୍ୟାକ୍ଟ୍ରି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଚି। ଲକ୍ଷ ଲକ୍ଷ ଟଙ୍କାର କାଜୁ ନଷ୍ଟ ହୋଇଯାଇଥିବା ​ବେଳେ କାନ୍ଥ ଭୁଶୁଡି କାଜୁ ପ୍ରୋସେସିଙ୍ଗ ମେସିନ୍ ଚୂନା ହୋଇଯାଇଛି। ମୋଟାମୋଟି ଭାବରେ ସମ୍ପୂର୍ଣ୍ଣ କାଜୁ ଫ୍ୟାକ୍ଟ୍ରି ମାଟିରେ ମିଶି ଯାଇଛି।  ସୂଚନା ଅନୁସାରେ ଫୋନି ତାଣ୍ଡବ ବେଳେ ତମାଣ୍ଡୋରେ ଥିବା ମହାବୀର କାଜୁ ପ୍ରୋସେସିଙ୍ଗ ୟୁନିଟର ପ୍ରଥମେ ଆଜବେଷ୍ଟ ଉଡି ଯାଇଥିଲା। ଫଳରେ ସେଠାରେ ଗଚ୍ଛିତ ଥିବା ସମସ୍ତ କାଜୁ ନଷ୍ଟ ହୋଇଯାଇଥିଲା। ବର୍ଷା ସାଙ୍ଗକୁ ପ୍ରବଳ ପବନରେ ଫ୍ୟାକ୍ଟ୍ରିର କାନ୍ଥ ଭୁଶୁଡି ପଡିବାରୁ ତାହା ଚୁରମାର ହୋଇଯାଇଛି। ତେବେ ସୌଭାଗ୍ୟବଶତଃ ଫ୍ୟାକ୍ଟ୍ରିରେ କାମ କରୁଥିବା ଲୋକେ ବାହାରକୁ ପଳାଇ ଆସିବାରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମାଟିରେ ମିଶିଲା ତମାଣ୍ଡୋ ମିନି ଷ୍ଟାଡିୟମ:ଫୋନି ତାଣ୍ଡବରେ ରାଜଧାନୀ ଉପକଣ୍ଠ ତମାଣ୍ଡୋ ମିନି ମାଟିରେ ମିଶି ଯାଇଛି। ନବନିର୍ମିତ ଏହି ଷ୍ଟାଡିୟମର ଚର୍ତଃପାର୍ଶ୍ବର ପାଚେରୀ ଭୁଶୁଡି ପଡିଛଚି। ଷ୍ଟାଡିୟମ ଚାରିପଟରେ ଲାଗିଥିବା ଗଛ ସବୁ ଉପୁଠି ପଡିଛି। ଏହା ସହ ଶିବଶକ୍ତି କ୍ଲବ ପରିସରରେ ଲାଗିଥିବା ବିଭିନ୍ନ ଔଷଧୀୟ ବୃକ୍ଷ ଓ ବଡବଡ  ଗଛ ସବୁ ଉପୁଡି ପଡିଛି। ଫଳରେ ଶ୍ରୀହୀନ ​‌ହୋଇ ପଡିଛି ତମାଣ୍ଡୋ ମିନି ଷ୍ଟାଡିୟମ।

ବଜାର ଛିନଛତ୍ର:ଫୋନି ତାଣ୍ଡବରେ ତମାଣ୍ଡୋ ବଜାର ଛିନଛତ୍ର ହୋଇଯାଇଛି। ଶତାଧିକ ଦୋକାନ ଘର ମାଟିରେ ମିଶି ଯାଇଛି। କେବଳ ଛାତ ଘର ଦୋକାନ ଗୁଡିକୁ ଛାଡିଦେଲେ ବଜାରରେ ଥିବା  ସମସ୍ତ ଆଜବେଷ୍ଟ ଦୋକାନର ଆଜବେଷ୍ଟସ୍ ଉଡାଇ ନେଇଛି। କାନ୍ଥସବୁ ମାଟିରେ ମିଶି ଯାଇଚି। ଦୋକାନ ଭିତରେ ଥିବା ସମସ୍ତ ଜିନିଷ ମଧ୍ୟ ନଷ୍ଟ ହୋଇଯାଇଛି।

   ସମ୍ବନ୍ଧିତ ଖବର


ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କଲେ ଅନୁରୋଧ

ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାର ତାଲିକା ଘୋଷଣା କଲା ଓଡ଼ିଶା ଲଳିତ କଳା ଏକାଡେମୀ

ଗିରଫ ହେଲେ କୁବେର ଆଇଏଫ୍‌ଏସ୍‌ ଅଭୟକାନ୍ତ ଓ ତାଙ୍କ ପୁଅ, ଭିଜିଲାନ୍ସ ଜବତ କରିଥିଲା ପୁଳା ପୁଳା ବେହିସାବ ଟଙ୍କା ଓ ଠକେଇର ଦଲିଲ

ଆକାଶଙ୍କ ପ୍ରେମିକାଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ସେପଟେ କଂଗ୍ରେସ ପଚାରିଲା- ପାଠକଙ୍କ ସହ କେଉଁ ବିଧାୟକଙ୍କ ରହିଛି ସମ୍ପର୍କ ?