‘ତିତଲି’ ଅପେକ୍ଷା ତୀବ୍ର ହୋଇପାରେ ‘ଫୋନି’, ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର ୩୦/୪: ମାଡି ଆସୁଛି ‘ଫୋନି’ । ‘ଫୋନି’ ଏବେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି । ତେବେ ୩ ତାରିଖ ଅପରାହ୍ନରେ ଏହା ଲାଣ୍ଡଫଲ୍ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତୀୟ ପାଣିପାଗ ବିଭାଗ ଏଡିଜି ମୃତ୍ଯୁଞ୍ଜୟ ମହାପାତ୍ର କହିଛନ୍ତି ଯେ ୩ ତାରିଖ ଅପରାହ୍ଣରେ ‘ଫୋନି’ ପୁରୀରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଆକଳନ କରାଯାଉଛି। ସେ କହିଛନ୍ତି ଯେ ଫୋନି ଏବେ ପୁରୀଠାରୁ ୮୩୦ କିଲୋମିଟର ଦୂରରେ ରହିଛି।

ଫୋନିର ପ୍ରଭାବରେ ପ୍ରବଳ  ବର୍ଷା ଓ ପବନ ହେବ । ୨ ତାରିଖରେ ଉପକୂଳ ଓଡିଶାରେ ବର୍ଷା ହେବ । ୪୦ରୁ ୫୦ କିମି ବେଗରେ ପବନ ବହିବ । ୩ ତାରିଖ ବେଳକୁ ଏହା ଆହୁରି ଉଗ୍ର ରୂପ ନେଇପାରେ । ୩ ତାରିଖରେ ପ୍ରବଳ ବର୍ଷା ସହ ୬୦ରୁ ୭୦ କିମି ବେଗରେ ପବନ ବହିପାରେ । ତେବେ ଲାଣ୍ଡଫଲ ପରେ ପବନର ବେଗ ଘଣ୍ଟାପ୍ରତି ୧୭୦ରୁ ୧୮୦ କିମି ହୋଇପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଗଞ୍ଜାମ,ଗଜପତି, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, ବାଲେଶ୍ୱର ଜିଲ୍ଲାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ‘ଫୋନି’ ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି ।  ଏ ନେଇ ଅଗ୍ନିଶମ ସେବା ସ୍ବତନ୍ତ୍ର ଡିଜି ବି.କେ ଶର୍ମା ସୂଚନା ଦେଇଛନ୍ତି । ସୂଚନା ଅନୁସାରେ  କଟକରେ ୬୦ ଏବଂ ଭୁବନେଶ୍ବରରେ ୩୦ ଅଗ୍ନିଶମ କର୍ମଚାରୀ ସଜାଗ ରହିବେ । ରାଜ୍ୟରେ ୩୩୫ ଅଗ୍ନିଶମ ୟୁନିଟ୍ ମଧ୍ଯ  ସଜାଗ ରହିଛନ୍ତି । ପ୍ରତି ଜିଲ୍ଲାର ବରିଷ୍ଠ ଅଗ୍ନିଶମ ଅଧିକାରୀ ଟିମ୍ ପରିଚାଳନା କରିବେ । ବିଭିନ୍ନ ଜିଲ୍ଲାରେ ୧୨ ୟୁନିଟ୍ ଏନଡିଆରଏଫ, ୨୦ ୟୁନିଟ୍ ଓଡ୍ରାଫ୍ ନିୟୋଜିତ ରହିବେ ।

   ସମ୍ବନ୍ଧିତ ଖବର


ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

ରେଡ୍‌ ବୁଲ୍‌ କ୍ୟାମ୍ପସ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍‌ : ଫାଇନାଲ୍‌ରେ ସୋଆ ବିଶ୍ୱବିଦ୍ୟାଳୟ

ଆଜି ବି ମଣିଷର ମନରେ ନିଷ୍ଠା, ମାନବିକତା ମରି ନାହିଁ -ପାନ ଦୋକାନୀଙ୍କ ମହାନତା,ହଜି ଯାଇଥିବା ପର୍ସ ଫେରାଇଲେ

ଅଭିନବ ଉପାୟ: ଦିବ୍ୟାଙ୍ଗ ହୋଇଥିଲେ ବି ସ୍ୱାବଲମ୍ବୀ- ରିକ୍ସାକୁ ଲୁନାରେ ବାନ୍ଧି ଚଳାଇଛନ୍ତି ବ୍ୟବସାୟ

ନିଶାସକ୍ତଙ୍କ ବିଚିତ୍ର କାଣ୍ଡ- ସାଲାଇନ୍‌ ବୋତଲ ସହ ଡାକ୍ତରଖାନାରୁ ଚାଲି ଚାଲି ଘରକୁ ପଳାଇଲେ, ଜାଣି ପାରିଲେନି ଡାକ୍ତରଖାନା କର୍ତ୍ତୃପକ୍ଷ

ମିସ ଇଣ୍ଡିଆ-୨୦୨୦ ପାଇଁ ଓଡ଼ିଶାର ଟପ୍‌-୫ ପ୍ରତିଯୋଗୀଙ୍କ ମଧ୍ୟରେ ବଲାଙ୍ଗିରର ଝିଅ ଶୁଭଶ୍ରୀ ରାୟଗୁରୁ