ପଶ୍ଚିମବଙ୍ଗ ରାଜନୀତି: ଟିଏମସି ମନ୍ତ୍ରୀଙ୍କ ଦାବି, ଖୁବଶୀଘ୍ର ଦଳରେ ସାମିଲ ହେବେ ୬-୭ ସାଂସଦ…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ପାଣିପାଗ ଗରମ ହେବାରେ ଲାଗିଛି। ରାଜନୈତିକ ଦଳ ଅନ୍ୟ ଦଳକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ଶାସକ ଟିଏମସି ର ବହୁ ନେତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବାବେଳେ ଅନ୍ୟ କେତେକ ନେତା ମଧ୍ୟ ଟିଏମସିରେ ଯୋଗ ଦେଇଥିଲେ। ବର୍ତ୍ତମାନ ଟିଏମସିରେ ୬ ରୁ ୭ଜଣ ସାଂସଦ ଯୋଗଦେବେ ବୋଲି ଦାବି କରିଛନ୍ତି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ।

ସ୍ବାମୀ ବିବେକାନନ୍ଦଙ୍କ ୧୫୭ତମ ଜନ୍ମ ବାର୍ଷିକୀ ଅବସରରେ ମଙ୍ଗଳବାର ଦିନ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ ଏହି ଦାବି କରିଛନ୍ତି । ସେ ଦାବି କରିଛନ୍ତି ଯେ ଖୁବ୍ ଶୀଘ୍ର ୬ ରୁ ୭ଜଣ  ସାଂସଦ ତୃଣମୁଳ କଂଗ୍ରେସରେ ଯୋଗଦେବେ ।

ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ କୋଲକାତାର ଶିମଲା ଷ୍ଟ୍ରିଟରେ ବିଜେପି ନେତା ଶୁଭେନ୍ଧୁ ଆଦିକାରୀଙ୍କ ବିଷୟରେ ପଚରାଯିବାରୁ ମନ୍ତ୍ରୀ ଜ୍ୟୋତିପ୍ରିୟ କହିଛନ୍ତି ଯେ ସେ ଆଜି କାହିଁକି ଏଠାକୁ ଆସିଛନ୍ତି ମୁଁ ଜାଣେ ନାହିଁ । ସେ ତଥାପି ଦ୍ୱନ୍ଦ୍ୱରେ ଅଛନ୍ତି ଯେ ସେ ଆସନ୍ତା ୪-୫ ମାସ ପର୍ଯ୍ୟନ୍ତ ବିଜେପିରେ ରହିବେ କି ? ବୋଧହୁଏ ସେ ନିଜର କାମ ସମାପ୍ତ କରିବା ପରେ ଦଳ ଛାଡିଦେବେ ।

ସେ କହିଛନ୍ତି, ‘ଭାରତୀୟ ଜନତା ପାର୍ଟିରେ ଜଣେ ହେଲେ ବ୍ୟକ୍ତି ରହିବେ ନାହିଁ । ମୁଁ ଏଠି କହି ରଖୁଛି କି ଖୁବ୍ ଶୀଘ୍ର ୬ ରୁ ୭ ସାଂସଦ ଟିଏମସିରେ ଯୋଗଦେବେ । ସେମାନେ  ତୃଣମୁଳ କଂଗ୍ରେସରେ ଯୋଗଦେବେ । ସେ ମେ’ର ପ୍ରଥମ ସପ୍ତାହରେ ଟିଏମସିରେ ଯୋଗଦେବେ ।  ଏପରିକି ଯେଉଁମାନେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଛନ୍ତି, ଏହିପରି ଲୋକମାନେ ମଧ୍ୟ ଲାଇନରେ ଅଛନ୍ତି ଏବଂ ବର୍ତ୍ତମାନ ଟିଏମସି ଫେରିବାକୁ ଅନୁରୋଧ କରୁଛନ୍ତି ।