ଗତି ପଥ ବଦଳାଇଲା ‘ଫୋନି’: ପୁରୀ ନୁହେଁ, ଜଗତସିଂହପୁରରେ ମାଡ ହୋଇପାରେ

ଭୁବନେଶ୍ୱର ୧/୫:  ବଦଳିଲା ଫୋନିର ଗତିପଥ । ପୂର୍ବରୁ ‘ଫୋନି’ ପୁରୀରେ ଲାଣ୍ଡଫଲ ହେବା ନେଇ ଅନୁମାନ କରାଯାଉଥିଲା । ଏବଂ ଏହାର ମୁକାବିଲା ପାଇଁ ମଧ୍ଯ ପ୍ରସ୍ତୁତି ଜୋରସୋରରେ ଚାଲିଛି । କିନ୍ତୁ ସୂଚନା ଅନୁସାରେ ଫୋନିର ଗତିପଥ ବଦଳିଯାଇଛି । ପୁରୀରେ ଲାଣ୍ଡଫଲ ନହୋଇ ଏହା ଜଗତସିଂହପୁରରେ ଲାଣ୍ଡଫଲ ହୋଇପାରେ ।

୩ ଦିନ ଦିନ ହେଲାଣି ଗତିପଥ ବଦଳାଇବାରେ ଲାଗିଛି ଫୋନି । ପୁଣି ଫୋନିର ଗତିପଥ ବଦଳିବା ନେଇ ଅନୁମାନ କରିଛନ୍ତି ବିଭିନ୍ନ ପାଣିପାଗ ସଂସ୍ଥା । ପୁରୀରେ ଲାଣ୍ଡଫଲ ନହୋଇ ଫୋନି ଜଗତସିଂହପୁର ଜିଲ୍ଲାରେ ଲାଣ୍ଡଫଲ୍ କରିବା ନେଇ ସମ୍ଭାବନା ରହିଛି । ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଟିଆରଏସ୍ ଓ ଜେଡ୍ବ୍ଲୁଟିସି ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଫୋନି ଉତ୍ତର ଓଡିଶା ଦେଇ ପଶ୍ଚିମବଙ୍ଗ ମୁହାଁଇପାରେ ।

ଆକଳନ ଅନୁସାରେ ଏହା ପୁରୀ ଅପେକ୍ଷା ଜଗତସିଂହପୁରରେ ଲାଣ୍ଡଫଲ କରିବାର ଅଧିକ ଆଶଙ୍କା ରହିଛି । ଏହି ଖବର ପରେ ଜଗତସିଂହପୁର ଜିଲ୍ଲାରେ ଭୟର ବାତାବରଣ ଖେଳିଯାଇଛି । ଏବେ ଫୋନି ପୁରୀଠାରୁ ୬୬୦ କିମି ଦୂରରେ ଅଛି । ଘଣ୍ଟାକୁ ୧୦ କିମି ବେଗରେ ଗତି କରୁଛି । ତେବେ ଏହାର ଗତିର ବେଗ ବଢିବାର ମଧ୍ଯ ଅନୁମାନ କରାଯାଉଛି ।

   ସମ୍ବନ୍ଧିତ ଖବର


୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଅବକାରୀ ଗୁଇନ୍ଦା ପଞ୍ଝାରେ ନିଶା ବେପାରୀ, ୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର୍‌ ଜବତ

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ଗୋଟିଏ ଥର ବ୍ଲଡ ଟେଷ୍ଟରୁ ଚିହ୍ନଟ ହୋଇପାରିବ ୫୦ ପ୍ରକାର କ୍ୟାନ୍ସର, ଇଂଲଣ୍ଡ ବୈଜ୍ଞାନିକଙ୍କ ଦାବି

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ

ରାଜ୍ୟରେ ବାକି ପଡ଼ିଛି ୩୯୩୬ କୋଟିର ଜଳ କର